शुक्रवार, नवंबर 22 2024 | 09:52:04 AM
Breaking News
Home / Choose Language / Odia / ବିଶ୍ୱ ମୃତ୍ତିକା ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

ବିଶ୍ୱ ମୃତ୍ତିକା ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ

Follow us on:

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀର ପୁସା ଠାରେ ଆୟୋଜିତ ବିଶ୍ୱ ମୃତ୍ତିକା ସମ୍ମିଳନୀ ୨୦୨୪କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିର ମୌଳିକ ମନ୍ତ୍ର ହେଉଛି ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଏକ ମିଳିତ ଚେତନାରେ ବିଶ୍ୱାସ । ଆମ ଋଷିମାନେ ଶିକ୍ଷା ଦେଇଛନ୍ତି ଯେ ସମସ୍ତଙ୍କ ମଧ୍ୟରେ କେବଳ ଗୋଟିଏ ସାର୍ବଜନୀନ ଚେତନା ଅଛି; ତେଣୁ ସମଗ୍ର ପୃଥିବୀ ଗୋଟିଏ ପରିବାର ଏବଂ ଆମେ ସମସ୍ତଙ୍କୁ ନିଜର ଭଳି ବ୍ୟବହାର କରିବା ଉଚିତ୍ । ଏହି ଚେତନା କେବଳ ମନୁଷ୍ୟ ମଧ୍ୟରେ ସୀମିତ ନୁହେଁ ବରଂ ପଶୁମାନଙ୍କ ପାଇଁ ମଧ୍ୟ ବ୍ୟାପିଥାଏ । ମାଟିରେ ମଧ୍ୟ ଏହା ରହିଛି ବୋଲି ସେ କହିଛନ୍ତି ଏବଂ ମାଟି ଜୀବହୀନ ନୁହେଁ ବରଂ ଜୀବନ୍ତ ବୋଲି ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ଚୌହାନ କହିଥିଲେ ଯେ ଆମ ଶରୀର ବିଭିନ୍ନ ତତ୍ତ୍ୱକୁ ନେଇ ଗଠିତ, ସେଥିମଧ୍ୟରୁ ମୃତ୍ତିକା ଏକ ପ୍ରମୁଖ ଉପାଦାନ ଏବଂ ମାଟି ଥିଲେ ହିଁ ଜୀବନ ଥାଏ। ମାଟି ଅସ୍ୱାସ୍ଥ୍ୟକର ହେଲେ ଜୀବଜନ୍ତୁ ମଧ୍ୟ ସୁସ୍ଥ ରହିପାରିବେ ନାହିଁ। ଆମେ ପରସ୍ପରର ପରିପୂରକ, ତେଣୁ ମାଟି ଯେପରି ସୁସ୍ଥ ରହେ ତାହା ନିଶ୍ଚିତ କରିବା ଜରୁରୀ । ଆଜି ସମଗ୍ର ବିଶ୍ୱ ମାଟିର ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ । ଏହି ପୃଥିବୀ କେବଳ ଆମର ନୁହେଁ; ଏଥିରେ ପଶୁ ଓ ଉଦ୍ଭିଦମାନଙ୍କର ମଧ୍ୟ ଅଧିକାର ରହିଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ମୃତ୍ତିକା ସ୍ୱାସ୍ଥ୍ୟ ଆଜି ଗମ୍ଭୀର ଚିନ୍ତାର ବିଷୟ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱାଧୀନତା ପରଠାରୁ ଭାରତ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଗୋଟିଏ ସମୟରେ ଦେଶରେ ଖାଦ୍ୟଶସ୍ୟର ଅଭାବ ଦେଖାଦେଇଥିଲା ଏବଂ ଅନ୍ୟ ଦେଶରୁ ଖାଦ୍ୟ ଆମଦାନୀ କରିବାକୁ ପଡୁଥିଲା । ତେବେ ସବୁଜ ବିପ୍ଳବ ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଅଧିକ ଉତ୍ପାଦନକାରୀ ଫସଲ ଏବଂ ସେମାନଙ୍କର ପ୍ରଜାତି, ଉନ୍ନତ ଜଳସେଚନ କୌଶଳ ଏବଂ ଆଧୁନିକ କୃଷି ପ୍ରଣାଳୀ ଗ୍ରହଣ କରିବା ଦ୍ୱାରା ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇଛି । ଏହା ପରେ ରେନବୋ ବିପ୍ଳବ ଉଦ୍ୟାନ କୃଷି, ଦୁଗ୍ଧ, ଜଳଚାଷ, କୁକୁଡ଼ା ଏବଂ ଅନ୍ୟାନ୍ୟ କ୍ଷେତ୍ର ମାଧ୍ୟମରେ କୃଷିକୁ ଆହୁରି ବିବିଧ କରିଥିଲା ଏବଂ କୃଷିକୁ ଭାରତୀୟ ଅର୍ଥବ୍ୟବସ୍ଥାର ଏକ ମୁଖ୍ୟ ସ୍ତମ୍ଭ ରେ ପରିଣତ କରିଥିଲା । କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ଭାରତ ଏବେ ବାର୍ଷିକ ୩୩୦ ନିୟୁତ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ କରୁଛି, ଯାହା ବିଶ୍ୱ ଖାଦ୍ୟ ବାଣିଜ୍ୟରେ ଉଲ୍ଲେଖନୀୟ ଯୋଗଦାନ ଦେଉଛି ଏବଂ ରପ୍ତାନି ଆୟରେ ୫୦ ବିଲିୟନ ଡଲାର ସୃଷ୍ଟି କରୁଛି।​

ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକ ରାସାୟନିକ ସାର ବ୍ୟବହାର ଓ ଏହା ଉପରେ ନିର୍ଭରଶୀଳତା, ପ୍ରାକୃତିକ ସମ୍ପଦର ଅହେତୁକ ଶୋଷଣ ଏବଂ ଅସ୍ଥିର ପାଣିପାଗ ମାଟି ଉପରେ ଚାପ ପକାଉଛି । ଆଜି ଭାରତର ମାଟି ଏକ ବଡ଼ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ଅନେକ ଗବେଷଣା ରୁ ଜଣାପଡିଛି ଯେ ଆମର ୩୦ ପ୍ରତିଶତ ମାଟି ନଷ୍ଟ ହୋଇଯାଇଛି । ମୃତ୍ତିକା କ୍ଷୟ, ଲବଣତା, ପ୍ରଦୂଷଣ ଯୋଗୁଁ ମାଟିରେ ଅତ୍ୟାବଶ୍ୟକ ନାଇଟ୍ରୋଜେନ୍ ଓ ମାଇକ୍ରୋ ପୋଷକ ତତ୍ତ୍ୱର ମାତ୍ରା ହ୍ରାସ ପାଉଛି। ମାଟିରେ ଜୈବିକ କାର୍ବନର ଅଭାବ ଏହାର ଉର୍ବରତା ଏବଂ ସ୍ଥିରତାକୁ ଦୁର୍ବଳ କରିଛି । ଏହି ଆହ୍ୱାନ କେବଳ ଉତ୍ପାଦନକୁ ପ୍ରଭାବିତ କରିବ ନାହିଁ ବରଂ ଆଗାମୀ ଦିନରେ କୃଷକମାନଙ୍କ ପାଇଁ ଜୀବିକା ଏବଂ ଖାଦ୍ୟ ସଙ୍କଟ ମଧ୍ୟ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆମ ସରକାର ମୃତ୍ତିକା ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଏବଂ ଯାହା ମାଟିର ଉର୍ବରତା ବୃଦ୍ଧି କରିଥାଏ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୧୫ ରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ତିଆରି ଆରମ୍ଭ ହୋଇଥିଲା । ୨୨୦ ନିୟୁତରୁ ଅଧିକ କାର୍ଡ ତିଆରି କରି କୃଷକମାନଙ୍କୁ ଦିଆଯାଇଛି। ଆଉ କେଉଁ ସାରକୁ କେତେ ପରିମାଣରେ ମାଟି ସ୍ୱାସ୍ଥ୍ୟ କାର୍ଡ ଜରିଆରେ ବ୍ୟବହାର କରିବେ ତାହା ଏବେ ଚାଷୀ ଜାଣିଛନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା- ପ୍ରତି ବୁନ୍ଦା ଅଧିକ ଫସଲ ଅଧୀନରେ ଆମେ ଜଳର ସଠିକ ବ୍ୟବହାର, ଅପଚୟ ହ୍ରାସ କରିବା ଏବଂ ପୋଷକ ତତ୍ତ୍ୱର ଅବଶିଷ୍ଟ ଅଂଶକୁ ହ୍ରାସ କରିବା ଉପରେ ଗୁରୁତ୍ୱ ଦେଇଛୁ । ଉତ୍ତର-ପୂର୍ବ ପାଇଁ ଏକ ଜୈବିକ ମୌଳିକ ବିକାଶ ସଂକଳନ ପ୍ରସ୍ତୁତ କରାଯାଇଛି ଏବଂ ଏହି ୮ଟି ରାଜ୍ୟର କୃଷକମାନଙ୍କୁ ପରିବେଶ ସମ୍ବେଦନଶୀଳ ଅଞ୍ଚଳର ଜୈବ ବିବିଧତାକୁ ସୁରକ୍ଷା ଦେବା ସହିତ ଜୈବିକ ଚାଷ ପଦ୍ଧତି ଗ୍ରହଣ କରିବାକୁ ପ୍ରେରଣା ଦିଆଯାଉଛି । ପ୍ରାକୃତିକ ଚାଷକୁ ଏକ ମିଶନ ରେ ପରିଣତ କରିବା ପାଇଁ ଭାରତରେ ମଧ୍ୟ କାମ ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାସାୟନିକ ସାର କେବଳ ମାଟିର ସ୍ୱାସ୍ଥ୍ୟ ନୁହେଁ ବରଂ ମଣିଷ ଏବଂ ପଶୁମାନଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରୁଛି । ମାଟିର ଉର୍ବରତା ବଜାୟ ରଖିବା ପାଇଁ ସମନ୍ବିତ ପୋଷକ ତତ୍ତ୍ୱ ଓ ଜଳ ପରିଚାଳନା ପଦ୍ଧତି ଅବଲମ୍ବନ କରିବାକୁ ପଡ଼ିବ। କ୍ଷୁଦ୍ର ଜଳସେଚନ, ଫସଲ ବିବିଧତା, କୃଷି ବନୀକରଣ ଇତ୍ୟାଦି ବିଭିନ୍ନ ପଦ୍ଧତି ମାଧ୍ୟମରେ ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ମୃତ୍ତିକା କ୍ଷୟ ଏବଂ ଜଳ ସଂରକ୍ଷଣ କ୍ଷମତା ହ୍ରାସ କରିବା ପାଇଁ ଆମେ ସମସ୍ତ ପଦକ୍ଷେପ ନେବା ଉଚିତ୍ ।

ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ବୈଜ୍ଞାନିକ ଉଦ୍ଭାବନର ସମାଧାନ ଏବଂ ସମ୍ପ୍ରସାରଣ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତର କୃଷି ବିଜ୍ଞାନ କେନ୍ଦ୍ରଗୁଡିକ କୃଷି ପ୍ରଯୁକ୍ତି ବିଦ୍ୟା ପରିଚାଳନା ଏଜେନ୍ସି ସହ ମିଶି କୃଷକମାନଙ୍କୁ ଜ୍ଞାନ ଓ ଦକ୍ଷତା ପ୍ରଦାନ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ବିଜ୍ଞାନ ଓ କୃଷକଙ୍କ ମଧ୍ୟରେ ପରୀକ୍ଷାଗାରରୁ ଦୂରତା ହ୍ରାସ କରିବାକୁ ପଡ଼ିବ। ବୈଜ୍ଞାନିକମାନଙ୍କଠାରୁ କୃଷକମାନଙ୍କୁ ଠିକ୍ ସମୟରେ ସଠିକ୍ ସୂଚନା ପ୍ରଦାନ କରିବା ପାଇଁ ଆମେ ନିରନ୍ତର ପ୍ରୟାସ କରୁଛୁ । କୃଷି ବିଜ୍ଞାନ କେନ୍ଦ୍ର ମଧ୍ୟ ଏ ଦିଗରେ ଅନେକ ପ୍ରୟାସ କରୁଛି । ଶ୍ରୀ ଚୌହାନ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଖୁବ୍ ଶୀଘ୍ର ଆଧୁନିକ କୃଷି ଚୌପାଲ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛୁ ଯେଉଁଥିରେ ବୈଜ୍ଞାନିକମାନେ କୃଷକମାନଙ୍କ ସହ ନିରନ୍ତର ଆଲୋଚନା କରି ସୂଚନା ଦେବେ ଏବଂ ସମସ୍ୟାର ସମାଧାନ ମଧ୍ୟ କରିବେ । ଏହାବ୍ୟତୀତ ଘରୋଇ ଓ ଏନଜିଓ ନେତୃତ୍ୱାଧୀନ ସମ୍ପ୍ରସାରଣ ସେବା କୃଷକମାନଙ୍କ ପାଇଁ ଉନ୍ନତ ଜ୍ଞାନକୌଶଳ ଆଣିଛି ଏବଂ କୃଷକମାନେ ଏବେ ଏହାର ଫାଇଦା ଉଠାଉଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କୃଷକମାନେ ମାଟିର ସବୁଠାରୁ ବଡ଼ ରକ୍ଷକ ଏବଂ ଆମକୁ ଶିକ୍ଷା, ପ୍ରୋତ୍ସାହନ ଏବଂ ଆଧୁନିକ ବୈଜ୍ଞାନିକ ସୂଚନା ମାଧ୍ୟମରେ ସେମାନଙ୍କୁ ସଶକ୍ତ କରିବାକୁ ହେବ । ଏଥିରେ ଯୁବବର୍ଗଙ୍କୁ ମଧ୍ୟ ସାମିଲ କରାଯିବା ଦରକାର। କୃଷି ଏକ ଲାଭଜନକ ଏବଂ ସମ୍ମାନଜନକ ବୃତ୍ତି; ଏଥିପାଇଁ ଯୁବବର୍ଗଙ୍କୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ମହିଳା ଛାତ୍ର ଏବଂ ଗବେଷକମାନେ ସ୍ଥାନୀୟ ଏବଂ ବିଶ୍ୱ ମାଟି ଆହ୍ୱାନର ମୁକାବିଲା କରୁଥିବା ଉଦ୍ଭାବନ ବିକଶିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ଉଚିତ୍ । ସେ କହିଥିଲେ ଯେ ମୃତ୍ତିକା କ୍ଷୟ କେବଳ ଏକ ଜାତୀୟ ପ୍ରସଙ୍ଗ ନୁହେଁ ବରଂ ଏହା ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ଯାହା ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ଏକ ଅଂଶ । ଏସଡିଜି ହାସଲ କରିବା ଜରୁରୀ । ଏହି ସମ୍ମିଳନୀ ରାଷ୍ଟ୍ରମାନଙ୍କ ପାଇଁ ସ୍ଥାୟୀ ଭୂମି ପରିଚାଳନା ଦିଗରେ ସହଯୋଗ, ବୈଷୟିକ ଜ୍ଞାନକୌଶଳ ବାଣ୍ଟିବା ଏବଂ କାର୍ଯ୍ୟ କରିବାର ଏକ ସୁଯୋଗ । ମୁଁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରୁଛି ଯେ ଯେଉଁ ସମାଧାନଗୁଡିକ ବୃହତ ସ୍ତରରେ କାର୍ଯ୍ୟକାରୀ ହୋଇପାରିବ ତାହା ଉପରେ ବିଚାର କରନ୍ତୁ ଯାହା କେବଳ କୃଷକ ନୁହେଁ, ସମଗ୍ର ମାନବଜାତି ଏବଂ ସମଗ୍ର ପ୍ରାଣୀ ଏବଂ ଗଛପାଇଁ ଲାଭଦାୟକ ହେବ । ମୁଁ ବୈଜ୍ଞାନିକ, ଅଂଶୀଦାର, ନୀତି ନିର୍ମାତା, ଶିଳ୍ପ ପ୍ରତିନିଧି, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଛାତ୍ରଛାତ୍ରୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ ପୁନରୁଦ୍ଧାର ଅଭିଯାନରେ ହାତ ମିଳାଇବାକୁ ଆହ୍ୱାନ କରୁଛି । ସମସ୍ତଙ୍କ ପାଇଁ ସ୍ଥାୟୀ ଓ ଲାଭଦାୟକ କୃଷି, ସହାୟକ ପରିବେଶ ଏବଂ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ସମସ୍ତ ଜୀବ ଓ ଭବିଷ୍ୟତ ପିଢ଼ିପାଇଁ ଏକ ସ୍ଥାୟୀ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ଆମେ ସମସ୍ତେ ମିଳିମିଶି ପ୍ରତିଜ୍ଞା କରୁଛୁ ବୋଲି ଶ୍ରୀ ଚୌହାନ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗ ସଦସ୍ୟ ପ୍ରଫେସର ରମେଶ ଚାନ୍ଦ, ଉଦ୍ଭିଦ ପ୍ରଜାତି ଓ କୃଷକ ଅଧିକାର ସୁରକ୍ଷା ପ୍ରାଧିକରଣର ଅଧ୍ୟକ୍ଷ ଡ. ତ୍ରିଲୋଚନ ମହାପାତ୍ର, ଡିଏଆରଇ ଓ ଆଇସିଏଆରର ପୂର୍ବତନ ସଚିବ ତଥା ଆଇସିଏଆର ଡିଜି ଡ. ହିମାଂଶୁ ପାଠକ, ଆଇସିଏଆରର ସଚିବ ତଥା ଆଇସିଏଆରର ମହାନିର୍ଦ୍ଦେଶକ ତଥା ଆଇଏସଏସଏସ ର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ …