ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩୦ ନଭେମ୍ବରରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ପୁଲିସ ମହାନିର୍ଦ୍ଦେଶକ / ମହାନିରୀକ୍ଷକମାନଙ୍କର ୫୯ତମ ସର୍ବଭାରତୀୟ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଗୁଇନ୍ଦା ବିଭାଗର ଅଧିକାରୀମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୁଲିସ ପଦକ ବଣ୍ଟନ କରିଛନ୍ତି । ତାଙ୍କର ଉଦଯାପନୀ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ସମ୍ମିଳନୀରେ ସୁରକ୍ଷା ଆହ୍ୱାନର ଜାତୀୟ ଏବଂ ଅନ୍ତର୍ଜାତୀୟ ଦିଗ ଉପରେ ବ୍ୟାପକ ଆଲୋଚନା ହୋଇଛି। ଏହି ସମ୍ମିଳନୀର ଆଲୋଚନାରୁ ବାହାରିଥିବା ମୁକାବିଲା ରଣନୀତି ଉପରେ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ …
Read More »କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦ୍ୱାରା ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀ ଉଦଘାଟିତ
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ହାଇବ୍ରିଡ୍ ମୋଡରେ ଆୟୋଜିତ ଏହି ସମ୍ମିଳନୀରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟ ଏବଂ ସିଏପିଏଫ୍/ସିପିଓ ର ମୁଖ୍ୟମାନେ ଯୋଗ ଦେଇଛନ୍ତି । ଆହୁରି ମଧ୍ୟ, ସାରା ଦେଶରୁ ଅନେକ ପୁଲିସ ଅଧିକାରୀ ଏହି ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରୁଛନ୍ତି। ଆଜି ହୋଇଥିବା ଆଲୋଚନାରେ ଜାତୀୟ ସୁରକ୍ଷା …
Read More »ନଭେମ୍ବର ୩୦ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରସ୍ଥିତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନଭେମ୍ବର ୩୦ରୁ ୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପୁଲିସ ମହାନିର୍ଦ୍ଦେଶକ/ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ । ନଭେମ୍ବର ୨୯ରୁ ଡିସେମ୍ବର ପହିଲା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ତିନି ଦିନିଆ ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନୂଆ ଅପରାଧ ଆଇନ, ନାର୍କୋଟିକ୍ସ ସମେତ ଜାତୀୟ ନିରାପତ୍ତାର ଗୁରୁତ୍ୱପୂର୍ଣ୍ଣ …
Read More »ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ
ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ ପୂର୍ବ ଉପକୂଳ ସହିତ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳରେ ଏପ୍ରିଲ ୧୫ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ବାର୍ଷିକ ମାଛଧରା କାର୍ଯ୍ୟକଳାପ ଉପରେ ଏକସମାନ ନିଷେଧାଦେଶ ଲାଗୁ କରୁଛି । ଏହାବ୍ୟତୀତ, ଓଡ଼ିଶା ସରକାର ପ୍ରତିବର୍ଷ ନଭେମ୍ବର ୧ ରୁ ମେ ୩୧ ମଧ୍ୟରେ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଓଡ଼ିଶା ଉପକୂଳର ୧୨୦ କିଲୋମିଟର ଅଞ୍ଚଳରେ (ଗହିରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ଋଷିକୁଲ୍ୟା ନଦୀ ମୁହାଣ …
Read More »ଓଡ଼ିଶାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ, ଗତ ତିନି ବର୍ଷ ମଧ୍ୟରେ ମତ୍ସ୍ୟ ସମ୍ବନ୍ଧୀୟ ୪୫୮ଟି ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୮୫ ଜଣ ମହିଳା ମତ୍ସ୍ୟ ଚାଷୀଙ୍କୁ ଆଧୁନିକ ମତ୍ସ୍ୟ କୌଶଳରେ ତାଲିମ ଦିଆଯାଇଛି ବୋଲି ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା (ପିଏମଏମଏସୱାଇ) ଅଧୀନରେ ଭାରତ ସରକାରଙ୍କ ମତ୍ସ୍ୟ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟର …
Read More »ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନକୁ ସୁଦୃଢ଼ କରିବା ଓ ସାମାଜିକ ସହମତି ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ
କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳବାଇ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମକୁ ନିୟନ୍ତ୍ରଣ କରୁଥିବା ପ୍ରଚଳିତ ଆଇନଗୁଡ଼ିକୁ ସୁଦୃଢ଼ କରିବାର ଜରୁରୀ ଆବଶ୍ୟକତା ରହିଛି। ସମ୍ପାଦକୀୟ ଯାଞ୍ଚଠାରୁ ଆରମ୍ଭ କରି ଅନିୟନ୍ତ୍ରିତ ଅଭିବ୍ୟକ୍ତି ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମେ ସୋସିଆଲ ମିଡିଆ ଏବଂ ଓଟିଟି …
Read More »ଓପିସିଡବ୍ଲୁ-ଦ ହେଗ୍ ପୁରସ୍କାର ୨୦୨୪ ଜିତିଲା ଭାରତୀୟ ରାସାୟନିକ ପରିଷଦ
୨୫ ନଭେମ୍ବରରେ ନେଦରଲ୍ୟାଣ୍ଡସ୍ର ହେଗ୍ ଠାରେ ଆୟୋଜିତ ଅର୍ଗାନାଇଜେସନ୍ ଫର୍ ପ୍ରୋହିବିଶନ୍ ଅଫ୍ କେମିକାଲ୍ ୱେପନ୍ସ୍ (ଓପିସିଡବ୍ଲ୍ୟୁ)ର ରାଷ୍ଟ୍ର ପକ୍ଷଗୁଡ଼ିକର ସମ୍ମିଳନୀ (ସିଏସପି)ର ୨୯ତମ ଅଧିବେଶନ ଅବସରରେ ଭାରତୀୟ ରାସାୟନିକ ପରିଷଦ (ଆଇସିସି)କୁ ୨୦୨୪ ଓପିସିଡବ୍ଲ୍ୟୁ ଦି ହେଗ୍ ପୁରସ୍କାର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୯୩ଟି ଦେଶର ପ୍ରତିନିଧି ଏବଂ ବିଶ୍ୱର ରାସାୟନିକ ଶିଳ୍ପର ବିଶେଷଜ୍ଞମାନେ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ କୌଣସି ରାସାୟନିକ ଶିଳ୍ପ ସଂସ୍ଥାର ଉଦ୍ୟମକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓପିସିଡବ୍ଲ୍ୟୁର ମହାନିର୍ଦ୍ଦେଶକ, ରାଷ୍ଟ୍ରଦୂତ ଫର୍ଣ୍ଣାଣ୍ଡୋ ଏରିଆସ୍ ଏବଂ ହେଗ୍ ମ୍ୟୁନିସିପାଲିଟିର ମେୟର ଜାନ୍ …
Read More »ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବପିଢ଼ିଙ୍କୁ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସିକ ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗର ଅଂଶବିଶେଷ ହେବା ପାଇଁ ଯୁବ ପିଢ଼ିଙ୍କୁ ଏକ କ୍ୱିଜ ପ୍ରତିଯୋଗିତାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି । ଏହା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ସେମାନଙ୍କର ବିଶେଷ ଯୋଗଦାନ ହେବ ବୋଲି ସେ କହିଛନ୍ତି । ଏକ୍ସର ଗୋଟିଏ ପୋଷ୍ଟରେ ସେ ଲେଖିଛନ୍ତି: “ମୋ ଯୁବ ବନ୍ଧୁମାନେ, ଏକ ମଜାଦାର କ୍ୱିଜ ଅଛି, …
Read More »ଭୁବନେଶ୍ୱରରେ ସମସ୍ତ ଏସଆଣ୍ଡଟି କ୍ଲଷ୍ଟରଗୁଡ଼ିକର ଦ୍ୱିତୀୟ ବୈଠକରେ ଅଧ୍ୟକ୍ଷତା କଲେ ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା
ଭାରତ ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା (ପିଏସ୍ଏ) ପ୍ରଫେସର ଅଜୟ କେ ସୁଦଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୨୫-୨୬ ରେ ଭୁବନେଶ୍ୱରରେ ସମସ୍ତ ସର୍ବଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା (ଏସ ଆଣ୍ଡ ଟି) କ୍ଲଷ୍ଟରର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୫ ନଭେମ୍ବର ୨୦୨୪ରେ ପିଏସଏ କାର୍ଯ୍ୟାଳୟ (ଓପିଏସ୍ଏ)ର ୨୫ତମ ବାର୍ଷିକୀ ଅବସରରେ ଭୁବନେଶ୍ବର ସିଟି ନଲେଜ୍ ଆଣ୍ଡ ଇନୋଭେସନ୍ କ୍ଲଷ୍ଟର ଫାଉଣ୍ଡେସନ (ବିସିକେଆଇସି) ପକ୍ଷରୁ ଏହି ବୈଠକ ଅନୁଷ୍ଠିତ …
Read More »ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି
କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ୧୧୧୫.୬୭ କୋଟି ଟଙ୍କା ମଞ୍ଜୁର କରିଛି। ଅର୍ଥମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ନୀତି ଆୟୋଗର ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଏହି କମିଟି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନଡିଏମଏଫ)ରୁ ପାଣ୍ଠି ଯୋଗାଣ ପାଇଁ ୧୫ଟି ରାଜ୍ୟରେ ଭୂସ୍ଖଳନ ବିପଦ …
Read More »