बुधवार, दिसंबर 04 2024 | 02:25:01 PM
Breaking News
Home / Choose Language / Odia (page 10)

Odia

Odia

ଆଇଏଫଏଫଆଇ ୨୦୨୪ରେ ଫିଲ୍ମ ବଜାର ପ୍ରଦର୍ଶନୀ କକ୍ଷରେ ୨୦୮ଟି ଫିଲ୍ମ ହେବ ପ୍ରଦର୍ଶିତ

୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ) ଚଳିତ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଏକ ଭବ୍ୟ ସାଂସ୍କୃତିକ ପରିବେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥିସହିତ ଫିଲ୍ମ ବଜାରର ଅଷ୍ଟାଦଶ ସଂସ୍କରଣ ମଧ୍ୟ ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହା ଚଳଚ୍ଚିତ୍ର ନିର୍ମାତା ଓ ଏହି ଉଦ୍ୟୋଗର ପେସାଦାରମାନଙ୍କୁ ପରସ୍ପର ସହ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା ଏବଂ …

Read More »

୨୦୨୪-୨୫ରେ ଭାରତୀୟ ଖାଦ୍ୟ ନିଗମରେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ରେ କାର୍ଯ୍ୟଶୀଳ ପୁଞ୍ଜି ନିମନ୍ତେ ୧୦,୭୦୦ କୋଟି ଟଙ୍କାର ଇକ୍ୱିଟି ନିବେଶକୁ ଅନୁମୋଦନ କରିଛି। କୃଷି କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଦେଶବ୍ୟାପୀ କୃଷକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ। ଏହି ରଣନୀତିକ ପଦକ୍ଷେପ କୃଷକମାନଙ୍କୁ ସମର୍ଥନ କରିବା ଏବଂ ଭାରତର କୃଷି ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ …

Read More »

ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପିଏମ୍‌-ବିଦ୍ୟାଲକ୍ଷ୍ମୀ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଯାହାଫଳରେ ଆର୍ଥିକ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ …

Read More »

ହାରଦୋଇ ସଡ଼କ ଦୁର୍ଘଟଣାରେ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ ପିଏମଏନଆରଏଫରୁ ସହାୟତା ଘୋଷଣା

ଉତ୍ତରପ୍ରଦେଶର ହାରଦୋଇ ଠାରେ ଏକ ଭୟାନକ ସଡ଼କ ଦୁର୍ଘଟଣରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟ ଓ ପରିଜନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ @PMOIndia ପକ୍ଷରୁ ସୋସିଆଲ ମିଡିଆରେ ଦିଆଯାଇଥିବା ଏକ ବିବୃତିରେ ପୀଡ଼ିତ ପରିବାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତରପ୍ରଦେଶର ହାରଦୋଇଠାରେ ହୋଇଥିବା …

Read More »

ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଖୁବ୍ ଭଲ ବର୍ତ୍ତାଳାପ ହେଲା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନୂତନ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇ ତାଙ୍କର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ବିଭିନ୍ନ କ୍ଷେତ୍ରରେ ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସେ ପୁଣି ଥରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ମୋଦୀ କହିଛନ୍ତି । ଏକ୍ସର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି : …

Read More »

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ରାଷ୍ଟ୍ରପତି ଭାବେ ନୂଆ କରି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଭାବରେ ପୁନନିର୍ବାଚିତ ହେବା ସହ କଂଗ୍ରେସ ନିର୍ବାଚନରେ ରିପବ୍ଲିକାନ ପାର୍ଟିର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ତାଙ୍କର ଚମତ୍କାର ତଥା ପୁନର୍ବାର ବିଜୟ ତାଙ୍କ ନେତୃତ୍ୱ ଏବଂ ଦୃଷ୍ଟିକୋଣ ପ୍ରତି ଆମେରିକୀୟ ଲୋକମାନଙ୍କର …

Read More »

ଏଡିବି ଏହାର ସଦ୍ୟତମ ରିପୋର୍ଟରେ ଜୀବାଶ୍ମ ଇନ୍ଧନ ରିହାତିରେ ୮୫% ହ୍ରାସ ଉପରେ ଆଲୋକପାତ କରିଛି

ଜୀବାଶ୍ମ ଇନ୍ଧନ କବଳରେ କବଳିତ ହୋଇ ରହିଥିବା ବିଶ୍ୱରେ ଭାରତ ଏକ ଭିନ୍ନ ମାର୍ଗ ଆଡ଼କୁ ପାଦ ବଢ଼ାଇଛି । ଏସିଆନ ଡେଭଲପମେଂଟ ବ୍ୟାଙ୍କ ନିକଟରେ ଏସିଆ – ପ୍ରଶାନ୍ତ ମହାସାଗରୀୟ ଜଳବାୟୁ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତ ଜୀବାଶ୍ମ ଇନ୍ଧନ ରିହାତି ଉପରେ ଅସ୍ଥାୟୀ ନିର୍ଭରଶୀଳତାରୁ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଉଛି । “ଅପସାରଣ, ଲକ୍ଷ୍ୟ ସ୍ଥିରୀକରଣ ଏବଂ ପରିବର୍ତ୍ତନ” ରଣନୀତି ଦ୍ୱାରା …

Read More »

ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ

ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ବା ମକ୍‌ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି । ସୁନାମି ମୁକାବିଲା ନିମନ୍ତେ ଛାୟା ଅଭ୍ୟାସ ପୁରୀ ଜିଲ୍ଲାର ନରସିଂହପାଟଣାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦିଉ ଓ ଦାମନ ଓ ଗୁଜରାଟ ଆଦିର ସବୁ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବ୍ୟତୀତ ନୌସେନା, ତଟରକ୍ଷୀ ବାହିନୀ ଏବଂ ଜାତୀୟ …

Read More »

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା …

Read More »

ଛଟ୍ ପୂଜାର ପ୍ରଥମ ଦିନରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

ଛଟ୍ ପୂଜାର ପ୍ରଥମ ଦିନରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ମହାପର୍ବ ଛଟ୍ ର ଆଜି ନହାୟ-ଖାୟର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭକାମନା । ବିଶେଷ ଭାବେ ବ୍ରତଧାରୀମାନଙ୍କୁ ମୋର ଅଭିନନ୍ଦନ । ଛଟ୍ ମା’ଙ୍କ କୃପାରୁ ଆପଣ ସମସ୍ତଙ୍କ ପୂଜା ସଫଳତାପୂର୍ବକ ସମ୍ପନ୍ନ ହେଉ, ଏହା ହିଁ ମୋର …

Read More »