ମହାମାନ୍ୟ ଚାନସେଲର ସୋଲଜ୍ ଦୁଇ ଦେଶରୁ ଆସିଥିବା ପ୍ରତିନିଧିମାନେ ଗଣମାଧ୍ୟମ ପ୍ରତିନିଧିମାନେ ନମସ୍କାର! ଗୁଟନ ଟାଗ! ପ୍ରଥମେ ମୁଁ ଚାନସେଲର ସୋଲଜ ଏବଂ ତାଙ୍କ ପ୍ରତିନିଧି ଦଳଙ୍କୁ ଭାରତରେ ସ୍ୱାଗତ କରୁଛି । ମୁଁ ଖୁସିଯେ ବିଗତ ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି । ଗତ ଦୁଇ ତିନି ଦିନ ମଧ୍ୟରେ ହୋଇଥିବା ଗତିବିଧିରୁ ଆପଣ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀତାର ବ୍ୟାପକତା ଅନୁଭବ କରିପାରିବେ । ଆଜି ସକାଳୁ ଆମକୁ ଜର୍ମାନୀ ବିଜିନେସର ଏସିଆ ପାସିଫିକ କନଫରେନ୍ସକୁ ସମ୍ବୋଧନ କରିବାର ସୁଯୋଗ ମିଳିଥିଲା । ମୋ ତୃତୀୟ କାର୍ଯ୍ୟକାଳର ଆଇଜିସି ବୈଠକ କିଛି ସମୟ ତଳେ ସମ୍ପନ୍ନ ହୋଇଛି । ଏବେ ଆମେ ସିଇଓ ଫୋରମ୍ ବୈଠକରୁ ଆସୁଛୁ । ଏହି ସମୟରେ ଜର୍ମାନୀ ନେଭିର ଜାହାଜ ଗୋଆ ବନ୍ଦରରେ ମଧ୍ୟ ପହଞ୍ଚିଛି । ଖେଳ ଜଗତ ମଧ୍ୟ ପଛରେ ପଡ଼ିନାହିଁ । ଆମ ହକି ଟିମ୍ ମଧ୍ୟରେ ବନ୍ଧୁତ୍ୱ ମ୍ୟାଚ୍ ଅନୁଷ୍ଠିତ ହେଉଛି । ବନ୍ଧୁଗଣ, ଚାନସେଲର ସୋଲଜଙ୍କ ନେତୃତ୍ୱରେ ଆମର ସହଭାଗିତାକୁ ଏକ ନୂତନ ଗତି ଓ ଦିଗ ମିଳିଛି । ଜର୍ମାନୀର ‘ଫୋକସ୍ ଅନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପାଇଁ ମୁଁ ଚାନସେଲର ସୋଲଜଙ୍କୁ ଅଭିନନ୍ଦନ ଜଣାଉଛି, ଯାହାକି ବିଶ୍ୱର ଦୁଇ ବୃହତ ଲୋକତନ୍ତ୍ର ମଧ୍ୟରେ ସହଭାଗିତାକୁ ସମନ୍ୱିତ ଭାବେ ଆଧୁନିକୀକରଣ ଓ ଶୀର୍ଷକୁ ନେବାର ବ୍ଲୁପ୍ରିଣ୍ଟ । ଆଜି ଆମର ନବାଚାର ଓ ପ୍ରଯୁକ୍ତି ରୋଡମ୍ୟାପର ଶୁଭାରମ୍ଭ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁତ୍ଥିତ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ନବାଚାର କ୍ଷେତ୍ରରେ ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣ ଉପରେ ସହମତି ପ୍ରକାଶ ପାଇଛି । ଏହା ଆର୍ଟିଫଇସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ । ଏହା ସୁରକ୍ଷିତ, ବିଶ୍ୱସନୀୟ ଏବଂ ନମନୀୟ ବୈଶ୍ୱିକ ଯୋଗାଣ ଶୃଙ୍ଖଳକୁ ସହାୟତା କରିବ । ବନ୍ଧୁଗଣ, ରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବଢ଼ୁଥିବା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ । ଗୋପନୀୟ ତଥ୍ୟର ଆଦାନପ୍ରଦାନ ପାଇଁ ବୁଝାମଣା ଏ ଦିଗରେ ନୂତନ ପଦକ୍ଷେପ । ଆଜି ସ୍ୱାକ୍ଷର ହୋଇଥିବା ପାରସ୍ପରିକ ଆଇନଗତ ସହାୟତା ଚୁକ୍ତିନାମା ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ବିରୋଧରେ ଲଢ଼େଇ ସକାଶେ ମିଳିତ ପ୍ରୟାସକୁ ସଶକ୍ତ କରିବ । ସବୁଜ ଏବଂ ଶତତ ବିକାଶ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ନିରନ୍ତର କାର୍ଯ୍ୟ କରୁଛନ୍ତି । ଗ୍ରୀନ୍ ଏବଂ ସଷ୍ଟେନବଲ ପାର୍ଟନରସିପକୁ ଆଗେଇ ନେବାକୁ ଆଜି ଗ୍ରୀନ୍ ଅର୍ବାନ ମୋବିଲିଟି ପାର୍ଟନରସିପ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆମେ ସହମତ ହୋଇଛୁ । ଏଥିସହ ଗ୍ରୀନ୍ ହାଇଡ୍ରୋଜେନ୍ ହୋଡମ୍ୟାପର ମଧ୍ୟ ଶୁଭାରମ୍ଭ ହୋଇଛି । ବନ୍ଧୁଗଣ, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଏବେ ଚାଲିଥିବା ବିବାଦ ଉଭୟ ଦେଶଙ୍କ ପାଇଁ ଉଦ୍ବେଗର ବିଷୟ । ଭାରତ ସବୁବେଳେ ବିଶ୍ୱାସ କରେ ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ବାଟ ନୁହେଁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଯେକୌଣସି କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ । ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଜାହାଜ ଚଳାଚଳ ପାଇଁ ଆଇନକୁ ସୁନିଶ୍ଚିତ କରିବାକୁ ଆମେ ଉଭୟେ ସହମତ । ଆମେ ଏଥିରେ ମଧ୍ୟ ଏକମତ ହେଲୁ ଯେ ଏକବିଂଶ ଶତାବ୍ଦୀରେ ଗଠନ ହୋଇଥିବା ବୈଶ୍ୱିକ ମଞ୍ଚ ଗୁଡ଼ିକ ଏକବିିଂଶ ଶତାବ୍ଦୀର ଆହ୍ୱାନର ମୁକାବିଲା କରିବାକୁ ଅସମର୍ଥ । ଜାତିସଂଘ ନିରାପତ୍ତା ପରିଷଦ ସମେତ ଅନେକ ବହୁମୁଖୀ ସଂସ୍ଥାରେ ସଂସ୍କାର ଆବଶ୍ୟକ । ଭାରତ ଓ ଜର୍ମାନୀ ଏ ଦିଗରେ ମିଳିତ ଭାବେ କାମ କରିବେ । ବନ୍ଧୁଗଣ, ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦକ୍ଷତା ବିକାଶ ଏବଂ ନିଯୁକ୍ତିଭିତ୍ତିକ ଶିକ୍ଷାକୁ ମିଳିତ ଭାବେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛୁ । ଆଇଆଇଟି ଚେନ୍ନାଇ ଏବଂ ଡ୍ରେସଡନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଛି, ଯାହାକି ଆମ ଛାତ୍ରଛାତ୍ରୀଙ୍କୁ ଦ୍ୱୈତ ଡିଗ୍ରୀର ଫାଇଦା ଦେବ । ଜର୍ମାନୀର ପ୍ରଗତି ଓ ସମୃଦ୍ଧି ଦିଗରେ ଭାରତର ଯୁବାଶକ୍ତିଙ୍କ ଅବଦାନ ରହିଛି । ଭାରତ ପାଇଁ ଜର୍ମାନୀ ଆରମ୍ଭ କରିଥିବା ‘ସ୍କିଲଡ ଲେବର ଷ୍ଟ୍ରାଟେଜି’କୁ ଆମେ ସ୍ୱାଗତ କରୁଛୁ । ମୋର ବିଶ୍ୱାସ ଅଛି ଆମର ଯୁବ ଶକ୍ତି ଜର୍ମାନୀର ବିକାଶରେ ଯୋଗଦାନ ପାଇଁ ଅଧିକ ସୁଯୋଗ ପାଇବେ । ଭାରତୀୟ ଟାଲେଣ୍ଟର ଦକ୍ଷତା ଉପରେ ବିଶ୍ୱାସ ରଖିଥିବାରୁ ଚାନସେଲର ସ୍କୋଲଜଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ମହାମାନ୍ୟ, ଆପଣଙ୍କ ଭାରତ ଯାତ୍ରାରୁ ଆମର ସହଭାଗିତାକୁ ନୂଆ ଗତି, ଶକ୍ତି ଏବଂ ଉତ୍ସାହ ମିଳିଛି । ମୁଁ ଜୋର୍ ଦେଇ କହିପାରେ ଆମ ସହଭାଗିତା ସ୍ପଷ୍ଟ ଏବଂ ଏହାର ଭବିଷ୍ୟତ ଉଜ୍ୱଳ । ଜର୍ମାନ ଭାଷାରେ, ଆଲେସ କ୍ଲାର, ଆଲେସ ଗଟ! ବହୁତ ବହୁତ ଧନ୍ୟବାଦ ଡାଷଙ୍କ ଶୋନ୍
Read More »