रविवार, दिसंबर 22 2024 | 07:58:53 PM
Breaking News
Home / Tag Archives: Participated

Tag Archives: Participated

36 மாநிலங்கள் மற்றும் யூனியன் பிரதேசங்களிலிருந்தும் 1.76 கோடிக்கும் அதிகமான பள்ளி மாணவர்கள் வீரக்கதை 4.0 திட்டத்தில் பங்கேற்றனர்

36 மாநிலங்கள் மற்றும் யூனியன் பிரதேசங்களைச் சேர்ந்த 1.76 கோடிக்கும் அதிகமான பள்ளி மாணவர்கள் வீரக்கதை 4.0 திட்டத்தில் ஆர்வத்துடன் பங்கேற்றுள்ளனர். ஆயுதப்படையினர்,  அதிகாரிகள்  ஆகியோரின் துணிச்சல் மற்றும் தியாகத்தை கௌரவிக்கும் வகையில் மாணவர்கள் கவிதைகள், ஓவியங்கள், கட்டுரைகள், வீடியோக்கள் போன்றவற்றை அனுப்பியுள்ளனர் வீரதீர செயலுக்கான விருது பெற்றவர்களின் வீரம், தன்னலமற்ற தியாகம் மற்றும் துணிச்சல் ஆகியவற்றின் எழுச்சியூட்டும் கதைகளையும், இந்த துணிச்சல்மிக்கவர்களின் வாழ்க்கைக் கதைகளையும் மாணவர்களிடையே கூறி, அவர்களிடையே …

Read More »

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ସଶସ୍ତ୍ର ବାହିନୀର ଅଧିକାରୀ/ଯବାନଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ କବିତା, ଚିତ୍ର, ପ୍ରବନ୍ଧ, ଭିଡିଓ ଇତ୍ୟାଦି ପଠାଇଛନ୍ତି। ବୀର ପୁରସ୍କାର ବିଜେତାଙ୍କ ବୀରତ୍ୱ, ନିଃସ୍ୱାର୍ଥପର ତ୍ୟାଗ ଓ ସାହସର ପ୍ରେରଣାଦାୟୀ କାହାଣୀ ଏବଂ ଏହି ବୀର ଯବାନମାନଙ୍କ ଜୀବନ କାହାଣୀକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା …

Read More »

மேகாலயாவில் கடல் விமான செயல்முறை விளக்க விழாவில் மத்திய சிவில் விமானப் போக்குவரத்துத் துறை அமைச்சர் திரு கிஞ்சரப்பு ராம்மோகன் நாயுடு பங்கேற்றார்

மேகாலயாவுக்கு இரண்டு நாள் சுற்றுப்பயணம் மேற்கொண்டுள்ள மத்திய சிவில் விமானப் போக்குவரத்து அமைச்சர் திரு கிஞ்சரப்பு ராம்மோகன் நாயுடு, ரி போய் மாவட்டத்திலுள்ள உமியம் ஏரியில் நடைபெற்ற கடல் விமான செயல்விளக்க அறிமுக விழாவில் கலந்து கொண்டு, மேகாலயாவின் இயற்கை அழகைக் கண்டு வியந்தார்.  இந்நிகழ்ச்சியில் மேகாலயா முதலமைச்சர் திரு கான்ராட் கே. சங்மா கலந்து கொண்டார். இதில் பேசிய மத்திய அமைச்சர், இந்த நிகழ்வை சாத்தியமாக்கிய மேகாலயா முதலமைச்சருக்கு …

Read More »

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ, ଭଡ଼ତାଳସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଡ଼ତାଳସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସମବେତ ଜନତାକୁ ଉଦବୋଧନ ଦେଇ ସେ କହିଥିଲେ, ୨୦୦ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବା ଶ୍ରୀ ସ୍ୱାମୀନାରାୟଣଙ୍କ ଆଶୀର୍ବାଦ । ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ସେ ସ୍ୱାଗତ କରି କହିଥିଲେ, ସେବା ହିଁ ସ୍ୱାମୀନାରାୟଣ ମନ୍ଦିରର ମୂଳ ପରମ୍ପରା ଏବଂ ଭକ୍ତମାନେ ଆଜି ସେବାରେ ହିଁ ତଲ୍ଲୀନ ହୋଇଛନ୍ତି । ଗଣମାଧ୍ୟମରେ ଏବେ ଉତ୍ସବକୁ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥିବା କହିଥିଲେ । ସେ କହିଥିଲେ, ଭଡ଼ତାଳ ଧାମରେ ୨୦୦ତମ ବାର୍ଷିକୀ ଉତ୍ସବ କେବଳ ଏକ ଇତିହାସ ନୁହେଁ, ଭଡ଼ତାଳ ଧାମ ପ୍ରତି ବିଶ୍ୱାସ ରଖି ବଢ଼ି ଆସିଥିବା ତାଙ୍କ ସମେତ ଅନେକ ଭକ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସେ କହିଥିଲେ, ଏହି ମୁହୂର୍ତ୍ତ ଭାରତୀୟ ସଂସ୍କୃତିର ଶାଶ୍ୱତ ପ୍ରବାହର ଏକ ପ୍ରମାଣ । ଶ୍ରୀ ମୋଦୀ କହିଥିଲେ, ଏପରିକି ଶ୍ରୀ ସ୍ୱାମୀନାରାୟଣଙ୍କ ଦ୍ୱାରା ଭଡ଼ତାଳ ଧାମ ପ୍ରତିଷ୍ଠାର ୨୦୦ ବର୍ଷ ପରେ ମଧ୍ୟ ତାଙ୍କ ଆଧ୍ୟାତ୍ମିକ ଚେତନା ଜାଗୃତ ହୋଇ ରହିଛି । ଆଜି ମଧ୍ୟ ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଓ ଶକ୍ତିକୁ ଅନୁଭବ କରିହୁଏ । ଶ୍ରୀ ମୋଦୀ ମନ୍ଦିରର ୨୦୦ ତମ ବାର୍ଷିକୀ ଉତ୍ସବରେ ସମସ୍ତ ଭକ୍ତ ଓ ଶିଷ୍ୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଭାରତ ସରକାର ଏକ ୨୦୦ ଟଙ୍କାର ରୌପ୍ୟ ମୁଦ୍ରା ଏବଂ ସ୍ମାରକୀ ଡାକ ଟିକଟ ପ୍ରକାଶ କରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଏହି ପ୍ରତୀକ ଗୁଡ଼ିକ ବର୍ତ୍ତମାନର ମହାନ ମୁହୂର୍ତ୍ତକୁ ଆଗାମୀ ପିଢ଼ିଙ୍କ ମନରେ ଜୀବନ୍ତ କରି ରଖିବ । ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାମୀନାରାୟଣଙ୍କ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତ ଏହି ପରମ୍ପରା ସହ ତାଙ୍କର ଦୃଢ଼ ବ୍ୟକ୍ତିଗତ, ଆଧ୍ୟାତ୍ମିକ ଓ ସାମାଜିକ ସମ୍ପର୍କ କେତେ । ସେ କହିଥିଲେ, ସେ ଅତୀତରେ ସନ୍ଥମାନଙ୍କ ସତସଙ୍ଗ ଓ ସାନିଧ୍ୟ ପାଇଛନ୍ତି । ଏବେ ମଧ୍ୟ ଦେଶର ବିକାଶରେ ଫଲପ୍ରଦ ପ୍ରତିଫଳନ ସହ ତାହା ସେ ଅନୁଭବ କରିପାରୁଛନ୍ତି । ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟସ୍ତତା ଯୋଗୁ ସେ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନଥିଲେ ମଧ୍ୟ ମାନସିକ ଭାବେ ଭଡ଼ତାଳରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ସନ୍ଥ ପରମ୍ପରା ଭାରତର ବିଶେଷତ୍ୱ ଏବଂ ଯେତେବେଳେ ଦେଶର କଠିନ ସମୟ ଆସିଛି ସନ୍ଥ, ଋଷି ଓ ମହାତ୍ମାଙ୍କ ଆବିର୍ଭାବ ହୋଇଛି । ସେହିପରି ଦେଶ ଯେତେବେଳେ ଶତାଧିକ ବର୍ଷ ଧରି ଦାସତ୍ୱ ଯୋଗୁ ଦୁର୍ବଳ ହୋଇଥିଲା ଏବଂ ନିଜ ଉପରେ ବିଶ୍ୱାସ ହରାଇଥିଲା, ସେହି ସମୟରେ ଭଗବାନ ସ୍ୱାମୀନାରାୟଣଙ୍କ ଅବିର୍ଭାବ ହୋଇଥିଲା । ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ସ୍ୱାମୀନାରାୟଣ ଏବଂ ସେ ସମୟରେ ଆବିର୍ଭାବ ହୋଇଥିବା ସମସ୍ତ ସନ୍ଥ ଯେ କେବଳ ଆଧ୍ୟାତ୍ମିକ ଶକ୍ତି ସୃଷ୍ଟି କରିଥିଲେ ତାହା ନୁହେଁ, ବରଂ ଆମର ଆତ୍ମସମ୍ମାନକୁ ଜାଗ୍ରତ କରିବା ସହ ପରିଚୟକୁ ପୁନଃସ୍ଥାପନ କରିଥିଲେ । ଏ କ୍ଷେତ୍ରରେ ଶିକ୍ଷାପତ୍ରୀ ଏବଂ ବଚନାମୃତର ଯୋଗଦାନ ବିସ୍ତୃତ । ଏବେ ତାଙ୍କର ଏହି ଶିକ୍ଷାକୁ ଆଗେଇ ନେବା ଆମ ସମସ୍ତଙ୍କ ଦାୟିତ୍ୱ । ଭଡ଼ତାଳ ଧାମ ମାନବତାର ସେବା ଦିଗରେ ବୃହତ ଅବଦାନ ସହିତ ଏବଂ ନୂତନ ଯୁଗ ଗଠନ ପାଇଁ ପ୍ରେରଣାଦାୟକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଭଡ଼ତାଳ ଧାମରୁ ବଂଚିତ ସମାଜରୁ ସଗରାମ ଜୀଙ୍କ ଭଳି ମହାନ ଶିଷ୍ୟ ସୃଷ୍ଟି ହୋଇଥିବା ଶ୍ରୀ ମୋଦୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଆଜି ଦୂରଦୂରାନ୍ତର ଆଦିବାସୀ ଅଞ୍ଚଳରେ ଭଡ଼ତାଳ ଧାମ ଦ୍ୱାରା ଅନେକ ଶିଶୁଙ୍କୁ ଖାଦ୍ୟ, ଆଶ୍ରୟ ଓ ଶିକ୍ଷା ଭଳି ସେବା ସହ ବହୁ ପ୍ରକଳ୍ପ ଯୋଗାଇ ଦିଆଯାଉଛି । ଆଦିବାସୀ ଅଞ୍ଚଳରେ ମହିଳା ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନ କରାଯାଉଛି । ଶ୍ରୀ ମୋଦୀ କହିଥିଲେ, ଭଡ଼ତାଳ ଧାମ ଦ୍ୱାରା କରାଯାଉଥିବା ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଅଛି ଗରିବଙ୍କ ସେବା, ନୂତନ ପିଢ଼ି ଗଠନ ଏବଂ ଆଧୁନିକତା ଓ ଆଧ୍ୟାତ୍ମିକତାର ସମ୍ମିଶ୍ରଣରେ ଭାରତୀୟ ସଂସ୍କୃତିର ସଂରକ୍ଷଣ । ଉତ୍ତମ ଭବିଷ୍ୟତ ପାଇଁ ସ୍ୱଚ୍ଛତା ଓ ପରିବେଶ ଆଦି କ୍ଷେତ୍ରରେ ଅଭିଯାନ ପାଇଁ ଭଡ଼ତାଳ ଧାମର ସନ୍ଥ ଏବଂ ଭକ୍ତମାନେ ତାଙ୍କୁ କେବେ ନିରାଶ କରିନଥିବାରୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେମାନେ ଏହାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି ଏବଂ ଆପ୍ରାଣ ଉଦ୍ୟମ କରି ତାହାକୁ ସମ୍ପୂର୍ଣ୍ଣ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ, ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ସ୍ୱାମୀନାରାୟଣ ପରମ୍ପରାର ଶିଷ୍ୟମାନେ ଏକ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଉଦ୍ଦେଶ୍ୟ ଥାଏ, ଯାହାକି ଜୀବନର ଲକ୍ଷ୍ୟ ହୋଇଥାଏ । ଏହା ଆମର ମନ, କାର୍ଯ୍ୟ ଓ ଭାଷାକୁ ପ୍ରଭାବିତ କରିଥାଏ । ଯେତେବେଳେ ଜଣେ ଜୀବନର ଉଦ୍ଦେଶ୍ୟ ଜାଣିପାରେ, ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ ହୋଇଯାଇଥାଏ । ସେ କହିଥିଲେ, ପ୍ରତ୍ୟେକ ଯୁଗରେ ସନ୍ଥ ଓ ଋଷିମାନେ ଲୋକମାନଙ୍କୁ ଜୀବନର ଉଦ୍ଦେଶ୍ୟ ବାବଦରେ ସଚେତ କରାଇଥାଆନ୍ତି । ଆମ ସମାଜ ପ୍ରତି ସନ୍ଥ ଓ ଋଷିମାନଙ୍କର ଥିବା ମହାନ ଅବଦାନକୁ ଉଲ୍ଲେଖ କରି ସେ କହିଥିଲେ, ଯେତେବେଳେ ସମଗ୍ର ସମାଜ ଓ ଦେଶ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ମିଳିତ ଉଦ୍ୟମ କରିଥାଆନ୍ତି, ଏହା ନିଶ୍ଚିତ ଭାବେ ହାସଲ ହୋଇଥାଏ । ଏ ସମ୍ପର୍କରେ ଅନେକ ଉଦାହରଣ ଥିବା ସେ କହିଥିଲେ । ସେ କହିଥିଲେ, ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ବର୍ତ୍ତମାନ ସମୟରେ ଯୁବ ପିଢ଼ିଙ୍କୁ ଏକ ବୃହତ ଉଦ୍ଦେଶ୍ୟ ସୂଚିତ କରିଛନ୍ତି ଏବଂ ସମଗ୍ର ଦେଶ ବିକଶିତ ଭାରତ ଗଠନର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆଗେଇ ଚାଲିଛି । ଭଡ଼ତାଳ ମୁନିଋଷି ଓ ସ୍ୱାମୀନାରାୟଣ ପରିବାରକୁ ବିକଶିତ ଭାରତର ପବିତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱାଧୀନତାର ସ୍ଫୁଲିଙ୍ଗ ଶତାବ୍ଦୀ ଧରି ଦେଶର ଗୋଟିଏ କୋଣରୁ ଅନ୍ୟ କୋଣର ଲୋକଙ୍କୁ ପ୍ରେରଣା ଦେଇ ଚାଲିଥିଲା । ଏପରି ଗୋଟିଏ ଦିନ କିମ୍ବା ଗୋଟିଏ ମୁହୂର୍ତ୍ତ ନଥିଲା ଯେତେବେଳେ ଲୋକମାନେ ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱପ୍ନ ଏବଂ ପ୍ରସ୍ତାବକୁ ଭୁଲି ଯାଇଥିଲେ । ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କର ଯେଭଳି ଇଚ୍ଛାଶକ୍ତି ଥିଲା ଏବେ ବିକଶିତ ଭାରତ ଗଠନ ପାଇଁ ୧୪୦ କୋଟି ଲୋକଙ୍କ ନିକଟରେ ସେହିପରି ଇଚ୍ଛାଶକ୍ତି ଆବଶ୍ୟକ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିକଶିତ ଭାରତ ଲକ୍ଷ୍ୟରେ ଲୋକଙ୍କୁ ପ୍ରେରଣା ଦେବା ସହ ଆମ ସମସ୍ତଙ୍କୁ ଏଥିସହ ଜଡ଼ିତ କରିବା ଦିଗରେ କାର୍ଯ୍ୟ କରିବାକୁ ସନ୍ଥ ଓ ଋଷିମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଯେକୌଣସି ସ୍ଥାନରେ ଥିଲେ ବି ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ଅବଦାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ବିକଶିତ ଭାରତ ଗଠନର ପ୍ରଥମ ସର୍ତ୍ତ ଆତ୍ମନିର୍ଭର ଭାରତ ଗଠନ ଏବଂ କୌଣସି ବାହ୍ୟ ବ୍ୟକ୍ତି ନୁହଁନ୍ତି ବରଂ ୧୪୦ କୋଟି ଲୋକ ଏହାକୁ ନିଜେ ହାସଲ କରିବା । କାର୍ଯ୍ୟକ୍ରମରେ ଉପସ୍ଥିତ ଶିଷ୍ୟମାନଙ୍କୁ ଭୋକାଲ ଫର ଲୋକାଲକୁ ଅବଦାନ ସହ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ବିକଶିତ ଭାରତ ଗଠନ ପାଇଁ ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସମାଜକୁ ଖଣ୍ଡବିଖଣ୍ଡ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କର ଏହି ଷଡ଼ଯନ୍ତ୍ରର ଗମ୍ଭୀରତାକୁ ବୁଝିବା ସହ ଏଭଳି ପ୍ରୟାସକୁ ବିଫଳ କରିବା ଆବଶ୍ୟକ । ଶ୍ରୀ ମୋଦୀ ଏହା କହିଥିଲେ କି, ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଏହା ସୂଚିତ କରୁଛି, କିପରି କଠିନ ତପସ୍ୟା ବଳରେ ବଡ଼ ଲକ୍ଷ୍ୟ ହାସଲ କରିହେବ, କିପରି ଯୁବ ଶକ୍ତିଙ୍କ ମନରେ ରାଷ୍ଟ୍ର ନିର୍ମାଣ ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର କ୍ଷମତା ଥାଏ ଏବଂ କିପରି ଯୁବଶକ୍ତି ରାଷ୍ଟ୍ର ନିର୍ମାଣ କରିପାରିବେ ଏବଂ କରୁଛନ୍ତି । ଏଥିପାଇଁ ଯୁବ ଶକ୍ତିଙ୍କୁ ସକ୍ଷମ ଏବଂ ଯୋଗ୍ୟ କରିବା ପାଇଁ ଶିକ୍ଷିତ କରିବା ଆବଶ୍ୟକ । ଶ୍ରୀ ମୋଦୀ କହିଥିଲେ, ସଶକ୍ତ ଓ କୁଶଳ ଯୁବଶକ୍ତି ବିକଶିତ ଭାରତର ସବୁଠୁ ବଡ଼ ଶକ୍ତି ଏବଂ ଏହି ସୁଦକ୍ଷ ଯୁବଶକ୍ତିର ଆବଶ୍ୟକତା ବିଶ୍ୱବ୍ୟାପୀ ବୃଦ୍ଧି ପାଇବ । ଏହା ମଧ୍ୟ କହିଥିଲେ, ଭାରତର ଯୁବଶକ୍ତିଙ୍କ କ୍ଷମତା ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି ଏବଂ ବିଶ୍ୱବ୍ୟାପୀ ଭାରତର କୁଶଳୀ ଜନଶକ୍ତିର ଚାହିଦା ବହୁତ ରହିଛି । ଏହି ଯୁବ ଶକ୍ତି କେବଳ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ନିଶା ନିବାରଣ ଦିଗରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରଚେଷ୍ଟା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଯୁବଶକ୍ତିଙ୍କୁ ନିଶା ଠାରୁ ଦୂରରେ ରଖିବା ସହ ସେମାନଙ୍କୁ ନିଶାମୁକ୍ତ ରଖିବା ଦିଗରେ କାମ କରିବାକୁ ସନ୍ଥ ଓ ଶିଷ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ନିଶାରୁ ପ୍ରଭାବରୁ ଯୁବଶକ୍ତିଙ୍କୁ ବଞ୍ଚାଇବାର ଅଭିଯାନ ଓ ପ୍ରଚେଷ୍ଟା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଆବଶ୍ୟକ ଏବଂ ଏହି ଅଭିଯାନ ନିରନ୍ତର ଚାଲିବା ଉଚିତ । କୌଣସି ଦେଶର ପ୍ରଗତି ସମ୍ଭବ, ଯେତେବେଳେ ଉକ୍ତ ଦେଶ ତାହାର ଐତିହ୍ୟକୁ ନେଇ ଗର୍ବ କରିବ ଏବଂ ତାହାକୁ ସଂରକ୍ଷିତ କରି ରଖିବ । ଶ୍ରୀ ମୋଦୀ କହିଥିଲେ, ଭାରତର ମନ୍ତ୍ର ବିକାଶ ସହିତ ଐତିହ୍ୟ । ଅଯୋଧ୍ୟାର ଉଦାହରଣ ଦେଇ ଶ୍ରୀ ମୋଦୀ ପ୍ରସନ୍ନତାର ସହ କହିଥିଲେ କି, ସହସ୍ରାଧିକ ବର୍ଷ ପୁରୁଣା ଭାରତର ଏହି ଗୌରବମୟ ଐତିହ୍ୟର ପୁଣି ବିକାଶ କରାଯାଉଛି, ଯାହାକୁ ଦିନଥିଲା ଧ୍ୱଂସ ପାଇ ଯାଇଥିବା କୁହାଯାଉଥିଲା । ସେ କାଶୀ, କେଦାରନାଥ, ପାଓଗଡ଼, ମୋଢ଼େରାର ସୂର୍ଯ୍ୟମନ୍ଦିର ଏବଂ ସୋମନାଥ ମନ୍ଦିରରେ ହୋଇଥିବା ପରିବର୍ତ୍ତନର ଉଦାହରଣ ମଧ୍ୟ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ଚତୁର୍ଦ୍ଦିଗରେ ଏକ ନୂତନ କ୍ରାନ୍ତି ଓ ଚେତନାର ପରିପ୍ରକାଶ ଦେଖାଦେଇଛି । ସେ ଏହା ମଧ୍ୟ କହିଥିଲେ ଯେ, ଭାରତରୁ ଚୋରି ହୋଇଯାଇଥିବା ଦେବୀ ଦେବତାଙ୍କୁ ଶତାଧିକ ବର୍ଷ ତଳର ମୂର୍ତ୍ତି ଏବେ ଫେରାଇ ଅଣାଯାଉଛି । ଗୁଜରାଟର ଲୋଥଲରେ ଚାଲିଥିବା ପୁନର୍ବିକାଶ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସାଂସ୍କୃତିକ ଚେତନାର ଅଭିଯାନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହି ଭୂମି, ଏହି ଦେଶ ଏବଂ ଏହାର ପରମ୍ପରାକୁ ଭଲ ପାଉଥିବା, ଏହାର ସଂସ୍କୃତିକୁ ନେଇ ଗର୍ବ କରୁଥିବା ଏବଂ ଆମର ଐତିହ୍ୟକୁ ପ୍ରଶଂସା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଏହା ଏକ ଦାୟିତ୍ୱ । ଭଡ଼ତାଳ ଧାମରେ ଥିବା ଭଗବାନ ସ୍ୱାମୀନାରାୟଣଙ୍କ କଳାକୃତିର ସଂଗ୍ରହାଳୟ ଅକ୍ଷର ଭୁବନ ମଧ୍ୟ ଏହି ଅଭିଯାନର ଅଂଶ ବିଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି ଅକ୍ଷର ଭୁବନ ଭାରତର ଅମର ଆଧ୍ୟାତ୍ମିକ ଐତିହ୍ୟର ଏକ ଭବ୍ୟ ମନ୍ଦିରରେ ପରିଣତ ହେବ । ଶ୍ରୀ ମୋଦୀ କହିଥିଲେ, ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ହାସଲ ହୋଇପାରିବ, ଯେତେବେଳେ ୧୪୦ କୋଟି ଭାରତୀୟ ଏହି ଲକ୍ଷ୍ୟକୁ ହାସଲ କରିବାକୁ ଏକଜୁଟ ହୋଇ ଉଦ୍ୟମ କରିବେ । ସେ କହିଥିଲେ, ଏହି ଅଭିଯାନକୁ ସମ୍ପୂର୍ଣ୍ଣ କରିବାକୁ ଆମ ସନ୍ଥମାନଙ୍କ ମାର୍ଗଦର୍ଶନ ବହୁତ ମହତ୍ୱପୂର୍ଣ୍ଣ । ପ୍ରତି ୧୨ ବର୍ଷରେ ଥରେ ଆୟୋଜନ କରାଯାଉଥିବା ଭାରତର ଐତିହ୍ୟର ପ୍ରତୀକ ପୂର୍ଣ୍ଣ କୁମ୍ଭର ପ୍ରଚାର ସମଗ୍ର ବିଶ୍ୱରେ କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ସନ୍ଥମାନଙ୍କୁ ଅନୁରୋଧ କରିଥିଲେ । ବିଶ୍ୱବ୍ୟାପୀ ଲୋକ ଏବଂ ଅଣ-ଭାରତୀୟ ମୂଳ ବିଦେଶୀମାନଙ୍କୁ ପ୍ରୟାଗରାଜରେ ଆୟୋଜିତ ହେବାକୁ ଥିବା ପୂର୍ଣ୍ଣ କୁମ୍ଭ ବାବଦରେ ଶିକ୍ଷିତ କରିବାକୁ ସନ୍ଥମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଦେଶରେ ଥିବା ପ୍ରତ୍ୟେକ ଶାଖା ମାଧ୍ୟମରେ ଅତି କମରେ ଶହେ ଜଣ ଲେଖାଏ ବିଦେଶୀଙ୍କୁ ଆଗାମୀ କୁମ୍ଭ ମେଳାକୁ ଶ୍ରଦ୍ଧାର ସହ ଆଣିବାକୁ ସନ୍ଥମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରି କହିଥିଲେ । ସମଗ୍ର ବିଶ୍ୱରେ ଏ ନେଇ ଜାଗରୁକତା ସୃଷ୍ଟି କାର୍ଯ୍ୟ ଆମ ସନ୍ଥମାନେ ସହଜରେ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉଦବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ବ୍ୟକ୍ତିଗତ ଭାବେ ଯୋଗ ଦେଇ ନ ପାରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ସମସ୍ତ ସନ୍ଥ ଓ ଶିଷ୍ୟଙ୍କୁ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହର ଶୁଭକାମନା ଜଣାଇଥିଲେ । ପୃଷ୍ଠଭୂମି ପ୍ରଧାନମନ୍ତ୍ରୀ ୨୦୨୪ ନଭେମ୍ବର ୧୧ ତାରିଖରେ ଗୁଜରାଟର ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ବିଗତ କେଇ ଦଶନ୍ଧି ଧରି ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଜନସାଧାରଣଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଆସୁଛି ।

Read More »

PDEUના SEP ફેસ્ટ 2024માં પીએમ શ્રી કેવી કેન્ટના 55 વિદ્યાર્થીઓ અને ચાર શિક્ષકોએ ભાગ લીધો

અમદાવાદના પીએમ શ્રી કેવી કેન્ટના ધોરણ 7 થી 12ના 55 વિદ્યાર્થીઓ અને ચાર શિક્ષકોએ 8 નવેમ્બર, 2024ના રોજ ગાંધીનગર સ્થિત પંડિત દીનદયાળ એનર્જી યુનિવર્સિટી (PDEU) ખાતે SEP ફેસ્ટ 2024માં ભાગ લીધો હતો. આ કાર્યક્રમ પરંપરાગત ઉર્જાના સ્ત્રોતો જેમ કે ગેસ અને તેલના વધતા ઉપયોગના કારણે પર્યાવરણના પ્રદૂષણ અંગે જાગૃતિ લાવવા અને નવીનીકરણીય ઉર્જા સ્ત્રોત તરફ પરિવર્તનની તાત્કાલિક જરૂરિયાતની જાગૃતિ માટે સમર્પિત …

Read More »

വിജിലൻസ് അവബോധ വാരാചരണത്തിൽ രാഷ്‌ട്രപതി പങ്കെടുത്തു

രാഷ്ട്രപതി, ശ്രീമതി ദ്രൗപദി  മുർമു ഇന്ന് (നവംബർ 8, 2024) വിജിലൻസ് അവബോധ വാരാചരണം  2024-ൽ പങ്കെടുത്തു.  സമഗ്രതയും അച്ചടക്കവുമാണ് ജീവിതത്തിൻ്റെ ആദർശങ്ങളായി നമ്മുടെ സമൂഹത്തിൽ കണക്കാക്കുന്നതെന്ന് ചടങ്ങിൽ സംസാരിച്ച രാഷ്ട്രപതി പറഞ്ഞു. ഇന്ത്യൻ ജനത  അച്ചടക്കമില്ലായ്മ ഇഷ്ടപ്പെടുന്നില്ലെന്നും നിയമം  അനുസരിക്കുന്നുവെന്നുമാണ് ഏകദേശം 2300 വർഷങ്ങൾക്ക് മുമ്പ് മെഗസ്തനീസ്  ഇന്ത്യൻ ജനതയെ കുറിച്ചു എഴുതിയത് . അവരുടെ ജീവിതത്തിൽ ലാളിത്യവും നിഷ്ഠയുമുണ്ട് . സമാനമായ പരാമർശങ്ങൾ ഫാ-ഹിയാൻ നമ്മുടെ പൂർവ്വികരെ കുറിച്ച് …

Read More »

ഗോവയിൽ ‘ഡേ അറ്റ് സീ’ പരിപാടിയില്‍ പങ്കെടുത്ത് രാഷ്ട്രപതി

രാഷ്ട്രപതി ശ്രീമതി ദ്രൗപദി മുർമു ഇന്ന് (നവംബർ 7, 2024) ഗോവയിൽ ‘ഡേ അറ്റ് സീ’ പരിപാടിയിൽ  പങ്കെടുത്തു. മിഗ്-29K യുദ്ധവിമാനത്തിന്റെ പറന്നുയരലും തിരിച്ചിറങ്ങലും,   യുദ്ധക്കപ്പലിൽ നിന്നുള്ള മിസൈൽ പ്രയോഗങ്ങള്‍,  അന്തർവാഹിനി അഭ്യാസപ്രകടനങ്ങള്‍ എന്നിവയടക്കം നിരവധി നാവിക അഭ്യാസപ്രകടനങ്ങള്‍ക്ക് ഐഎൻഎസ് വിക്രാന്ത്  കപ്പലിലെ ‘ഡേ അറ്റ് സീ’  പരിപാടിയില്‍ അവര്‍ സാക്ഷ്യം വഹിച്ചു. ഇന്ത്യൻ നാവികസേനയുടെ പങ്കും പ്രവര്‍ത്തനഘടനയും ആശയങ്ങളും  രാഷ്ട്രപതിയോട് വിശദീകരിച്ചു. ഐഎൻഎസ് വിക്രാന്തിന്റെ ജീവനക്കാരുമായും അവർ …

Read More »

ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଭାଗ ନେଲେ ରାଷ୍ଟ୍ରପତି

ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ ସଦ୍ଭାବ ଖୋଜିବାର ମାର୍ଗ ଦେଖାଇଛନ୍ତି। ଏହି ପଥପ୍ରଦର୍ଶକମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ ଅଦ୍ୱିତୀୟ । ବୋଦ୍ଧଗୟା ସ୍ଥିତ ବୋଧି ଗଛ ତଳେ ସିଦ୍ଧାର୍ଥ ଗୌତମଙ୍କ ଜ୍ଞାନ ପ୍ରାପ୍ତି ଇତିହାସରେ ଅଦ୍ୱିତୀୟ ଘଟଣା । ସେ କେବଳ ମଣିଷ ମନର କାର୍ଯ୍ୟ ବିଷୟରେ ତୁଳନାତ୍ମକ ଭାବରେ ସମୃଦ୍ଧ ଜ୍ଞାନ ହାସଲ କରିନଥିଲେ, ବରଂ ଜନତାଙ୍କ କଲ୍ୟାଣ ପାଇଁ ସେ “ବହୁଜନ ସୁଖାୟ ବହୁଜନ ହିତାୟ ଚ” ଚିନ୍ତାଧାରା ସହିତ ସମସ୍ତ ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଋାଷ୍ଟ୍ରପତି କହିଛନ୍ତି ଯେ, ଶତାବ୍ଦୀ ଧରି ଭିନ୍ନ ଭିନ୍ନ ଅଭ୍ୟାସକାରୀମାନେ ବୁଦ୍ଧଙ୍କ ବକ୍ତବ୍ୟର ଭିନ୍ନ ଅର୍ଥ ବାହାର କରୁଥିଲେ ଏବଂ ଏହପରି ଭାବରେ ବିଭିନ୍ନ ସମ୍ପ୍ରଦାୟର ସୃଷ୍ଟି ହୋଇଥିଲା । ବ୍ୟାପକ ବର୍ଗୀକରଣରେ ଆଜି ଆମର ଥେରବାଦ, ମହାଯାନ ଏବଂ ବଜ୍ରଯାନ ପରମ୍ପରା ଅଛି, ସେମାନଙ୍କ ମଧ୍ୟରେ ଅନେକ ବିଦ୍ୟାଳୟ ଏବଂ ସମ୍ପ୍ରଦାୟ ରହିଛି । ଏହାଛଡା, ବୁଦ୍ଧ ଧର୍ମର ଏପରି ବିକାଶ ଇତିହାସର ବିଭିନ୍ନ ସମୟ ମଧ୍ୟରେ ଅନେକ ଦିଗରେ ହୋଇଥିଲା । ବିସ୍ତାରିତ ଭୌଗଳିକ କ୍ଷେତ୍ରରେ ଧମ୍ମର ଏହି ବିସ୍ତାର ଏକ ସମ୍ପ୍ରଦାୟ, ଏକ ବଡ ସଂଘର ନିର୍ମାଣ କଲା । ଏକ ଅର୍ଥରେ, ଭାରତ ଯାହା ବୁଦ୍ଧଙ୍କ ଜ୍ଞାନ ଭୂମି ଅଟେ ଏହାର କେନ୍ଦ୍ରରେ ରହିଛି । କିନ୍ତୁ ଭଗବାନଙ୍କ ବିଷୟରେ ଯାହା କୁହାଯାଇଛି, ତାହା ଏହି ବୃହତ ବୌଦ୍ଧ ସଂଗଠନ ବିଷୟରେ ମଧ୍ୟ ସତ୍ୟ : ଏହାର କେନ୍ଦ୍ର ସବୁ ସ୍ଥାନରେ ରହିଛି ଏବଂ ପରିଧି କୌଣସି ସ୍ଥାନରେ ନାହିଁ । ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେତେବେଳେ ବିଶ୍ୱ ଅନେକ କ୍ଷେତ୍ରରେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛି, ଏହା ସମ୍ମୁଖରେ କେବଳ ବିବାଦ ନୁହେଁ, ବରଂ ଜଳବାୟୁ ସଂକଟ ମଧ୍ୟ ଦେଖାଦେଇଛି, ସେତେବେଳେ ଏକ ବୃହତ ବୌଦ୍ଧ ସମ୍ପ୍ରଦାୟକୁ ମାନବ ଜାତିକୁ କିଛି ଦେବାକୁ ପଡିବ । ବୌଦ୍ଧ ଧର୍ମର ବିଭିନ୍ନ ବିଦ୍ୟାଳୟ ସମଗ୍ର ବିଶ୍ୱକୁ ଦର୍ଶାଏ ଯେ କିପରି ସଂକୀର୍ଣ୍ଣ ସାମ୍ପ୍ରଦାୟିକତାକୁ ପ୍ରତିହତ କରାଯିବ । ସେମାନଙ୍କର ମୁଖ୍ୟ ବାର୍ତ୍ତା ଶାନ୍ତି ଏବ ଅହିଂସା  ଉପରେ କେନ୍ଦ୍ରୀତ । ଯଦି କୌଣସି ଗୋଟିଏ ଶବ୍ଦ ବୁଦ୍ଧ ଧମ୍ମକୁ ବ୍ୟକ୍ତ କରିପାରିବ, ତେବେ ତାହା ହେଉଛି, କରୁଣା କିମ୍ବା ଦୟା, ଯାହାର ଆବଶ୍ୟକତା ଆଜି ବିଶ୍ୱକୁ ସର୍ବାଧିକ ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ବୁଦ୍ଧଙ୍କ ଶିକ୍ଷାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଏକ ବଡ ସାମୂହିକ ପ୍ରୟାସ ଅଟେ । ସେ ଖୁସିରେ କହିଛନ୍ତି ଯେ ଭାରତ ସରକାର ଅନ୍ୟ ଭାଷା ମଧ୍ୟରେ ପାଲି ଏବଂ ପ୍ରାକୃତକୁ ‘ଶାସ୍ତ୍ରୀୟ ଭାଷା’ ର ମାନ୍ୟତା ଦେଇଛନ୍ତି । ସେ କହିଛନ୍ତି ଯେ ପାଲି ଏବଂ ପ୍ରାକୃତ ଭାଷାକୁ ଏବେ ଆର୍ôଥକ ସହାୟତା ଦିଆଯିବ, ଯାହା ସେମାନଙ୍କର ସାହିତ୍ୟିକ ଭଣ୍ଡାରର ସଂରକ୍ଷଣ ତଥା ପୁନରୁତ୍ଥାନରେ ଯଥେଷ୍ଟ ସହାୟକ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ଆମକୁ ଏସିଆକୁ ମଜବୁତ କରିବା ପାଇଁ ବୁଦ୍ଧ ଧର୍ମର ଭୂମିକା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପ୍ରକୃତରେ ବୁଦ୍ଧ ଧର୍ମ ଏସିଆ ଏବଂ ବିଶ୍ୱରେ ଶାନ୍ତି, ପ୍ରକୃତ ଶାନ୍ତି କିପରି ଆଣିପାରିବ ତାହା ଉପରେ ବିସ୍ତାର ଭାବରେ ଆଲୋଚନା କରିବାକୁ ପଡିବ । କେବଳ ଶାରୀରିକ ହିଂସା ନୁହେଁ ବରଂ ସମସ୍ତ ପ୍ରକାର ଲୋଭ ଏବଂ ଘୃଣାରୁ ମୁକ୍ତ ଶାନ୍ତି – ବୁଦ୍ଧଙ୍କ ଅନୁଯାୟୀ ଏହି ଦୁଇଟି ମାନସିକ ଶକ୍ତି ଆମର ସମସ୍ତ ଦୁଃଖର କାରଣ । ବୁଦ୍ଧଙ୍କ ଶିକ୍ଷାରେ ଆମର ସହଭାଗୀ ଐତିହ୍ୟକୁ ଆଧାର କରି ଏହି ସମ୍ମିଳନୀ ଆମର ସହଯୋଗକୁ ମଜବୁତ କରିବାରେ ବହୁ ଦୂର ଯିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।

Read More »

સીબીઆઈસીના સભ્ય (કસ્ટમ્સ) શ્રી સુરજીત ભુજબળ સીજીએસટી અને કસ્ટમ્સ ઝોન પૂણે દ્વારા આયોજિત ‘જેન્ડર ઇન્ક્લુસિવિટી ઇન કસ્ટમ્સ સપ્લાય ચેઇન’ વિષય પરના સેમિનારમાં ભાગ લીધો

સેન્ટ્રલ બોર્ડ ઑફ ઇનડાયરેક્ટ ટેક્સીસ એન્ડ કસ્ટમ્સ (સીબીઆઇસી)ના સભ્ય (કસ્ટમ્સ) શ્રી સુરજિત ભુજબળે ગઈકાલે સીજીએસટી અને કસ્ટમ્સ ઝોન પૂણે દ્વારા આયોજિત ‘જેન્ડર ઇન્ક્લુઝનિવિટી ઇન કસ્ટમ્સ સપ્લાય ચેઇન’ વિષય પર સેમિનાર દરમિયાન અધ્યક્ષતા કરી હતી અને મુખ્ય વક્તવ્ય આપ્યું હતું. શ્રી ભુજબળે પોતાનાં સંબોધનમાં લિંગ સર્વસમાવેશકતા પર ભાર મૂક્યો હતો, જેનો ઉદ્દેશ …

Read More »

முதலாவது ஆசிய புத்த உச்சி மாநாட்டில் குடியரசுத் தலைவர் பங்கேற்றார்

புதுதில்லியில் இன்று (2024 நவம்பர் 5) சர்வதேச புத்த கூட்டமைப்புடன் இணைந்து மத்திய அரசின் கலாச்சார அமைச்சகம் ஏற்பாடு செய்திருந்த முதலாவது ஆசிய புத்த மத உச்சி மாநாட்டில் குடியரசுத் தலைவர் திருமதி திரௌபதி முர்மு கலந்து கொண்டார். இந்நிகழ்ச்சியில் பேசிய குடியரசுத் தலைவர், இந்தியா மதத்தின் ஆசீர்வதிக்கப்பட்ட பூமி என்று கூறினார். ஒவ்வொரு காலகட்டத்திலும், இந்தியாவில் சிறந்த நிபுணர்கள், ஆன்மீகவாதிகள், ஞானிகள் மற்றும் அறிஞர்கள் இருந்துள்ளனர். அவர்கள் மனித சமுதாயத்திற்கு உள்ளே அமைதியையும் வெளியே நல்லிணக்கத்தையும் காண வழிமுறையைக் …

Read More »