सोमवार, दिसंबर 23 2024 | 04:55:34 AM
Breaking News
Home / Choose Language / Odia / ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଷ୍ଟ୍ରପତି

ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଷ୍ଟ୍ରପତି

Follow us on:

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ନଭେମ୍ବର ୨୧, ୨୦୨୪) ନୂଆଦିଲ୍ଲୀରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ସମାରୋହକୁ ଉଦଘାଟନ କରିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ରାଷ୍ଟ୍ରପତି କହିଛନ୍ତି ଯେ, ଡକ୍ଟର ହରେକୃଷ୍ଣ ମହତାବ ଜଣେ ଦୂରଦର୍ଶୀ ନେତା ଥିଲେ। କେବଳ ଶାରୀରିକ ବିକାଶ ଯଥେଷ୍ଟ ନୁହେଁ ବରଂ ସାଂସ୍କୃତିକ ସଚେତନତା ମଧ୍ୟ ଆବଶ୍ୟକ ବୋଲି ସେ ଜାଣିଥିଲେ। ଡକ୍ଟର ମହତାବ ଜଣେ ବିଶିଷ୍ଟ ଲେଖକ ଥିଲେ। ସେ ନିଜେ ଲେଖିବା ସହ ଓଡ଼ିଶାରେ ଏଥିପାଇଁ ଏକ ସୁସ୍ଥ, ସାଂସ୍କୃତିକ ପରିବେଶ ସୃଷ୍ଟି କରିଥିଲେ। ଓଡ଼ିଶାରେ କଳା, ସାହିତ୍ୟ ଓ ସଙ୍ଗୀତକୁ ପ୍ରୋତ୍ସାହିତ କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ଡ. ହରେକୃଷ୍ଣ ମହତାବ ଓଡ଼ିଶାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ କାର୍ଯ୍ୟ ହୋଇଥିଲା ବୋଲି ରାଷ୍ଟ୍ରପତି କହିଛନ୍ତି । ଶ୍ରୀମତୀ ମୁର୍ମୁ ଆହୁରି କହିଛନ୍ତି, ମହାନଦୀ ଉପରେ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ନିର୍ମାଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ହୀରାକୁଦ ଓ ଅନ୍ୟାନ୍ୟ ପ୍ରକଳ୍ପ ଯୋଗୁଁ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ପାଲଟିଛି। ଓଡ଼ିଶା ବିଧାନସଭା, ରାଜ୍ୟ ସଚିବାଳୟ, ରାଜ୍ୟ ସଂଗ୍ରହାଳୟ, ବିଭିନ୍ନ ଏକାଡେମୀ ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠାରେ ତାଙ୍କର  ଉଲ୍ଲେଖନୀୟ ଅବଦାନ  ରହିଛି। କ୍ରୀଡ଼ାର ବିକାଶ ପ୍ରତି ମଧ୍ୟ ସେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ କଟକରେ ବାରବାଟୀ ଷ୍ଟାଡିୟମ ନିର୍ମାଣ ହୋଇଥିଲା। ତତ୍କାଳୀନ ବମ୍ବେ ପ୍ରଦେଶର ରାଜ୍ୟପାଳ ଥିବା ସମୟରେ ସେ ଅନେକ ଜନକଲ୍ୟାଣମୂଳକ କାର୍ଯ୍ୟ କରିଥିଲେ ଏବଂ ସେହି ବିଶାଳ ଅବିଭକ୍ତ ବମ୍ବେ ପ୍ରଦେଶର ଜନସାଧାରଣଙ୍କ ଠାରୁ ବିଶେଷ ସମ୍ମାନ ପାଇଥିଲେ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ଯେ, ଡକ୍ଟର ହରେକୃଷ୍ଣ ମହତାବ ଦେଶପ୍ରେମକୁ ଦେଶର ବିକାଶର ଆଧାର ବୋଲି ବିବେଚନା କରିଥିଲେ। ସେ ନିଜ ବିବୃତ୍ତି ଓ ଲେଖା ମାଧ୍ୟମରେ ନାଗରିକମାନଙ୍କୁ ଜାତୀୟତାବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ କରିଥିଲେ । ତାଙ୍କ ନେତୃତ୍ୱ ଦକ୍ଷତା ଏବଂ ଜାତୀୟତାବାଦୀ ଚିନ୍ତାଧାରା ସର୍ବଦା ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଛନ୍ତି ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ …