शुक्रवार, नवंबर 22 2024 | 08:27:07 AM
Breaking News
Home / Choose Language / Odia / ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ବ୍ରିକ୍ସ ସମ୍ମିଳନୀ ପାଇଁ ରୁଷ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

Follow us on:

ରୁଷ୍ ରାଷ୍ଟ୍ରପତି ଶ୍ରୀ ଭ୍ଲାଦିମିର ପୁତିନଙ୍କ ନିମନ୍ତ୍ରଣ କ୍ରମେ ୧୬ ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମୁଁ ଆଜି ଦୁଇ ଦିନିଆ କାଜାନ ଗସ୍ତରେ ପ୍ରସ୍ଥାନ କରୁଛି ।

ଭାରତ ବ୍ରିକ୍ସ ରାଷ୍ଟ୍ର ଗୁଡ଼ିକ ମଧ୍ୟରେ ଘନିଷ୍ଠ ସହଯୋଗକୁ ଗୁରୁତ୍ୱ ଦିଏ । ବୈଶ୍ୱିକ ବିକାଶ କାର୍ଯ୍ୟସୂଚୀ, ବହୁପକ୍ଷବାଦ ସୁଧାର, ଜଳବାୟୁ ପରିବର୍ତ୍ତନ, ଆର୍ଥିକ ସହଯୋଗ, ନମନୀୟ ଯୋଗାଣ ଶୃଙ୍ଖଳ ଗଠନ, ସଂସ୍କୃତିକୁ ପ୍ରୋତ୍ସାହନ ଏବଂ ଲୋକଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା ଆଦି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ବ୍ରିକ୍ସ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଗତ ବର୍ଷ ବ୍ରିକ୍ସରେ ନୂତନ ସଦସ୍ୟ ରାଷ୍ଟ୍ର ସାମିଲ ହୋଇଥିବାରୁ ବୈଶ୍ୱିକ ଉତ୍ତମତାର କାର୍ଯ୍ୟସୂଚୀ ପାଇଁ ଏହା ସମାବେଶୀତାକୁ ବୃଦ୍ଧି କରିଛି ।

୨୦୨୪ ଜୁଲାଇ ମାସରେ ମସ୍କୋଠାରେ ହୋଇଥିବା ବାର୍ଷିକ ଶିଖର ସମ୍ମିଳନୀରେ ମୋର ଯୋଗଦାନ ପରେ ଏବେ କାଜାନ ଗସ୍ତ ଭାରତ ଓ ରୁଷ୍ ମଧ୍ୟରେ ସ୍ୱତନ୍ତ୍ର ଓ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବ ।

ବ୍ରିକ୍ସରେ ଅନ୍ୟ ନେତୃବୃନ୍ଦଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ର ଅଛି ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଏବଂ ଶାସନ ପାଇଁ ଡାଟା ଉପରେ ଘୋଷଣାନାମା – ବିଭିନ୍ନ ଜି-୨୦ ଦେଶ, ଅତିଥି ଦେଶ ଏବଂ ଅନ୍ତର୍ଜାତୀୟ ସଂଗଠନ ସମର୍ଥନରେ ଜି-୨୦ ଟ୍ରୋଇକା (ଭାରତ, ବ୍ରାଜିଲ ଏବଂ ଦକ୍ଷିଣ ଆଫ୍ରିକା) ଦ୍ୱାରା ମିଳିତ ବିବୃତ୍ତି

ବିଶ୍ୱର ଅଭିବୃଦ୍ଧି ହାର ମହାମାରୀ ପୂର୍ବ ସମୟ ପର୍ଯ୍ୟନ୍ତ ହାରାହାରୀ ୪ ପ୍ରତିଶତ ରହିଥିଲା, ବର୍ତ୍ତମାନ ଏହା ୩ପ୍ରତିଶତରୁ ସାମାନ୍ୟ …