गुरुवार, दिसंबर 19 2024 | 11:14:43 AM
Breaking News
Home / Choose Language / Odia / ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର

Follow us on:

ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି । ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ । ତେବେ ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ । ନିରଙ୍କୁଶ ସ୍ୱାଧୀନତା ଭିତରେ ବି ଦାୟିତ୍ୱବୋଧ ଥାଏ। ଅନୁରୂପ ଭାବେ ଗଣମାଧ୍ୟମ ପାଇଁ ସ୍ୱାଧୀନତା ଯେତିକି ଜରୁରୀ, ଦାୟିତ୍ୱବୋଧତା ମଧ୍ୟ ସମପରିମାଣରେ ଆବଶ୍ୟକ। ଆଜି ଏହା କହିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର।

ଭୁବନେଶ୍ୱର ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ସ୍ୱାଧୀନତାର ଜରୁରୀ ଆବଶ୍ୟକତା ଉପରେ ଦାର୍ଶନିକମାନେ ଆଲୋକପାତ କରିଛନ୍ତି । ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଅଭିଭାଷଣ ରଖି ସେ କହିଛନ୍ତି, ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱାଧୀନତା ଜରୁରୀ। ତେବେ ଗଣମାଧ୍ୟମ ସରକାରଙ୍କ ସହ ରହିବା ଦରକାର ବୋଲି ସେ ନିବେଦନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ସରକାର ହେଉଛନ୍ତି ଜନସାଧାରଣଙ୍କ ଆଶା ଓ ଭରସାର ପ୍ରତୀକ। ତେଣୁ ଗଣମାଧ୍ୟମ ସରକାରଙ୍କ ସହ ରହି ମଧ୍ୟ ପରିବର୍ତ୍ତନର ବାହକ ହେବା ଆବଶ୍ୟକ । ସବୁ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିଥା’ନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ, ବିଗତ ଦଶନ୍ଧିରେ ଗଣମାଧ୍ୟମ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆଣିଛି । ମୂଦ୍ରିତ ଗଣମାଧ୍ୟମର କ୍ରମବିକାଶ ସହିତ ବୈଦ୍ୟୁତିକ ଗଣମାଧ୍ୟମର ଉଦ୍ଭବ ହୋଇଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ ମିଡିଆର ଯୁଗରେ ପହଞ୍ଚିଛୁ । ଫଳରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିଛି । ସ୍ୱାଧୀନତା ପୂର୍ବ ଏବଂ ପରବର୍ତ୍ତୀ ସମୟ ତୁଳନାରେ ବର୍ତ୍ତମାନ ଗଣମାଧ୍ୟମର ଆକାର, ପ୍ରକୃତି ତଥା ପରିସର ବଦଳିଛି ଓ ବ୍ୟାପକ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ମତ ରଖିଥିଲେ। ସେ କହିଥିଲେ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ମୂଳପିଣ୍ଡ ଏବଂ ଏଥିରେ ସ୍ୱାଧୀନ ଭାବେ ମତ ରଖିବାର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଜରିଆରେ ଗଣମାଧ୍ୟମକୁ ବି ସ୍ୱାଧୀନତା ମିଳିଛି। କାର୍ଯ୍ୟକ୍ରମରେ ବିଭାଗର ବୈଷୟିକ ନିର୍ଦ୍ଦେଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧଜୀବୀମାନେ ଅଂଶଗ୍ରହଣ କରିଥିଲେ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ …