मंगलवार, दिसंबर 03 2024 | 11:12:18 PM
Breaking News
Home / Choose Language / Odia / ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

Follow us on:

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଛନ୍ତି। ସଶସ୍ତ୍ର ବାହିନୀର ଅଧିକାରୀ/ଯବାନଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ କବିତା, ଚିତ୍ର, ପ୍ରବନ୍ଧ, ଭିଡିଓ ଇତ୍ୟାଦି ପଠାଇଛନ୍ତି।

ବୀର ପୁରସ୍କାର ବିଜେତାଙ୍କ ବୀରତ୍ୱ, ନିଃସ୍ୱାର୍ଥପର ତ୍ୟାଗ ଓ ସାହସର ପ୍ରେରଣାଦାୟୀ କାହାଣୀ ଏବଂ ଏହି ବୀର ଯବାନମାନଙ୍କ ଜୀବନ କାହାଣୀକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ୨୦୨୧ ମସିହାରେ ପ୍ରୋଜେକ୍ଟ ବୀର ଗାଥା ପ୍ରତିଷ୍ଠା କରାଯାଇଥିଲା । ବୀର ଗାଥା ବୀରତା ପୁରସ୍କାର ବିଜେତାଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ଏବଂ ବଳିଦାନ ଉପରେ ଆଧାରିତ ସୃଜନଶୀଳ ପ୍ରକଳ୍ପ/କାର୍ଯ୍ୟକଳାପ କରିବା ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏକ ମଞ୍ଚ ପ୍ରଦାନ କରି ଏହି ମହାନ ଉଦ୍ଦେଶ୍ୟକୁ ଆଗକୁ ନେଇଥିଲା ।

ବୀର ଗାଥା ପ୍ରକଳ୍ପର ତିନୋଟି ସଂସ୍କରଣ ଯଥାକ୍ରମେ ୨୦୨୧, ୨୦୨୨ ଏବଂ ୨୦୨୩ରେ ଅନୁଷ୍ଠିତ ହୋଇଛି। ବୀର ଗାଥା ପ୍ରକଳ୍ପ ୪.୦ ଅଧୀନରେ ଆଜି ପର୍ଯ୍ୟନ୍ତ ନିମ୍ନଲିଖିତ କାର୍ଯ୍ୟକଳାପ କରାଯାଇଛି:

ବିଦ୍ୟାଳୟ ସ୍ତରରେ କାର୍ଯ୍ୟକଳାପ: ବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକଳ୍ପ/ କାର୍ଯ୍ୟକଳାପ (୧୬.୦୯.୨୦୨୪ ରୁ ରୁ ୩୧.୧୦.୨୦୨୪ ପର୍ଯ୍ୟନ୍ତ) ପରିଚାଳନା କରିଛନ୍ତି ଏବଂ ମାଇଗଭ ପୋର୍ଟାଲରେ ପ୍ରତ୍ୟେକ ବିଦ୍ୟାଳୟରୁ ସମୁଦାୟ ୪ ଟି ଶ୍ରେଷ୍ଠ ଆବେଦନ ଅପଲୋଡ୍ କରିଛନ୍ତି।

ଏଥିସହିତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୀର ଓ ଅଜଣା କାହାଣୀ ବିଷୟରେ ଜ୍ଞାନକୁ ସମୃଦ୍ଧ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର କ୍ଷେତ୍ର ସଂଗଠନ ବା ସେନା/ନୌସେନା/ବାୟୁସେନା ଜରିଆରେ ସାରା ଦେଶର ବିଦ୍ୟାଳୟଗୁଡିକ ପାଇଁ ଭର୍ଚୁଆଲ ମିଟ୍/ପ୍ରତ୍ୟକ୍ଷ ସଚେତନତା କାର୍ଯ୍ୟକ୍ରମ/ଅଧିବେଶନର ଆୟୋଜନ କରିଛି।

ଆରମ୍ଭରୁ ଏହି ପ୍ରକଳ୍ପରେ ସାରା ଦେଶରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବଢିବାରେ ଲାଗିଛି । ସୂଚନାଯୋଗ୍ୟ, ବୀର ଗାଥା ପ୍ରକଳ୍ପ (ସଂସ୍କରଣ-୧) ରେ ୮ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଦ୍ବିତୀୟ ସଂସ୍କରଣରେ ୧୯.୫ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ତୃତୀୟ ସଂସ୍କରଣରେ ୧.୩୬ କୋଟି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବୀର ଗାଥା ପ୍ରକଳ୍ପ ସଂସ୍କରଣ ୧ ଓ ୨ ରେ ୨୫ ଜଣ ବିଜେତା (ସୁପର ୨୫) ଚୟନ କରାଯାଇ ସେମାନଙ୍କୁ ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୀର ଗାଥା ପ୍ରୋଜେକ୍ଟ ୩.୦ରେ ଜାତୀୟ ସ୍ତରରେ ୧୦୦ ବିଜେତା (ସୁପର ୧୦୦) ଚୟନ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ପ୍ରୋଜେକ୍ଟ ବୀର ଗାଥା ୪.୦ ଅଧୀନରେ ୧୦୦ ଜଣ ବିଜେତାଙ୍କୁ ଚୟନ କରାଯିବ ଏବଂ ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ମିଳିତ ଭାବେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ। ପ୍ରତି ବିଜେତାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଏଥିସହ ଜିଲ୍ଲାସ୍ତରରେ ୪ ଜଣ ଲେଖାଏଁ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳସ୍ତରରେ ୮ ଜଣ ଲେଖାଏଁ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ସମ୍ପୃକ୍ତ ଜିଲ୍ଲା ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପକ୍ଷରୁ ସମସ୍ତ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯିବ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ …