मंगलवार, दिसंबर 03 2024 | 12:51:23 AM
Breaking News
Home / Choose Language / Odia / ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

ଭାରତ-ବ୍ରିଟେନ୍ ମୁକ୍ତ ବାଣିଜ୍ୟ ଚୁକ୍ତି ଆଲୋଚନା ପୁନଃ ଆରମ୍ଭ ନେଇ ବିବୃତି

Follow us on:

ବ୍ରାଜିଲର ରିଓ ଡି ଜେନେରୋଠାରେ ଜି-୨୦ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ମହାମହିମ ସାର୍ କିର୍ ଷ୍ଟାର୍ମରଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରେ ଆମେ ନୂତନ ବର୍ଷରେ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ଆଲୋଚନା ପୁନଃ ଆରମ୍ଭ କରିବାକୁ ବ୍ରିଟେନ ଦ୍ୱାରା କରାଯାଇଥିବା ଘୋଷଣାକୁ ସ୍ୱାଗତ କରୁଛୁ ।

ଏକ ସନ୍ତୁଳିତ, ଆପୋସ ଲାଭଦାୟକ ଏବଂ ଭବିଷ୍ୟ ଉନ୍ମୁଖୀ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫଟିଏ) ସୁରକ୍ଷିତ କରିବାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତ ଅବଶିଷ୍ଟ ପ୍ରସଙ୍ଗଗୁଡ଼ିକୁ ଆପୋସ ସନ୍ତୁଷ୍ଟି ପାଇଁ ସମାଧାନ କରିବା ଲାଗି ବ୍ରିଟେନର ଆଲୋଚନାକାରୀ ଦଳ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆଗ୍ରହୀ । ୨୦୨୫ ପ୍ରାରମ୍ଭରେ ମୁକ୍ତ ବାଣିଜ୍ୟ ଆଲୋଚନା ପାଇଁ ତାରିଖ କୁଟନୀତିକ ମାଧ୍ୟମରେ ଶୀଘ୍ର ଚୂଡ଼ାନ୍ତ କରାଯିବ। ଏଫଟିଏ ଆଲୋଚନା ପୂର୍ବରୁ ହୋଇଥିବା ଅଗ୍ରଗତିରୁ ଆଲୋଚନାକୁ ପୁନଃ ଆରମ୍ଭ କରିବ ଏବଂ ବାଣିଜ୍ୟ ଚୁକ୍ତିକୁ ତ୍ବରାନ୍ବିତ କରିବା ପାଇଁ ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରିବ ।

ବ୍ରିଟେନ ସହ ଭାରତର ବାଣିଜ୍ୟିକ ସମ୍ପର୍କ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହା ଗଭୀର ସହଯୋଗ ଏବଂ ରଣନୀତିକ ସମ୍ପର୍କ ପାଇଁ ପ୍ରଚୁର ସମ୍ଭାବନା ପ୍ରଦର୍ଶନ କରୁଛି । ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସଦ୍ୟତମ ତଥ୍ୟ ଅନୁଯାୟୀ, ବ୍ରିଟେନକୁ ଭାରତର ରପ୍ତାନି ୧୨.୩୮% ବୃଦ୍ଧି ପାଇ ୭.୩୨ ବିଲିୟନ ଡଲାରରେ ପହଞ୍ଚିଛି, ଯାହାକି ୨୦୨୩ ର ସମାନ ଅବଧିରେ ୬.୫୧ ବିଲିୟନ ଡଲାର ଥିଲା । ଖଣିଜ ଇନ୍ଧନ, ଯନ୍ତ୍ରପାତି ଏବଂ ମୂଲ୍ୟବାନ ପଥର, ଔଷଧ, ପୋଷାକ, ଲୁହା ଏବଂ ଇସ୍ପାତ ଏବଂ ରାସାୟନିକ ଦ୍ରବ୍ୟ ବ୍ରିଟେନକୁ ଭାରତର ରପ୍ତାନି ବାସ୍କେଟର ନେତୃତ୍ୱ ନେଉଛି, ଯାହା ମୋଟ ରପ୍ତାନିରେ ୬୮.୭୨% ଅଂଶ ଯୋଗଦାନ କରେ । ୨୦୨୯-୩୦ ସୁଦ୍ଧା ବ୍ରିଟେନ ଆମର ୧ ଟ୍ରିଲିୟନ ଡଲାର ରପ୍ତାନି ଲକ୍ଷ୍ୟ ହାସଲ ପାଇଁ ଏକ ପ୍ରାଥମିକତା ଦେଶ ଏବଂ ବ୍ରିଟେନକୁ ଆମର ରପ୍ତାନି ୨୦୨୯-୩୦ ସୁଦ୍ଧା ୩୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଓଡ଼ିଶାରେ ସାମୁଦ୍ରିକ ମତ୍ସ୍ୟ ବିକାଶ

ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ …