गुरुवार, दिसंबर 05 2024 | 01:20:46 AM
Breaking News
Home / Choose Language / Odia (page 12)

Odia

Odia

ଭାରତୀୟ ଅର୍ଥନୀତିଜ୍ଞ ତଥା ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ରତୀୟ ଅର୍ଥନୀତିଜ୍ଞ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଡ. ବିବକେ ଦେବରାୟ ମହାନ ବିଦ୍ୱାନ ଥିଲେ ଏବଂ ଅର୍ଥଶଶର୍ସ୍ତ, ଇତିହାସ, ସଂସ୍କୃତି, ରାଜନୀତି, ଆଧ୍ୟାତ୍ମିକତା ଏବଂ ଅନ୍ୟ ବିବିଧ କ୍ଷେତ୍ରରେ ପାରଙ୍ଗମ ଥିଲେ । ନିଜ କାର୍ଯର୍୍ୟ ଜରିଆରେ ସେ ଭାରତର ବୌଦ୍ଧିକ ପରିଦୃଶ୍ୟ ଉପରେ ଏକ ଅଲିଭା ଛାପ ଛାଡ଼ିଛନ୍ତି । ସାର୍ବଜନୀକ ନୀତିରେ ଯୋଗଦାନ ସହିତ ସେ ଆମର ପ୍ରାଚୀନ ଗ୍ରନ୍ଥ ଉପରେ କାମ କରିଛନ୍ତି ଯାହାକୁ ଯୁବପିଢ଼ିଙ୍କ ପାଇଁ ସୁଲଭ କରି ଆନନ୍ଦ ପାଇପାରିଛନ୍ତି ।”

Read More »

ଜମ୍ମୁ କାଶ୍ମୀରର ବିଧାୟକ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ କାଶ୍ମୀରର ବିଧାୟକ ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଶ୍ରୀ ଦେବେନ୍ଦ୍ର ସିଂହ ରାଣାଙ୍କର ଅକାଳ ବିୟୋଗ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ସେ ଜଣେ ଅନୁଭବି ନେତା ଥିଲେ, ଯିଏ ଜମ୍ମୁ କାଶ୍ମୀରର ଅଗ୍ରଗତି ଦିଗରେ ଯତ୍ନବାନ ଥିଲେ । ସେ ନିକଟରେ ବିଧାନସଭା ନିର୍ବାଚନରେ ଜିତିଥିଲେ ଏବଂ ଜମ୍ମୁ କାଶ୍ମୀରରେ ବିଜେପିକୁ ମଜବୁତ କରିବା ପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲ । ଦୁଃଖର ଏହି ସମୟରେ ତାଙ୍କ ପରିବାର ଏବଂ ସମର୍ଥକଙ୍କ ସହ ମୋର ସମବେଦନା ରହିଛି । ଓମ୍ ଶାନ୍ତି ।”

Read More »

ନୟାଗଡ଼ରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ …

Read More »

ଆଦିବାସୀ ନେତା କାର୍ତ୍ତିକ ଓରାଓଁଙ୍କୁ ତାଙ୍କ ଜନ୍ମ ଶତବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଦିବାସୀ ନେତା ଶ୍ରୀ କାର୍ତ୍ତିକ ଓରାଙଁଙ୍କୁ ତାଙ୍କର ଜନ୍ମ ଶତବାର୍ଷିକୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ଓରାଙଁଙ୍କୁ ଜଣେ ମହାନ ନେତା ଭାବରେ ପ୍ରଶଂସା କରିଥିଲେ, ଯିଏ ଆଦିବାସୀ ସମ୍ପ୍ରଦାୟର ଅଧିକାର ତଥା ଆତ୍ମ ସମ୍ମାନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ଆଦିବାସୀ ସଂସ୍କୃତି ତଥା ପରିଚୟର ସୁରକ୍ଷା ପାଇଁ ଆଦିବାସୀ ସମାଜର ଜଣେ ମୁଖପାତ୍ର ହୋଇଥିଲେ …

Read More »

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ। ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ସ୍ପେନର ପ୍ରଧାନମନ୍ତ୍ରୀ …

Read More »

ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ପୁରସ୍କାର ଜିତିଲା ଭୁବନେଶ୍ୱର

କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଜି ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରରେ ତିନି ଦିନିଆ ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କରିବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଓ ସହରାଞ୍ଚଳଗୁଡ଼ିକୁ ପୁରସ୍କୃତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରକୁ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ ସୁବିଧା ଥିବା ସହର’ ଭାବେ ଜାତୀୟ ପୁରସ୍କାର ମିଳିଛି । ସେହିପରି ଶ୍ରୀନଗର ଅଣମୋଟର ପରିବହନ ବ୍ୟବସ୍ଥା ଥିବା …

Read More »

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ । ବନ୍ଧୁଗଣ, ଭାରତ ପ୍ରତ୍ୟେକ ଯୁଗରେ କିଛି ନା କିଛି ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଏଭଳି ଅସାଧାରଣ ଭାରତବାସୀ ଜନ୍ମଗ୍ରହଣ କଲେ, ଯିଏ ଏହି ଆହ୍ୱାନଗୁଡ଼ିକର ମୁକାବିଲା କଲେ । ଆଜିର ‘ମନ୍ କି ବାତ୍’ରେ ମୁଁ ସାହସ ଏବଂ ଦୂରଦୃଷ୍ଟିସମ୍ପନ୍ନ ସେହିଭଳି ଦୁଇଜଣ ମହାନାୟକଙ୍କ ବିଷୟରେ ଆଲୋଚନା କରିବି । ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଦେଶ ସ୍ଥିର କରିଛି । ଅକ୍ଟୋବର ୩୧ ତାରିଖରୁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହା ପରେ ନଭେମ୍ବର ୧୫ ତାରିଖଠାରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହି ଦୁଇ ମହାପୁରୁଷ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଉଭୟଙ୍କ ଦୂରଦୃଷ୍ଟି ସମାନ ଥିଲା – “ଦେଶର ଏକତା” । ବନ୍ଧୁଗଣ, ବିଗତ ବର୍ଷମାନଙ୍କରେ ଦେଶର ଏଭଳି ମହାନ ନାୟକ-ନାୟିକାମାନଙ୍କ ଜୟନ୍ତୀକୁ ନୂତନ ଉଦ୍ଦୀପନା ସହ ପାଳନ କରି ନୂତନ ପିଢ଼ିକୁ ନୂତନ ପ୍ରେରଣା ମିଳିଛି । ଆପଣମାନଙ୍କର ମନେଥିବ, ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିଥିଲୁ, ସେତେବେଳେ କେତେ ବିଶେଷ ଆୟୋଜନ ହୋଇଥିଲା । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ଆଫ୍ରିକାର ଛୋଟିଆ ଗାଁ ପର୍ଯ୍ୟନ୍ତ ବିଶ୍ୱବାସୀ ଭାରତର ସତ୍ୟ ଏବଂ ଅହିଂସାର ବାର୍ତ୍ତାକୁ ହୃଦୟଙ୍ଗମ କଲେ, ଏ ସମ୍ପର୍କରେ ଜାଣିଲେ ଏବଂ ଏହାକୁ ଅନୁସରଣ କଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ, ଭାରତୀୟଙ୍କଠାରୁ ବିଦେଶୀ ଯାଏଁ, ପ୍ରତ୍ୟେକେ ଗାନ୍ଧିଜୀଙ୍କ ଉପଦେଶକୁ ନୂତନ ସନ୍ଦର୍ଭରେ ଗ୍ରହଣ କଲେ । ନୂତନ ବୈଶ୍ୱିକ ପରିସ୍ଥିତିରେ ସେ ସମ୍ପର୍କରେ ଜ୍ଞାନଲାଭ କଲେ । ଯେତେବେଳେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କଲୁ, ସେତେବେଳେ ଦେଶର ଯୁବବର୍ଗ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିକୁ ନୂତନ ଭାବେ ପରିଭାଷିତ କଲେ । ଏହି ଯୋଜନାଗୁଡ଼ିକ ଆମକୁ ଏହି ଅନୁଭୂତି ପ୍ରଦାନ କଲେ ଯେ, ଆମ ମହାପୁରୁଷଗଣ ଅତୀତ ଗର୍ଭରେ ବିଲୀନ ହୋଇଯାଆନ୍ତି ନାହିଁ । ବରଂ ସେମାନଙ୍କ ଜୀବନ ଆମର ବର୍ତ୍ତମାନକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରେ । ବନ୍ଧୁଗଣ, ଯଦିଓ ସରକାର ଏହି ମହାପୁରୁଷମାନଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, କିନ୍ତୁ ଆପଣମାନଙ୍କ ସହଭାଗିତା ହିଁ ଏହି ଅଭିଯାନରେ ପ୍ରାଣସଂଚାର କରିବ, ଏହାକୁ ଜୀବନ୍ତ କରିବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଲୌହମାନବ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ #Sardar150ରେ ଶେୟାର କରନ୍ତୁ ଏବଂ ଧରତୀ-ଆବା ବିର୍ସା ମୁଣ୍ଡାଙ୍କ ପ୍ରେରଣାକୁ #BirsaMunda150 ଜରିଆରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଆସନ୍ତୁ, ଏକାଠି ମିଶି ଏହି ଉତ୍ସବକୁ ଭାରତର ବିବିଧତାରେ ଏକତାର ଉତ୍ସବରେ ପରିଣତ କରିବା । ଏହାକୁ ପରମ୍ପରାରୁ ବିକାଶର ଉତ୍ସବରେ ପରିଣତ କରିବା । ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ସେ ଦିନ ନିଶ୍ଚୟ ମନେଥିବ, ଯେତେବେଳେ ଛୋଟା ଭୀମର ପ୍ରସାରଣ ଟିଭି ପରଦାରେ ଆରମ୍ଭ ହୋଇଥିଲା । ପିଲାମାନେ ତ ଏହା କେବେ ବି ଭୁଲିପାରିନଥିବେ । ଛୋଟା ଭୀମକୁ ନେଇ କେତେ ଉତ୍ସାହ ଥିଲା !! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଢୋଲକପୁରର ଢୋଲ କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶର ପିଲାମାନଙ୍କ ପାଇଁ ମଧ୍ୟ ଆକର୍ଷଣ ସାଜିଛି । ସେହିପରି ଆମର ଅନ୍ୟାନ୍ୟ ଆନିମେଟେଡ୍ ସିରିଆଲ୍ କ୍ରିଷ୍ଣା, ହନୁମାନ, ମୋଟୁ-ପତଲୁକୁ ପସନ୍ଦ କରୁଥିବା ଦର୍ଶକ ମଧ୍ୟ ସାରା ବିଶ୍ୱରେ ରହିଛନ୍ତି । ଭାରତର ଆନିମେଶନ୍ ଚରିତ୍ର, ଏଠାକାର ଆନିମେଶନ୍ ଚଳଚ୍ଚିତ୍ର ଏହାର ବିଷୟବସ୍ତୁ ଏବଂ ସୃଜନଶୀଳତା ଯୋଗୁଁ ସାରାବିଶ୍ୱରେ ଆଦର ଲାଭ କରୁଛି । ଆପଣମାନେ ଦେଖିଥିବେ ଯେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସିନେମା ପରଦା ଯାଏଁ, ଗେମିଂ କନ୍ସୋଲରୁ ଆରମ୍ଭ କରି ଭର୍ଚୁଆଲ ରିଆଲିଟି ଯାଏଁ – ସବୁଠି ଆନିମେଶନ୍ ରହିଛି । ଆନିମେଶନ୍ ଦୁନିଆରେ ଭାରତ ନୂତନ ବିପ୍ଳବ ସୃଷ୍ଟି କରିବା ମାର୍ଗରେ ଅଗ୍ରସର ହେଉଛି । ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତଗତିରେ ବିସ୍ତାର ଲାଭ କରିଚାଲିଛି । ଭାରତୀୟ ଖେଳ ମଧ୍ୟ ଆଜିକାଲି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । କିଛିମାସ ପୂର୍ବରୁ ମୁଁ ଭାରତର ଅଗ୍ରଣୀ ଗେମରମାନଙ୍କ ସହିତ ସାକ୍ଷାତ କରିଥିଲି । ସେତେବେଳେ ମୋତେ ଭାରତୀୟ ଖେଳର ଆଶ୍ଚର୍ଯ୍ୟଜନକ ସୃଜନଶୀଳତା ଏବଂ ଗୁଣବତ୍ତାକୁ ବୁଝିବାର ସୁଯୋଗ ମିଳିଥିଲା । ପ୍ରକୃତରେ, ଦେଶରେ ସୃଜନଶୀଳ ଶକ୍ତିର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି । ଆନିମେଶନ୍ ଦୁନିଆରେ ମେଡ୍ ଇନ୍ ଇଣ୍ଡିଆ କିମ୍ବା ମେଡ୍ ବାୟ ଇଣ୍ଡିଆନ୍ସ ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ଆଜି ଭାରତର ପ୍ରତିଭାଶାଳୀମାନେ ବିଦେଶୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି । ଏବେକାର ସ୍ପାଇଡରମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହେଉ, ଏହି ଦୁଇ ଚଳଚ୍ଚିତ୍ରରେ ଲୋକେ ହରିନାରାୟଣ ରାଜୀବଙ୍କ ଅବଦାନକୁ ବହୁ ପ୍ରଶଂସା କରିଛନ୍ତି । ଭାରତର ଆନିମେଶନ୍ ଷ୍ଟୁଡିଓ ଡିଜ୍ନୀ ଓ ୱାର୍ଣ୍ଣର୍ ବ୍ରଦର୍ସ ଭଳି ବିଶ୍ୱର ସୁପ୍ରସିଦ୍ଧ ପ୍ରଡକ୍ସନ କମ୍ପାନୀ ସହ କାମ କରୁଛନ୍ତି । ବନ୍ଧୁଗଣ, ଆଜି ଆମ ଯୁବବର୍ଗ ଆମ ସଂସ୍କୃତିର ଝଲକ ରହିଥିବା Original ଇଣ୍ଡିଆନ୍ କଂଟେଂଟ୍ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି । ଆନିମେଶନ୍ ସେକ୍ଟର ଆଜି ଏଭଳି ଗୋଟିଏ ଶିଳ୍ପରେ ପରିଣତ ହୋଇଛି, ଯାହା ଅନ୍ୟ ଶିଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଛି । ଯେମିତିକି, ଆଜିକାଲି ଭିଆର୍ ଟୁରିଜିମ୍ ବହୁତ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଆପଣ ଭର୍ଚୁଆଲ୍ ଟୁର୍ ବା ଆଭାସୀ ପର୍ଯ୍ୟଟନ ମାଧ୍ୟମରେ ଅଜନ୍ତାର ଗୁମ୍ଫାକୁ ଦେଖିପାରିବେ, କୋଣାର୍କ ମନ୍ଦିର ପରିସରରେ ଭ୍ରମଣ କରିପାରନ୍ତି କିମ୍ବା ବାରାଣସୀର ଘାଟର ଆନନ୍ଦକୁ ଅନୁଭବ କରିପାରନ୍ତି । ଏସବୁ ଭିଆର ଆନିମେଶନ୍ ଭାରତର କ୍ରିଏଟର୍ସମାନେ ପ୍ରସ୍ତୁତ କରିଛନ୍ତି । ଭିଆର ଜରିଆରେ ଏହି ସ୍ଥାନଗୁଡ଼ିକୁ ଦେଖିବା ପରେ ଅନେକ ଲୋକ ବାସ୍ତବରେ ଏହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି । ଅର୍ଥାତ, ପର୍ଯ୍ୟଟନ ସ୍ଥଳର ଆଭାସୀ ପରିଦର୍ଶନ ଲୋକଙ୍କ ମନରେ ସେହି ସ୍ଥାନ ପରିଦର୍ଶନର ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି । ଆଜି ଏହି କ୍ଷେତ୍ରରେ ଆନିମେଟରମାନଙ୍କ ସହିତ କଥାକାର, ଲେଖକ, ପ୍ରଚ୍ଛଦପଟ ସ୍ୱର ବିଶେଷଜ୍ଞ, ସଙ୍ଗୀତଜ୍ଞ, Game Developers, ଆଭାସୀ ବାସ୍ତବିକତା ବିଶେଷଜ୍ଞମାନଙ୍କ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ତେଣୁ, ନିଜର ସୃଜନଶୀଳତାର ବିକାଶ ପାଇଁ ମୁଁ ଭାରତୀୟ ଯୁବବର୍ଗଙ୍କୁ ଆହ୍ୱାନ କରୁଛି । କିଏ ଜାଣେ, ବିଶ୍ୱର ପରବର୍ତ୍ତୀ ସୁପରହିଟ୍ ଆନିମେଶନ୍ ଆପଣଙ୍କ କମ୍ପ୍ୟୁଟରରୁ ସୃଷ୍ଟି ହୋଇପାରେ! ହୁଏତ ପରବର୍ତ୍ତୀ ଭାଇରାଲ୍ ଗେମ୍ ଆପଣଙ୍କ ସୃଜନ ହୋଇପାରେ! ଶିକ୍ଷାତ୍ମକ ଆନିମେଶନରେ ଆପଣଙ୍କ ନବସୃଜନ ବଡ଼ ସଫଳତା ଲାଭ କରିପାରେ । ଚଳିତ ଅକ୍ଟୋବର ୨୮ ତାରିଖ, ଅର୍ଥାତ୍ ଆସନ୍ତା କାଲି ବିଶ୍ୱ ଆନିମେଶନ୍ ଦିବସ ମଧ୍ୟ ପାଳିତ ହେବାକୁ ଯାଉଛି । ଆସନ୍ତୁ, ଆମେ ସମସ୍ତେ ଭାରତକୁ ଗ୍ଲୋବାଲ୍ ଆନିମେଶନ୍ ପାୱାର ହାଉସରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରିବା । ମୋର ପ୍ରିୟ ଦେଶବାସୀଗଣ, ସଫଳତାର ମନ୍ତ୍ର ପ୍ରଦାନ କରି ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ – କୌଣସି ଏକ ବିଚାରଧାରା (ବା ଆଇଡିଆ) ଗ୍ରହଣ କରନ୍ତୁ । ସେହି ବିଚାରଧାରାକୁ ନିଜ ଜୀବନରେ ସମାହିତ କରିଦିଅନ୍ତୁ । ସଦାସର୍ବଦା ସେ ବିଷୟରେ ଚିନ୍ତା କରନ୍ତୁ, ତାହାର ସ୍ୱପ୍ନ ଦେଖନ୍ତୁ ତାହାକୁ ନିଜ ଜୀବନର ଅଙ୍ଗ କରିନିଅନ୍ତୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ସଫଳତାର ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ଏହି ଅଭିଯାନ ଆମ ସାମୂହିକ ଚେତନାର ଅଂଶ ପାଲଟିଯାଇଛି । ନିରନ୍ତର ଭାବେ, ପ୍ରତିମୁହୂର୍ତ୍ତରେ ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି । ଆତ୍ମନିର୍ଭରତା କେବଳ ଆମର ନୀତି ନୁହେଁ, ଆମର Passionରେ ପରିଣତ ହୋଇସାରିଲାଣି । ବେଶୀ ନୁହେଁ, ମାତ୍ର ୧୦ ବର୍ଷ ପୂର୍ବ କଥା । ସେତେବେଳେ ଯଦି କେହି କହୁଥିଲା ଯେ, କୌଣସି ଜଟିଳ କାରିଗରୀ କୌଶଳକୁ ଭାରତରେ ବିକଶିତ କରାଯାଉ, ଏକଥା ଉପରେ କିଛି ଲୋକ ବିଶ୍ୱାସ କରୁନଥିଲେ ତ କିଛି ଏହାକୁ ପରିହାସ କରୁଥିଲେ । କିନ୍ତୁ ଆଜି ସେହି ଲୋକେ ଦେଶର ସଫଳତାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଆତ୍ମନିର୍ଭର ହୋଇଚାଲିଛି ଭାରତ, ପ୍ରତ୍ୟେକ କ୍ଷେତ୍ରରେ କରିଚାଲିଛି ଚମତ୍କାର ପ୍ରଦର୍ଶନ । ଆପଣମାନେ ଚିନ୍ତା କରନ୍ତୁ, ଦିନେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ, ଆଜି, ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ହୋଇଯାଇଛି । ଦିନେ, ବିଶ୍ୱରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ, ଆଜି ୮୫ଟି ଦେଶକୁ ରପ୍ତାନୀ ମଧ୍ୟ କରୁଛି । ମହାକାଶ ବିଜ୍ଞାନରେ ଭାରତ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଥିବା ପ୍ରଥମ ଦେଶ ହୋଇଯାଇଛି । ଆଉ ଗୋଟିଏ କଥା ତ ମୋତେ ସବୁଠୁ ଭଲ ଲାଗେ ଯେ, ଆତ୍ମନିର୍ଭରଶୀଳତାର ଏହି ଅଭିଯାନ, ଏବେ କେବଳ ସରକାରୀ ଅଭିଯାନ ହୋଇ ରହିନାହିଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ, ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ସଫଳତା ଲାଭ କରିଚାଲିଛି । ଯେମିତିକି ଚଳିତ ମାସରେ ଲଦ୍ଦାଖର ହାନଲେରେ ଆମେ ଏସିଆର ସବୁଠାରୁ ବଡ଼ ଇମେଜିଂ ଟେଲିସ୍କୋପ MACE ବା ଚିତ୍ର-ଉତ୍ତୋଳନକାରୀ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଉଦଘାଟନ କରିଛୁ । ଏହା ୪୩୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହାର ବିଶେଷତ୍ୱ କ’ଣ – ଜାଣିଛନ୍ତି କି ? ଏହା ଭାରତରେ ନିର୍ମିତ । ଚିନ୍ତା କରନ୍ତୁ, ଯେଉଁଠି ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ, ଯେଉଁଠି ଅମ୍ଳଜାନର ଅଭାବ ରହିଛି, ସେଠାରେ ଆମର ବୈଜ୍ଞାନିକ ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ତାହା କରିଦେଖାଇଛନ୍ତି, ଯାହା ଏସିଆର କୌଣସି ଦେଶ କରିନାହାନ୍ତି । ହାନଲେର ଦୂରବୀକ୍ଷଣ ଯନ୍ତ୍ର ହୁଏତ ଦୂର ଦୁନିଆକୁ ଦେଖୁଛି, କିନ୍ତୁ ଆମକୁ ଦର୍ଶାଉଛି – ଆତ୍ମନିର୍ଭର ଭାରତର ଶକ୍ତି । ବନ୍ଧୁଗଣ, ମୁଁ ଚାହୁଁଚି ଯେ ଆପଣ ମଧ୍ୟ ଗୋଟିଏ କାମ ନିଶ୍ଚିତ ଭାବେ କରନ୍ତୁ । ଆତ୍ମନିର୍ଭର ଭାରତର ଅଧିକରୁ ଅଧିକ ଉଦାହରଣ, ଏବଂ ଏଭଳି ପ୍ରୟାସଗୁଡ଼ିକ ସମ୍ପର୍କରେ ଶେୟାର୍‌ କରନ୍ତୁ । ନିଜ ନିଜ ଆଖପାଖରେ କ’ଣ ସବୁ ନୂଆ Innovation ଦେଖୁଛନ୍ତି, କେଉଁ ସ୍ଥାନୀୟ ଷ୍ଟାର୍ଟଅପ୍‌ ଆପଣଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି, ଏହି ତଥ୍ୟକୁ #AatmanirbharInnovation ସହ ସାମାଜିକ ଗଣମାଧ୍ୟମରେ ଲେଖନ୍ତୁ ଏବଂ ଆତ୍ମନିର୍ଭର ଭାରତର ଉତ୍ସବ ପାଳନ କରନ୍ତୁ । ଏ ପାର୍ବଣ ଋତୁରେ ତ ଆମେ ସମସ୍ତେ ଆତ୍ମନିର୍ଭର ଭାରତର ଏହି ଅଭିଯାନକୁ ଅଧିକ ମଜଭୁତ କରିଥାଉ । ଆମେ ଭୋକାଲ୍‌ ଫର୍‌ ଲୋକାଲ୍‌ ମନ୍ତ୍ର ସହିତ ନିଜର କିଣାକିଣି କରିଥାଉ । ଏହା ହେଉଛି ନୂଆ ଭାରତ, ଯେଉଁଠି ଅସମ୍ଭବ ହେଉଛି କେବଳ ଏକ ଆହ୍ୱାନ, ଯେଉଁଠି ମେକ୍‌ ଇନ୍‌ ଇଣ୍ଡିଆ ଏବେ ମେକ୍‌ ଫର୍‌ ଦି ୱାର୍ଲଡ ହୋଇଯାଇଛି, ଯେଉଁଠି ପ୍ରତ୍ୟେକ ନାଗରିକ ଜଣେ ଜଣେ Innovator, ଯେଉଁଠି ପ୍ରତ୍ୟେକ ଆହ୍ୱାନ ଏକ ସୁଯୋଗ । ଆମକୁ କେବଳ ଯେ ଭାରତକୁ ଆତ୍ମନିର୍ଭର କରିବାର ନାହିଁ, ବରଂ ନିଜ ଦେଶକୁ ଉଦ୍ଭାବନର ବିଶ୍ୱଶକ୍ତି ଭାବେ ମଜଭୁତ କରିବାର ଅଛି । ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏକ ଅଡିଓ ଶୁଣାଉଛି । ଟ୍ରାନ୍ସକ୍ରିପ୍‌ସନ ଅଡିଓ ବାଇଟ୍‌ ଠକ କଲର୍‌ ୧ : ହେଲୋ ପୀଡ଼ିତ : ସାର୍‌ ନମସ୍ତେ ସାର୍‌ ଠକ କଲର୍‌ ୧ : ନମସ୍ତେ ପୀଡ଼ିତ : ସାର୍‌, କହନ୍ତୁ ସାର୍‌ ଠକ କଲର୍‌ ୧ : ଦେଖନ୍ତୁ ଆପଣ ଏ ଯେଉଁ ଏଫ୍‌ଆଇର୍‌ ନମ୍ବର ମୋତେ ପଠାଇଛନ୍ତି, ଏହି ନମ୍ବର ବିରୋଧରେ ୧୭ଟି ଅଭିଯୋଗ ଆମ ପାଖରେ ଅଛି, ଆପଣ ଏହି ନମ୍ବର ବ୍ୟବହାର କରୁଛନ୍ତି କି ? ପୀଡ଼ିତ : ମୁଁ ଏହାକୁ ବ୍ୟବହାର କରେନି ସାର୍‌ ଠକ କଲର୍‌ ୧ : ଏବେ କୋଉଠୁ କଥା ହେଉଛନ୍ତି ? ପୀଡ଼ିତ : ସାର୍‌ କର୍ଣ୍ଣାଟକ ସାର୍‌, ଏବେ ଘରେ ଅଛି ସାର୍‌ ଠକ କଲର୍‌ ୧ : ଓକେ, ଆପଣ ନିଜର ଷ୍ଟେଟ୍‌ମେଣ୍ଟ୍‌ ରେକର୍ଡ କରନ୍ତୁ ଯେପରିକି ଏହି ନମ୍ବରକୁ ବ୍ଲକ୍‌ କରିହେବ। ଭବିଷ୍ୟତରେ ଯେପରିକି ଆପଣଙ୍କର କିଛି ଅସୁବିଧା ହେବନାହିଁ, ଓକେ ପୀଡ଼ିତ : ହଁ ସାର୍‌ ଠକ କଲର୍‌ ୧ : ଏବେ ମୁଁ ଆପଣଙ୍କୁ କନେକ୍ଟ୍‌ କରୁଛି, ଇଏ ଆପଣଙ୍କର ଇନ୍‌ଭେଷ୍ଟିଗେସନ ଅଫିସର୍‌ । ଆପଣ ନିଜର ଷ୍ଟେଟ୍‌ମେଣ୍ଟ ରେକର୍ଡ କରନ୍ତୁ ଯେଭଳି ଏହି ନମ୍ବରକୁ ବ୍ଲକ୍‌ କରିଦିଆଯିବ, ଓକେ ପୀଡ଼ିତ : ହଁ ସାର୍‌ ଠକ କଲର୍‌ ୧ : ହଁ ଆଜ୍ଞା କହନ୍ତୁ, କ’ଣ ମୁଁ କାହା ସହ କଥା ହଉଛି ? ଆପଣଙ୍କ ଆଧାର କାର୍ଡ ମୋତେ ଦେଖାନ୍ତୁ, ଭେରିଫାଏ କରିବା ପାଇଁ … କହନ୍ତୁ ପୀଡ଼ିତ : ସାର୍‌ ମୋ ପାଖରେ ଏବେ ନାହିଁ ସାର୍‌ ଆଧାର କାର୍ଡ ସାର୍‌…ପ୍ଲିଜ୍‌ ସାର୍‌ ଠକ କଲର୍‌ ୧ : ଆପଣଙ୍କର ଫୋନ୍‌ରେ ଅଛି କି ? ପୀଡ଼ିତ : ନା ସାର୍‌ ଠକ କଲର୍‌ ୧ : ଫୋନରେ ଆଧାର କାର୍ଡର କୌଣସି ଫଟୋ ନାହିଁ କି ? ପୀଡ଼ିତ : ନାହିଁ ସାର୍ ଠକ କଲର୍‌ ୧ : ନମ୍ବର ମନେ ଅଛି ଆପଣଙ୍କର ? ପୀଡ଼ିତ : ନାଇଁ ସାର୍‌, ନମ୍ବର ବି ମନେ ନାହିଁ ସାର୍‌ ଠକ କଲର୍‌ ୧ : ଆମକୁ କେବଳ ଭେରିଫାଏ କରିବାର ଅଛି, ଓକେ, କେବଳ ଭେରିଫାଏ କରିବା ପାଇଁ ପୀଡ଼ିତ : ନା ସାର୍‌ ଠକ କଲର୍‌ ୧ : ଆପଣ ଡରନ୍ତୁନି ଡରନ୍ତୁନି, ଯଦି କିଛି ଭୁଲ୍ କରିନାହାନ୍ତି ତାହେଲେ ଆପଣ ଡରନ୍ତୁନି ପୀଡ଼ିତ : ହଁ ସାର୍‌ ହଁ ସାର୍‌ ଠକ କଲର୍‌ ୧ : ଆପଣଙ୍କ ପାଖରେ ଆଧାର କାର୍ଡ ଅଛି ତ ମୋତେ ଦେଖାନ୍ତୁ ଭେରିଫାଏ କରିବା ପାଇଁ ପୀଡ଼ିତ : ନା ସାର୍‌ .. ନା ସାର୍‌ .. ମୁଁ ଗାଁକୁ ଆସିଛି ସାର୍‌ .. ସେଇଠି ଘରେ ଅଛି ସାର୍‌ ଠକ କଲର୍‌ ୧ : ଓକେ ଦ୍ୱିତୀୟ ସ୍ୱର : ମେ ଆଇ କମ୍‌ ଇନ୍‌ ସାର୍‌ ଠକ କଲର୍‌ ୧ : କମ୍‌ ଇନ୍‌ ଠକ କଲର୍‌ ୨ : ଜୟ ହିନ୍ଦ୍‌ ଠକ କଲର୍‌ ୧ : ଜୟ ହିନ୍ଦ୍‌ ଠକ କଲର୍‌ ୧ : ଏ ଲୋକର One sided ଭିଡିଓ କଲ୍‌ ରେକର୍ଡ କର ପ୍ରୋଟୋକଲ୍‌ ଅନୁସାରେ … ଓକେ ////////// ଏଇ ଅଡିଓ କେବଳ ସୂଚନା ପାଇଁ ନୁହେଁ, ଏହା କୌଣସି ମନୋରଞ୍ଜନଧର୍ମୀ ଅଡିଓ ନୁହେଁ, ଏକ ଗଭୀର ଚିନ୍ତାକୁ ନେଇ ଏହି ଅଡିଓ ଆସିଛି । ଆପଣ ଏବେ ଯେଉଁ କଥାବାର୍ତ୍ତା ଶୁଣିଲେ, ତାହା ଏକ ଡିଜିଟାଲ୍‌ ଆରେଷ୍ଟ୍‌ର ଠକେଇ ଅଟେ । ଏହି କଥାବାର୍ତ୍ତା ଜଣେ ପୀଡ଼ିତ ଓ ଠକ ମଧ୍ୟରେ ହୋଇଥିଲା । ଡିଜିଟାଲ୍‌ ଆରେଷ୍ଟ୍‌ ଠକେଇରେ ଫୋନ୍‌ କରୁଥିବା ଠକ କେବେ ପୁଲିସ, ସିବିଆଇ, କେବେ ନାର୍କୋଟିକ୍ସ ତ ଆଉ କେବେ ଆର୍‌ବିଆଇ, ଏଭଳି ବିଭିନ୍ନ ପ୍ରକାରର ଅଧିକାରୀର ମିଛ ପରିଚୟ ଦେଇ ବଡ଼ ଆତ୍ମବିଶ୍ୱାସର ସହ କଥା ହୋଇଥାନ୍ତି । ‘ମନ୍‌ କି ବାତ୍‌’ର ବହୁତ ଶ୍ରୋତା ମୋତେ କହିଛନ୍ତି ଯେ ଏ ନେଇ ନିଶ୍ଚିତ ଭାବେ ଚର୍ଚ୍ଚା କରାଯିବା ଦରକାର । ଆସନ୍ତୁ, ମୁଁ ଆପଣଙ୍କୁ ସୂଚନା ଦେଉଛି ଯେ ଏହି ଠକାମି କରୁଥିବା ଲୋକେ କିପରି କାମ କରନ୍ତି; ଏହି ବିପଦଜନକ ଖେଳ କ’ଣ? ଆପଣ ନିଜେ ବୁଝିବା ଜରୁରୀ ଆଉ ଅନ୍ୟକୁ ବୁଝାଇବା ମଧ୍ୟ ସେତିକି ଆବଶ୍ୟକ । ପ୍ରଥମ କୌଶଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ସବୁକୁ ସେମାନେ ସଂଗ୍ରହ କରନ୍ତି ଯେମିତିକି – “ଆପଣ ଗତମାସରେ ଗୋଆ ଯାଇଥିଲେ କି ନାହିଁ ? ଆପଣଙ୍କ ଝିଅ ଦିଲ୍ଲୀରେ ପଢ଼ୁଛି କି ନାହିଁ ?” ସେମାନେ ଆପଣଙ୍କ ବିଷୟରେ ଏତେ ତଥ୍ୟ ସଂଗ୍ରହ କରନ୍ତି ଯେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ୱିତୀୟ କୌଶଳରେ ସରକାରୀ କାର୍ଯ୍ୟାଳୟ ପରି Set up …

Read More »

ପଦାତିକ ବାହିନୀ ଦିବସରେ ସମସ୍ତ ରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ

ପଦାତିକ ବାହିନୀ ଦିବସରେ ପଦାତିକ ବାହିନୀର ସମସ୍ତରାଙ୍କ ଓ ଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ପଦାତିକ ବାହିନୀ ଦିବସରେ ଆମକୁ ନିରବଚ୍ଛିନ୍ନ ଭାବେସୁରକ୍ଷା ଦେଉଥିବା ପଦାତିକ ବାହିନୀର ସମସ୍ତ ରାଙ୍କ ଓଭେଟେରାନଙ୍କ ଅଦଭ୍ୟ ଭାବନା ଓ ସାହସକୁ ଆମେ ସାଲ୍ୟୁଟକରୁଛୁ । ସେମାନେ ସର୍ବଦା ବିପଦ ସମୟରେ ରାଷ୍ଟ୍ରରସୁରକ୍ଷାକୁ ନିଶ୍ଚିତ କରିବାକୁ ଦୃଢ଼ ଭାବେ ଛିଡ଼ା ହୋଇଥାନ୍ତି ।ପଦାତିକ ବାହିନୀ ସାହସ, ବୀରତ୍ୱ ଓ କର୍ତ୍ତବ୍ୟ ଭାବନାରପ୍ରତୀକ ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦେଉଛନ୍ତି ।”

Read More »

ଆଜି ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଶସ୍ୟ ଅବଶିଷ୍ଟାଂଶ ଜାଳିବା ପରିଚାଳନା ସମସ୍ୟାର ସମାଧାନ ପାଇଁ ଆଜି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡକାଯାଇଛି। ଏହି ବୈଠକରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟର କୃଷି ମନ୍ତ୍ରୀ, ଏନସିଟି ଦିଲ୍ଲୀର ପରିବେଶ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ମନ୍ତ୍ରୀ …

Read More »

ଜର୍ମାନୀ ଚାନସେଲରଙ୍କ ସହିତ ସଂଯୁକ୍ତ ପ୍ରେସ୍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବକ୍ତବ୍ୟ

ମହାମାନ୍ୟ ଚାନସେଲର ସୋଲଜ୍‌ ଦୁଇ ଦେଶରୁ ଆସିଥିବା ପ୍ରତିନିଧିମାନେ ଗଣମାଧ୍ୟମ ପ୍ରତିନିଧିମାନେ ନମସ୍କାର! ଗୁଟନ ଟାଗ! ପ୍ରଥମେ ମୁଁ ଚାନସେଲର ସୋଲଜ ଏବଂ ତାଙ୍କ ପ୍ରତିନିଧି ଦଳଙ୍କୁ ଭାରତରେ ସ୍ୱାଗତ କରୁଛି । ମୁଁ ଖୁସିଯେ ବିଗତ ଦୁଇ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି । ଗତ ଦୁଇ ତିନି ଦିନ ମଧ୍ୟରେ ହୋଇଥିବା ଗତିବିଧିରୁ ଆପଣ ଭାରତ-ଜର୍ମାନୀ ରଣନୀତିକ ଭାଗିଦାରୀତାର ବ୍ୟାପକତା ଅନୁଭବ କରିପାରିବେ । ଆଜି ସକାଳୁ ଆମକୁ ଜର୍ମାନୀ ବିଜିନେସର ଏସିଆ ପାସିଫିକ କନଫରେନ୍ସକୁ ସମ୍ବୋଧନ କରିବାର ସୁଯୋଗ ମିଳିଥିଲା । ମୋ ତୃତୀୟ କାର୍ଯ୍ୟକାଳର ଆଇଜିସି ବୈଠକ କିଛି ସମୟ ତଳେ ସମ୍ପନ୍ନ ହୋଇଛି । ଏବେ ଆମେ ସିଇଓ ଫୋରମ୍ ବୈଠକରୁ ଆସୁଛୁ । ଏହି ସମୟରେ ଜର୍ମାନୀ ନେଭିର ଜାହାଜ ଗୋଆ ବନ୍ଦରରେ ମଧ୍ୟ ପହଞ୍ଚିଛି । ଖେଳ ଜଗତ ମଧ୍ୟ ପଛରେ ପଡ଼ିନାହିଁ । ଆମ ହକି ଟିମ୍ ମଧ୍ୟରେ ବନ୍ଧୁତ୍ୱ ମ୍ୟାଚ୍ ଅନୁଷ୍ଠିତ ହେଉଛି । ବନ୍ଧୁଗଣ, ଚାନସେଲର ସୋଲଜଙ୍କ ନେତୃତ୍ୱରେ ଆମର ସହଭାଗିତାକୁ ଏକ ନୂତନ ଗତି ଓ ଦିଗ ମିଳିଛି । ଜର୍ମାନୀର ‘ଫୋକସ୍ ଅନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ପାଇଁ ମୁଁ ଚାନସେଲର ସୋଲଜଙ୍କୁ ଅଭିନନ୍ଦନ ଜଣାଉଛି, ଯାହାକି ବିଶ୍ୱର ଦୁଇ ବୃହତ ଲୋକତନ୍ତ୍ର ମଧ୍ୟରେ ସହଭାଗିତାକୁ ସମନ୍ୱିତ ଭାବେ ଆଧୁନିକୀକରଣ ଓ ଶୀର୍ଷକୁ ନେବାର ବ୍ଲୁପ୍ରିଣ୍ଟ । ଆଜି ଆମର ନବାଚାର ଓ ପ୍ରଯୁକ୍ତି ରୋଡମ୍ୟାପର ଶୁଭାରମ୍ଭ ହୋଇଛି । ଗୁରୁତ୍ୱପୂର୍ଣ୍ଣ ଓ ଅଭ୍ୟୁତ୍ଥିତ ପ୍ରଯୁକ୍ତି, ଦକ୍ଷତା ବିକାଶ ଏବଂ ନବାଚାର କ୍ଷେତ୍ରରେ ସମ୍ପୂର୍ଣ୍ଣ ସରକାରୀ ଦୃଷ୍ଟିକୋଣ ଉପରେ ସହମତି ପ୍ରକାଶ ପାଇଛି । ଏହା ଆର୍ଟିଫଇସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବ । ଏହା ସୁରକ୍ଷିତ, ବିଶ୍ୱସନୀୟ ଏବଂ ନମନୀୟ ବୈଶ୍ୱିକ ଯୋଗାଣ ଶୃଙ୍ଖଳକୁ ସହାୟତା କରିବ । ବନ୍ଧୁଗଣ, ରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବଢ଼ୁଥିବା ସହଯୋଗ ଆମର ଗଭୀର ପାରସ୍ପରିକ ବିଶ୍ୱାସର ପ୍ରତୀକ । ଗୋପନୀୟ ତଥ୍ୟର ଆଦାନପ୍ରଦାନ ପାଇଁ ବୁଝାମଣା ଏ ଦିଗରେ ନୂତନ ପଦକ୍ଷେପ । ଆଜି ସ୍ୱାକ୍ଷର ହୋଇଥିବା ପାରସ୍ପରିକ ଆଇନଗତ ସହାୟତା ଚୁକ୍ତିନାମା ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ ଶକ୍ତିଙ୍କ ବିରୋଧରେ ଲଢ଼େଇ ସକାଶେ ମିଳିତ ପ୍ରୟାସକୁ ସଶକ୍ତ କରିବ । ସବୁଜ ଏବଂ ଶତତ ବିକାଶ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଉଭୟ ଦେଶ ନିରନ୍ତର କାର୍ଯ୍ୟ କରୁଛନ୍ତି । ଗ୍ରୀନ୍ ଏବଂ ସଷ୍ଟେନବଲ ପାର୍ଟନରସିପକୁ ଆଗେଇ ନେବାକୁ ଆଜି ଗ୍ରୀନ୍ ଅର୍ବାନ ମୋବିଲିଟି ପାର୍ଟନରସିପ୍‌ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆମେ ସହମତ ହୋଇଛୁ । ଏଥିସହ ଗ୍ରୀନ୍ ହାଇଡ୍ରୋଜେନ୍ ହୋଡମ୍ୟାପର ମଧ୍ୟ ଶୁଭାରମ୍ଭ ହୋଇଛି । ବନ୍ଧୁଗଣ, ୟୁକ୍ରେନ ଏବଂ ପଶ୍ଚିମ ଏସିଆରେ ଏବେ ଚାଲିଥିବା ବିବାଦ ଉଭୟ ଦେଶଙ୍କ ପାଇଁ ଉଦ୍‌ବେଗର ବିଷୟ । ଭାରତ ସବୁବେଳେ ବିଶ୍ୱାସ କରେ ଯେ, ଯୁଦ୍ଧ କୌଣସି ସମସ୍ୟାର ସମାଧାନ ବାଟ ନୁହେଁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଯେକୌଣସି କାର୍ଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ । ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଜାହାଜ ଚଳାଚଳ ପାଇଁ ଆଇନକୁ ସୁନିଶ୍ଚିତ କରିବାକୁ ଆମେ ଉଭୟେ ସହମତ । ଆମେ ଏଥିରେ ମଧ୍ୟ ଏକମତ ହେଲୁ ଯେ ଏକବିଂଶ ଶତାବ୍ଦୀରେ ଗଠନ ହୋଇଥିବା ବୈଶ୍ୱିକ ମଞ୍ଚ ଗୁଡ଼ିକ ଏକବିିଂଶ ଶତାବ୍ଦୀର ଆହ୍ୱାନର ମୁକାବିଲା କରିବାକୁ ଅସମର୍ଥ । ଜାତିସଂଘ ନିରାପତ୍ତା ପରିଷଦ ସମେତ ଅନେକ ବହୁମୁଖୀ ସଂସ୍ଥାରେ ସଂସ୍କାର ଆବଶ୍ୟକ । ଭାରତ ଓ ଜର୍ମାନୀ ଏ ଦିଗରେ ମିଳିତ ଭାବେ କାମ କରିବେ । ବନ୍ଧୁଗଣ, ଲୋକଙ୍କ ସହ ଲୋକଙ୍କର ଭାବ ବିନିମୟ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଦକ୍ଷତା ବିକାଶ ଏବଂ ନିଯୁକ୍ତିଭିତ୍ତିକ ଶିକ୍ଷାକୁ ମିଳିତ ଭାବେ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛୁ । ଆଇଆଇଟି ଚେନ୍ନାଇ ଏବଂ ଡ୍ରେସଡନ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଛି, ଯାହାକି ଆମ ଛାତ୍ରଛାତ୍ରୀଙ୍କୁ ଦ୍ୱୈତ ଡିଗ୍ରୀର ଫାଇଦା ଦେବ । ଜର୍ମାନୀର ପ୍ରଗତି ଓ ସମୃଦ୍ଧି ଦିଗରେ ଭାରତର ଯୁବାଶକ୍ତିଙ୍କ ଅବଦାନ ରହିଛି । ଭାରତ ପାଇଁ ଜର୍ମାନୀ ଆରମ୍ଭ କରିଥିବା ‘ସ୍କିଲଡ ଲେବର ଷ୍ଟ୍ରାଟେଜି’କୁ ଆମେ ସ୍ୱାଗତ କରୁଛୁ । ମୋର ବିଶ୍ୱାସ ଅଛି ଆମର ଯୁବ ଶକ୍ତି ଜର୍ମାନୀର ବିକାଶରେ ଯୋଗଦାନ ପାଇଁ ଅଧିକ ସୁଯୋଗ ପାଇବେ । ଭାରତୀୟ ଟାଲେଣ୍ଟର ଦକ୍ଷତା ଉପରେ ବିଶ୍ୱାସ ରଖିଥିବାରୁ ଚାନସେଲର ସ୍କୋଲଜଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ମହାମାନ୍ୟ, ଆପଣଙ୍କ ଭାରତ ଯାତ୍ରାରୁ ଆମର ସହଭାଗିତାକୁ ନୂଆ ଗତି, ଶକ୍ତି ଏବଂ ଉତ୍ସାହ ମିଳିଛି । ମୁଁ ଜୋର୍ ଦେଇ କହିପାରେ ଆମ ସହଭାଗିତା ସ୍ପଷ୍ଟ ଏବଂ ଏହାର ଭବିଷ୍ୟତ ଉଜ୍ୱଳ । ଜର୍ମାନ ଭାଷାରେ, ଆଲେସ କ୍ଲାର, ଆଲେସ ଗଟ! ବହୁତ ବହୁତ ଧନ୍ୟବାଦ ଡାଷଙ୍କ ଶୋନ୍

Read More »