ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଭଡ଼ତାଳସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ଅଂଶ ଗ୍ରହଣ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସମବେତ ଜନତାକୁ ଉଦବୋଧନ ଦେଇ ସେ କହିଥିଲେ, ୨୦୦ତମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହେବା ଶ୍ରୀ ସ୍ୱାମୀନାରାୟଣଙ୍କ ଆଶୀର୍ବାଦ । ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ସେ ସ୍ୱାଗତ କରି କହିଥିଲେ, ସେବା ହିଁ ସ୍ୱାମୀନାରାୟଣ ମନ୍ଦିରର ମୂଳ ପରମ୍ପରା ଏବଂ ଭକ୍ତମାନେ ଆଜି ସେବାରେ ହିଁ ତଲ୍ଲୀନ ହୋଇଛନ୍ତି । ଗଣମାଧ୍ୟମରେ ଏବେ ଉତ୍ସବକୁ ଦେଖି ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥିବା କହିଥିଲେ । ସେ କହିଥିଲେ, ଭଡ଼ତାଳ ଧାମରେ ୨୦୦ତମ ବାର୍ଷିକୀ ଉତ୍ସବ କେବଳ ଏକ ଇତିହାସ ନୁହେଁ, ଭଡ଼ତାଳ ଧାମ ପ୍ରତି ବିଶ୍ୱାସ ରଖି ବଢ଼ି ଆସିଥିବା ତାଙ୍କ ସମେତ ଅନେକ ଭକ୍ତଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ସେ କହିଥିଲେ, ଏହି ମୁହୂର୍ତ୍ତ ଭାରତୀୟ ସଂସ୍କୃତିର ଶାଶ୍ୱତ ପ୍ରବାହର ଏକ ପ୍ରମାଣ । ଶ୍ରୀ ମୋଦୀ କହିଥିଲେ, ଏପରିକି ଶ୍ରୀ ସ୍ୱାମୀନାରାୟଣଙ୍କ ଦ୍ୱାରା ଭଡ଼ତାଳ ଧାମ ପ୍ରତିଷ୍ଠାର ୨୦୦ ବର୍ଷ ପରେ ମଧ୍ୟ ତାଙ୍କ ଆଧ୍ୟାତ୍ମିକ ଚେତନା ଜାଗୃତ ହୋଇ ରହିଛି । ଆଜି ମଧ୍ୟ ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଓ ଶକ୍ତିକୁ ଅନୁଭବ କରିହୁଏ । ଶ୍ରୀ ମୋଦୀ ମନ୍ଦିରର ୨୦୦ ତମ ବାର୍ଷିକୀ ଉତ୍ସବରେ ସମସ୍ତ ଭକ୍ତ ଓ ଶିଷ୍ୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ । ଭାରତ ସରକାର ଏକ ୨୦୦ ଟଙ୍କାର ରୌପ୍ୟ ମୁଦ୍ରା ଏବଂ ସ୍ମାରକୀ ଡାକ ଟିକଟ ପ୍ରକାଶ କରିଥିବାରୁ ଶ୍ରୀ ମୋଦୀ ସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଏହି ପ୍ରତୀକ ଗୁଡ଼ିକ ବର୍ତ୍ତମାନର ମହାନ ମୁହୂର୍ତ୍ତକୁ ଆଗାମୀ ପିଢ଼ିଙ୍କ ମନରେ ଜୀବନ୍ତ କରି ରଖିବ । ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାମୀନାରାୟଣଙ୍କ ସହ ଯୋଡ଼ି ହୋଇ ରହିଥିବା ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତ ଏହି ପରମ୍ପରା ସହ ତାଙ୍କର ଦୃଢ଼ ବ୍ୟକ୍ତିଗତ, ଆଧ୍ୟାତ୍ମିକ ଓ ସାମାଜିକ ସମ୍ପର୍କ କେତେ । ସେ କହିଥିଲେ, ସେ ଅତୀତରେ ସନ୍ଥମାନଙ୍କ ସତସଙ୍ଗ ଓ ସାନିଧ୍ୟ ପାଇଛନ୍ତି । ଏବେ ମଧ୍ୟ ଦେଶର ବିକାଶରେ ଫଲପ୍ରଦ ପ୍ରତିଫଳନ ସହ ତାହା ସେ ଅନୁଭବ କରିପାରୁଛନ୍ତି । ଅନ୍ୟାନ୍ୟ କାର୍ଯ୍ୟକ୍ରମର ବ୍ୟସ୍ତତା ଯୋଗୁ ସେ ବ୍ୟକ୍ତିଗତ ଭାବେ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇପାରିନଥିଲେ ମଧ୍ୟ ମାନସିକ ଭାବେ ଭଡ଼ତାଳରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଶ୍ରୀ ମୋଦୀ କହିଥିଲେ, ସନ୍ଥ ପରମ୍ପରା ଭାରତର ବିଶେଷତ୍ୱ ଏବଂ ଯେତେବେଳେ ଦେଶର କଠିନ ସମୟ ଆସିଛି ସନ୍ଥ, ଋଷି ଓ ମହାତ୍ମାଙ୍କ ଆବିର୍ଭାବ ହୋଇଛି । ସେହିପରି ଦେଶ ଯେତେବେଳେ ଶତାଧିକ ବର୍ଷ ଧରି ଦାସତ୍ୱ ଯୋଗୁ ଦୁର୍ବଳ ହୋଇଥିଲା ଏବଂ ନିଜ ଉପରେ ବିଶ୍ୱାସ ହରାଇଥିଲା, ସେହି ସମୟରେ ଭଗବାନ ସ୍ୱାମୀନାରାୟଣଙ୍କ ଅବିର୍ଭାବ ହୋଇଥିଲା । ଶ୍ରୀ ମୋଦୀ କହିଥିଲେ ଯେ ଭଗବାନ ସ୍ୱାମୀନାରାୟଣ ଏବଂ ସେ ସମୟରେ ଆବିର୍ଭାବ ହୋଇଥିବା ସମସ୍ତ ସନ୍ଥ ଯେ କେବଳ ଆଧ୍ୟାତ୍ମିକ ଶକ୍ତି ସୃଷ୍ଟି କରିଥିଲେ ତାହା ନୁହେଁ, ବରଂ ଆମର ଆତ୍ମସମ୍ମାନକୁ ଜାଗ୍ରତ କରିବା ସହ ପରିଚୟକୁ ପୁନଃସ୍ଥାପନ କରିଥିଲେ । ଏ କ୍ଷେତ୍ରରେ ଶିକ୍ଷାପତ୍ରୀ ଏବଂ ବଚନାମୃତର ଯୋଗଦାନ ବିସ୍ତୃତ । ଏବେ ତାଙ୍କର ଏହି ଶିକ୍ଷାକୁ ଆଗେଇ ନେବା ଆମ ସମସ୍ତଙ୍କ ଦାୟିତ୍ୱ । ଭଡ଼ତାଳ ଧାମ ମାନବତାର ସେବା ଦିଗରେ ବୃହତ ଅବଦାନ ସହିତ ଏବଂ ନୂତନ ଯୁଗ ଗଠନ ପାଇଁ ପ୍ରେରଣାଦାୟକ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଏହି ଭଡ଼ତାଳ ଧାମରୁ ବଂଚିତ ସମାଜରୁ ସଗରାମ ଜୀଙ୍କ ଭଳି ମହାନ ଶିଷ୍ୟ ସୃଷ୍ଟି ହୋଇଥିବା ଶ୍ରୀ ମୋଦୀ କହିଥିଲେ । ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ, ଆଜି ଦୂରଦୂରାନ୍ତର ଆଦିବାସୀ ଅଞ୍ଚଳରେ ଭଡ଼ତାଳ ଧାମ ଦ୍ୱାରା ଅନେକ ଶିଶୁଙ୍କୁ ଖାଦ୍ୟ, ଆଶ୍ରୟ ଓ ଶିକ୍ଷା ଭଳି ସେବା ସହ ବହୁ ପ୍ରକଳ୍ପ ଯୋଗାଇ ଦିଆଯାଉଛି । ଆଦିବାସୀ ଅଞ୍ଚଳରେ ମହିଳା ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ଅଭିଯାନ କରାଯାଉଛି । ଶ୍ରୀ ମୋଦୀ କହିଥିଲେ, ଭଡ଼ତାଳ ଧାମ ଦ୍ୱାରା କରାଯାଉଥିବା ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟରେ ଅଛି ଗରିବଙ୍କ ସେବା, ନୂତନ ପିଢ଼ି ଗଠନ ଏବଂ ଆଧୁନିକତା ଓ ଆଧ୍ୟାତ୍ମିକତାର ସମ୍ମିଶ୍ରଣରେ ଭାରତୀୟ ସଂସ୍କୃତିର ସଂରକ୍ଷଣ । ଉତ୍ତମ ଭବିଷ୍ୟତ ପାଇଁ ସ୍ୱଚ୍ଛତା ଓ ପରିବେଶ ଆଦି କ୍ଷେତ୍ରରେ ଅଭିଯାନ ପାଇଁ ଭଡ଼ତାଳ ଧାମର ସନ୍ଥ ଏବଂ ଭକ୍ତମାନେ ତାଙ୍କୁ କେବେ ନିରାଶ କରିନଥିବାରୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ । ସେମାନେ ଏହାକୁ ନିଜର ଦାୟିତ୍ୱ ଭାବେ ଗ୍ରହଣ କରିଛନ୍ତି ଏବଂ ଆପ୍ରାଣ ଉଦ୍ୟମ କରି ତାହାକୁ ସମ୍ପୂର୍ଣ୍ଣ କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ, ‘ମାଆଙ୍କ ନାମରେ ଗୋଟିଏ ଗଛ’ ଅଭିଯାନରେ ସ୍ୱାମୀନାରାୟଣ ପରମ୍ପରାର ଶିଷ୍ୟମାନେ ଏକ ଲକ୍ଷରୁ ଅଧିକ ବୃକ୍ଷରୋପଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଉଦ୍ଦେଶ୍ୟ ଥାଏ, ଯାହାକି ଜୀବନର ଲକ୍ଷ୍ୟ ହୋଇଥାଏ । ଏହା ଆମର ମନ, କାର୍ଯ୍ୟ ଓ ଭାଷାକୁ ପ୍ରଭାବିତ କରିଥାଏ । ଯେତେବେଳେ ଜଣେ ଜୀବନର ଉଦ୍ଦେଶ୍ୟ ଜାଣିପାରେ, ସମ୍ପୂର୍ଣ୍ଣ ଜୀବନ ପରିବର୍ତ୍ତନ ହୋଇଯାଇଥାଏ । ସେ କହିଥିଲେ, ପ୍ରତ୍ୟେକ ଯୁଗରେ ସନ୍ଥ ଓ ଋଷିମାନେ ଲୋକମାନଙ୍କୁ ଜୀବନର ଉଦ୍ଦେଶ୍ୟ ବାବଦରେ ସଚେତ କରାଇଥାଆନ୍ତି । ଆମ ସମାଜ ପ୍ରତି ସନ୍ଥ ଓ ଋଷିମାନଙ୍କର ଥିବା ମହାନ ଅବଦାନକୁ ଉଲ୍ଲେଖ କରି ସେ କହିଥିଲେ, ଯେତେବେଳେ ସମଗ୍ର ସମାଜ ଓ ଦେଶ ଏକ ଉଦ୍ଦେଶ୍ୟ ପୂରଣ ପାଇଁ ମିଳିତ ଉଦ୍ୟମ କରିଥାଆନ୍ତି, ଏହା ନିଶ୍ଚିତ ଭାବେ ହାସଲ ହୋଇଥାଏ । ଏ ସମ୍ପର୍କରେ ଅନେକ ଉଦାହରଣ ଥିବା ସେ କହିଥିଲେ । ସେ କହିଥିଲେ, ଧାର୍ମିକ ଅନୁଷ୍ଠାନ ଗୁଡ଼ିକ ବର୍ତ୍ତମାନ ସମୟରେ ଯୁବ ପିଢ଼ିଙ୍କୁ ଏକ ବୃହତ ଉଦ୍ଦେଶ୍ୟ ସୂଚିତ କରିଛନ୍ତି ଏବଂ ସମଗ୍ର ଦେଶ ବିକଶିତ ଭାରତ ଗଠନର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଆଗେଇ ଚାଲିଛି । ଭଡ଼ତାଳ ମୁନିଋଷି ଓ ସ୍ୱାମୀନାରାୟଣ ପରିବାରକୁ ବିକଶିତ ଭାରତର ପବିତ୍ର ଉଦ୍ଦେଶ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ଶ୍ରୀ ମୋଦୀ ଆହ୍ୱାନ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱାଧୀନତାର ସ୍ଫୁଲିଙ୍ଗ ଶତାବ୍ଦୀ ଧରି ଦେଶର ଗୋଟିଏ କୋଣରୁ ଅନ୍ୟ କୋଣର ଲୋକଙ୍କୁ ପ୍ରେରଣା ଦେଇ ଚାଲିଥିଲା । ଏପରି ଗୋଟିଏ ଦିନ କିମ୍ବା ଗୋଟିଏ ମୁହୂର୍ତ୍ତ ନଥିଲା ଯେତେବେଳେ ଲୋକମାନେ ସ୍ୱାଧୀନତା ପାଇବାର ଇଚ୍ଛା, ସ୍ୱପ୍ନ ଏବଂ ପ୍ରସ୍ତାବକୁ ଭୁଲି ଯାଇଥିଲେ । ସେ କହିଥିଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକଙ୍କର ଯେଭଳି ଇଚ୍ଛାଶକ୍ତି ଥିଲା ଏବେ ବିକଶିତ ଭାରତ ଗଠନ ପାଇଁ ୧୪୦ କୋଟି ଲୋକଙ୍କ ନିକଟରେ ସେହିପରି ଇଚ୍ଛାଶକ୍ତି ଆବଶ୍ୟକ । ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବିକଶିତ ଭାରତ ଲକ୍ଷ୍ୟରେ ଲୋକଙ୍କୁ ପ୍ରେରଣା ଦେବା ସହ ଆମ ସମସ୍ତଙ୍କୁ ଏଥିସହ ଜଡ଼ିତ କରିବା ଦିଗରେ କାର୍ଯ୍ୟ କରିବାକୁ ସନ୍ଥ ଓ ଋଷିମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଯେକୌଣସି ସ୍ଥାନରେ ଥିଲେ ବି ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ଅବଦାନ ଦେବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ ବିକଶିତ ଭାରତ ଗଠନର ପ୍ରଥମ ସର୍ତ୍ତ ଆତ୍ମନିର୍ଭର ଭାରତ ଗଠନ ଏବଂ କୌଣସି ବାହ୍ୟ ବ୍ୟକ୍ତି ନୁହଁନ୍ତି ବରଂ ୧୪୦ କୋଟି ଲୋକ ଏହାକୁ ନିଜେ ହାସଲ କରିବା । କାର୍ଯ୍ୟକ୍ରମରେ ଉପସ୍ଥିତ ଶିଷ୍ୟମାନଙ୍କୁ ଭୋକାଲ ଫର ଲୋକାଲକୁ ଅବଦାନ ସହ ପ୍ରୋତ୍ସାହିତ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ବିକଶିତ ଭାରତ ଗଠନ ପାଇଁ ଦେଶର ଏକତା ଓ ଅଖଣ୍ଡତା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ସମାଜକୁ ଖଣ୍ଡବିଖଣ୍ଡ କରିବାକୁ ଉଦ୍ୟମ କରୁଛନ୍ତି, ସେମାନଙ୍କର ଏହି ଷଡ଼ଯନ୍ତ୍ରର ଗମ୍ଭୀରତାକୁ ବୁଝିବା ସହ ଏଭଳି ପ୍ରୟାସକୁ ବିଫଳ କରିବା ଆବଶ୍ୟକ । ଶ୍ରୀ ମୋଦୀ ଏହା କହିଥିଲେ କି, ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଏହା ସୂଚିତ କରୁଛି, କିପରି କଠିନ ତପସ୍ୟା ବଳରେ ବଡ଼ ଲକ୍ଷ୍ୟ ହାସଲ କରିହେବ, କିପରି ଯୁବ ଶକ୍ତିଙ୍କ ମନରେ ରାଷ୍ଟ୍ର ନିର୍ମାଣ ପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର କ୍ଷମତା ଥାଏ ଏବଂ କିପରି ଯୁବଶକ୍ତି ରାଷ୍ଟ୍ର ନିର୍ମାଣ କରିପାରିବେ ଏବଂ କରୁଛନ୍ତି । ଏଥିପାଇଁ ଯୁବ ଶକ୍ତିଙ୍କୁ ସକ୍ଷମ ଏବଂ ଯୋଗ୍ୟ କରିବା ପାଇଁ ଶିକ୍ଷିତ କରିବା ଆବଶ୍ୟକ । ଶ୍ରୀ ମୋଦୀ କହିଥିଲେ, ସଶକ୍ତ ଓ କୁଶଳ ଯୁବଶକ୍ତି ବିକଶିତ ଭାରତର ସବୁଠୁ ବଡ଼ ଶକ୍ତି ଏବଂ ଏହି ସୁଦକ୍ଷ ଯୁବଶକ୍ତିର ଆବଶ୍ୟକତା ବିଶ୍ୱବ୍ୟାପୀ ବୃଦ୍ଧି ପାଇବ । ଏହା ମଧ୍ୟ କହିଥିଲେ, ଭାରତର ଯୁବଶକ୍ତିଙ୍କ କ୍ଷମତା ସମଗ୍ର ବିଶ୍ୱକୁ ଆକର୍ଷିତ କରିଛି ଏବଂ ବିଶ୍ୱବ୍ୟାପୀ ଭାରତର କୁଶଳୀ ଜନଶକ୍ତିର ଚାହିଦା ବହୁତ ରହିଛି । ଏହି ଯୁବ ଶକ୍ତି କେବଳ ଦେଶ ନୁହେଁ, ବରଂ ସମଗ୍ର ବିଶ୍ୱର ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ । ନିଶା ନିବାରଣ ଦିଗରେ ସ୍ୱାମୀନାରାୟଣ ସମ୍ପ୍ରଦାୟର ପ୍ରଚେଷ୍ଟା ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦୀ ଯୁବଶକ୍ତିଙ୍କୁ ନିଶା ଠାରୁ ଦୂରରେ ରଖିବା ସହ ସେମାନଙ୍କୁ ନିଶାମୁକ୍ତ ରଖିବା ଦିଗରେ କାମ କରିବାକୁ ସନ୍ଥ ଓ ଶିଷ୍ୟମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ, ନିଶାରୁ ପ୍ରଭାବରୁ ଯୁବଶକ୍ତିଙ୍କୁ ବଞ୍ଚାଇବାର ଅଭିଯାନ ଓ ପ୍ରଚେଷ୍ଟା କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱରେ ଆବଶ୍ୟକ ଏବଂ ଏହି ଅଭିଯାନ ନିରନ୍ତର ଚାଲିବା ଉଚିତ । କୌଣସି ଦେଶର ପ୍ରଗତି ସମ୍ଭବ, ଯେତେବେଳେ ଉକ୍ତ ଦେଶ ତାହାର ଐତିହ୍ୟକୁ ନେଇ ଗର୍ବ କରିବ ଏବଂ ତାହାକୁ ସଂରକ୍ଷିତ କରି ରଖିବ । ଶ୍ରୀ ମୋଦୀ କହିଥିଲେ, ଭାରତର ମନ୍ତ୍ର ବିକାଶ ସହିତ ଐତିହ୍ୟ । ଅଯୋଧ୍ୟାର ଉଦାହରଣ ଦେଇ ଶ୍ରୀ ମୋଦୀ ପ୍ରସନ୍ନତାର ସହ କହିଥିଲେ କି, ସହସ୍ରାଧିକ ବର୍ଷ ପୁରୁଣା ଭାରତର ଏହି ଗୌରବମୟ ଐତିହ୍ୟର ପୁଣି ବିକାଶ କରାଯାଉଛି, ଯାହାକୁ ଦିନଥିଲା ଧ୍ୱଂସ ପାଇ ଯାଇଥିବା କୁହାଯାଉଥିଲା । ସେ କାଶୀ, କେଦାରନାଥ, ପାଓଗଡ଼, ମୋଢ଼େରାର ସୂର୍ଯ୍ୟମନ୍ଦିର ଏବଂ ସୋମନାଥ ମନ୍ଦିରରେ ହୋଇଥିବା ପରିବର୍ତ୍ତନର ଉଦାହରଣ ମଧ୍ୟ ଦେଇଥିଲେ । ଶ୍ରୀ ମୋଦୀ କହିଥିଲେ, ଚତୁର୍ଦ୍ଦିଗରେ ଏକ ନୂତନ କ୍ରାନ୍ତି ଓ ଚେତନାର ପରିପ୍ରକାଶ ଦେଖାଦେଇଛି । ସେ ଏହା ମଧ୍ୟ କହିଥିଲେ ଯେ, ଭାରତରୁ ଚୋରି ହୋଇଯାଇଥିବା ଦେବୀ ଦେବତାଙ୍କୁ ଶତାଧିକ ବର୍ଷ ତଳର ମୂର୍ତ୍ତି ଏବେ ଫେରାଇ ଅଣାଯାଉଛି । ଗୁଜରାଟର ଲୋଥଲରେ ଚାଲିଥିବା ପୁନର୍ବିକାଶ ପ୍ରକଳ୍ପ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ସାଂସ୍କୃତିକ ଚେତନାର ଅଭିଯାନ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହି ଭୂମି, ଏହି ଦେଶ ଏବଂ ଏହାର ପରମ୍ପରାକୁ ଭଲ ପାଉଥିବା, ଏହାର ସଂସ୍କୃତିକୁ ନେଇ ଗର୍ବ କରୁଥିବା ଏବଂ ଆମର ଐତିହ୍ୟକୁ ପ୍ରଶଂସା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ମଧ୍ୟ ଏହା ଏକ ଦାୟିତ୍ୱ । ଭଡ଼ତାଳ ଧାମରେ ଥିବା ଭଗବାନ ସ୍ୱାମୀନାରାୟଣଙ୍କ କଳାକୃତିର ସଂଗ୍ରହାଳୟ ଅକ୍ଷର ଭୁବନ ମଧ୍ୟ ଏହି ଅଭିଯାନର ଅଂଶ ବିଶେଷ ହୋଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ଉପସ୍ଥିତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ ଏହି ବିଶ୍ୱାସ ବ୍ୟକ୍ତ କରିଥିଲେ କି ଅକ୍ଷର ଭୁବନ ଭାରତର ଅମର ଆଧ୍ୟାତ୍ମିକ ଐତିହ୍ୟର ଏକ ଭବ୍ୟ ମନ୍ଦିରରେ ପରିଣତ ହେବ । ଶ୍ରୀ ମୋଦୀ କହିଥିଲେ, ବିକଶିତ ଭାରତର ଲକ୍ଷ୍ୟ ସେତେବେଳେ ହାସଲ ହୋଇପାରିବ, ଯେତେବେଳେ ୧୪୦ କୋଟି ଭାରତୀୟ ଏହି ଲକ୍ଷ୍ୟକୁ ହାସଲ କରିବାକୁ ଏକଜୁଟ ହୋଇ ଉଦ୍ୟମ କରିବେ । ସେ କହିଥିଲେ, ଏହି ଅଭିଯାନକୁ ସମ୍ପୂର୍ଣ୍ଣ କରିବାକୁ ଆମ ସନ୍ଥମାନଙ୍କ ମାର୍ଗଦର୍ଶନ ବହୁତ ମହତ୍ୱପୂର୍ଣ୍ଣ । ପ୍ରତି ୧୨ ବର୍ଷରେ ଥରେ ଆୟୋଜନ କରାଯାଉଥିବା ଭାରତର ଐତିହ୍ୟର ପ୍ରତୀକ ପୂର୍ଣ୍ଣ କୁମ୍ଭର ପ୍ରଚାର ସମଗ୍ର ବିଶ୍ୱରେ କରିବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଦେଶରୁ ଆସିଥିବା ସନ୍ଥମାନଙ୍କୁ ଅନୁରୋଧ କରିଥିଲେ । ବିଶ୍ୱବ୍ୟାପୀ ଲୋକ ଏବଂ ଅଣ-ଭାରତୀୟ ମୂଳ ବିଦେଶୀମାନଙ୍କୁ ପ୍ରୟାଗରାଜରେ ଆୟୋଜିତ ହେବାକୁ ଥିବା ପୂର୍ଣ୍ଣ କୁମ୍ଭ ବାବଦରେ ଶିକ୍ଷିତ କରିବାକୁ ସନ୍ଥମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଦେଶରେ ଥିବା ପ୍ରତ୍ୟେକ ଶାଖା ମାଧ୍ୟମରେ ଅତି କମରେ ଶହେ ଜଣ ଲେଖାଏ ବିଦେଶୀଙ୍କୁ ଆଗାମୀ କୁମ୍ଭ ମେଳାକୁ ଶ୍ରଦ୍ଧାର ସହ ଆଣିବାକୁ ସନ୍ଥମାନଙ୍କ ନିକଟରେ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରି କହିଥିଲେ । ସମଗ୍ର ବିଶ୍ୱରେ ଏ ନେଇ ଜାଗରୁକତା ସୃଷ୍ଟି କାର୍ଯ୍ୟ ଆମ ସନ୍ଥମାନେ ସହଜରେ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉଦବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ଉତ୍ସବରେ ବ୍ୟକ୍ତିଗତ ଭାବେ ଯୋଗ ଦେଇ ନ ପାରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ସମସ୍ତ ସନ୍ଥ ଓ ଶିଷ୍ୟଙ୍କୁ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହର ଶୁଭକାମନା ଜଣାଇଥିଲେ । ପୃଷ୍ଠଭୂମି ପ୍ରଧାନମନ୍ତ୍ରୀ ୨୦୨୪ ନଭେମ୍ବର ୧୧ ତାରିଖରେ ଗୁଜରାଟର ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବାର୍ଷିକୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ବିଗତ କେଇ ଦଶନ୍ଧି ଧରି ଭଡ଼ତଳାସ୍ଥିତ ଶ୍ରୀ ସ୍ୱାମୀନାରାୟଣ ମନ୍ଦିର ଜନସାଧାରଣଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଜୀବନକୁ ପ୍ରଭାବିତ କରିଆସୁଛି ।
Read More »ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ରେଳ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି | ଏହି ନିରୀକ୍ଷଣ ପ୍ରକଳ୍ପର ଠିକ ସମୟରେ ସମାପ୍ତି ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଓଡିଶାର ଉପାନ୍ତ ତଥା ଆକାଂକ୍ଷୀ ଅଞ୍ଚଳରେ ସଂଯୋଗକୁ ସୁଦୃଢ଼ କରିବାକୁ …
Read More »ଭାରତରେ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ
୨୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏନଏଚଏ) ତଥ୍ୟରେ ଏକ ସକାରାତ୍ମକ ଧାରା ପ୍ରକାଶିତ ହୋଇଛି । ଦେଶରେ ମୁଖ୍ୟତଃ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କାରଣରୁ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ ପାଉଛି। ଏନ୍ଏଚ୍ଏ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ଜିଡିପିର ପ୍ରତିଶତ ହିସାବରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ (ଜିଏଚ୍ଇ) ୧.୧୩%ରୁ ୧.୮୪%କୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ସାମଗ୍ରିକ ସରକାରୀ ଖର୍ଚ୍ଚରେ ଜିଏଚଇର ଅଂଶ ୩.୯୪% ରୁ …
Read More »ପୁରୀ ସହରରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଅଭିଯାନ ଅନୁଷ୍ଠିତ
ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ପୁରୀ ସ୍ବର୍ଗଦ୍ବାର ବ୍ୟାଙ୍କ ଅଫ୍ ବରୋଦା ଶାଖା ଏବଂ କଚେରୀ ଛକ ସ୍ଥିତ ମୁଖ୍ୟ ଡାକଘରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଅଭିଯାନ 3.0 ଅନୁଷ୍ଠିତ ହୋଇଯାଇଛି । ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍ ବରୋଦା, ଡାକ ବିଭାଗ ଏବଂ ୟୁଆଇଡିଏଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପେନସନଭୋଗୀଙ୍କୁ ଡିଏଲସି କରାଇବା ସହିତ ସେମାନଙ୍କୁ …
Read More »ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ଦସ୍ତଖତ ଅଭିଯାନ
ଚଳିତ ମାସ 20ରୁ 28 ତାରିଖ ମଧ୍ୟରେ ଗୋଆରେ ଅନୁଷ୍ଠିତ ହେବାକୁ ଯାଉଛି 55 ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଏହି ଉତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର କେନ୍ଦ୍ରୀୟ ସଂଚାର ବ୍ୟୁରୋ, ପତ୍ର ସୂଚନା ବ୍ୟୁରୋ ଓ ସମାଜ ବିଜ୍ଞାନ ବିଭାଗର ମିଳିତ ଉଦ୍ୟମରେ ଏହି ଅଭିଯାନ ଆୟୋଜନ କରାଯାଇଛି । ସାମାଜ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଡ. ରବୀନ୍ଦ୍ର ଗରଡା କାର୍ଯ୍ୟକ୍ରମରେ ସଭାପତିତ୍ୱ …
Read More »କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତାରେ ଚମକିଲା ଭାରତ: ଏସିଆ (୨୦୨୫)
କ୍ୟୁଏସ୍ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା : ଏସିଆ ୨୦୨୫ ସମଗ୍ର ମହାଦେଶରେ ଉଚ୍ଚଶିକ୍ଷାର ଗତିଶୀଳ ଦୃଶ୍ୟକୁ ପ୍ରତିଫଳିତ କରେ, ଯେଉଁଥିରେ ଶିକ୍ଷା ଓ ଗବେଷଣା ଏବଂ ଉଦ୍ଭାବନରେ ଉତ୍କୃଷ୍ଟ ଶୀର୍ଷ ଅନୁଷ୍ଠାନଗୁଡିକ ଉପରେ ଆଲୋକପାତ କରାଯାଇଛି । ଚଳିତ ବର୍ଷର ମାନ୍ୟତା ଏସୀୟ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ବଢୁଥିବା ପ୍ରତିଯୋଗିତା ଉପରେ ଗୁରୁତ୍ୱାରୋପ କରିଥାଏ ଏବଂ ବିଶ୍ୱସ୍ତରୀୟ ଶିକ୍ଷାଗତ ମାନକୁ ଆଗକୁ ବଢ଼ାଇବା ପାଇଁ ଏହି ଅଞ୍ଚଳର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । …
Read More »ଦେବଭୂମି ଉତ୍ତରାଖଣ୍ଡର ରୌପ୍ୟ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଉତ୍ତରାଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ଏହାର ସମସ୍ତ ଲୋକମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ ଆଜିଠାରୁ ଉତ୍ତରାଖଣ୍ଡ ରାଜ୍ୟ ଗଠନର ରୌପ୍ୟ ଜୟନ୍ତୀ ବର୍ଷ ଆରମ୍ଭ ହେବାର ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବର୍ଷରେ ପ୍ରବେଶ କରିବା ଅବସରରେ ଶ୍ରୀ ମୋଦୀ ଲୋକମାନଙ୍କୁ ରାଜ୍ୟର ଆଗାମୀ ୨୫ ବର୍ଷର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ତରପ୍ରଦେଶର ଆଗାମୀ ୨୫ ବର୍ଷର ଯାତ୍ରା ଏକ ବଡ ସଂଯୋଗ, କାରଣ ଭାରତ ମଧ୍ୟ ଏହାର ୨୫ ବର୍ଷର ଅମୃତ କାଳରେ ଅଛି, ଯାହାର ଅର୍ଥ ହେଉଛି ବିକଶିତ ଭାରତ ପାଇଁ ଏକ ବିକଶିତ ଉତ୍ତରାଖଣ୍ଡ । ଏହି ଅବଧିରେ ଦେଶ ସଂକଳ୍ପ ପୂରଣ ହେବାର ସାକ୍ଷୀ ରହିବ ବୋଲି ଶ୍ରୀ ମୋଦୀ କହିଛନ୍ତି । ଆଗାମୀ ୨୫ ବର୍ଷର ସଂକଳ୍ପ ସହିତ ଲୋକମାନେ ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଖୁସି ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉତ୍ତରାଖଣ୍ଡର ଗୌରବର ପ୍ରସାର ହେବ ଏବଂ ବିକଶିତ ଉତ୍ତରାଖଣ୍ଡର ଲକ୍ଷ୍ୟ ରାଜ୍ୟର ପ୍ରତ୍ୟେକ ଅଧିବାସୀଙ୍କ ନିକଟରେ ପହଞ୍ôଚବ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏପରି ମହତ୍ୱପୂର୍ଣ୍ଣ ସଂକଳ୍ପକୁ ଆପଣେଇଥିବାରୁ ଶ୍ରୀ ମୋଦୀ ରାଜ୍ୟର ସମସ୍ତ ବାସିନ୍ଦାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ପ୍ରତି ସଫଳତାର ସହ ଆୟୋଜିତ ହୋଇଥିବା ‘ ପ୍ରବାସୀ ଉତ୍ତରାଖଣ୍ଡ ସମ୍ମିଳନୀ’ର କାର୍ଯ୍ୟକ୍ରମକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି ଏବଂ ଉତ୍ତରପ୍ରଦେଶର ବିକାଶରେ ପ୍ରବାସୀ ଉତ୍ତରାଖଣ୍ଡର ଲୋକମାନେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । ଅଲଗା ରାଜ୍ୟ ଗଠନ ପାଇଁ ଉତ୍ତରପ୍ରଦେଶର ଲୋକଙ୍କ ଉଦ୍ୟମ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ସଫଳ ହୋଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଯେ, ଆଜି ସ୍ୱପ୍ନ ଓ ଆକାଂକ୍ଷା ସଫଳ ହେଉଛି । ସେ ଦର୍ଶାଇଛନ୍ତି ଯେ ବର୍ତ୍ତମାନର ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ କୌଣସି ସୁଯୋଗ ହାତଛଡା କରିନାହାନ୍ତି । ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ଯେ ବର୍ତ୍ତମାନର ଦଶନ୍ଧି ଉତ୍ତରାଖଣ୍ଡର ଅଟେ ଏବଂ ଗତ ବର୍ଷ ମଧ୍ୟରେ ତାଙ୍କର ବିଶ୍ୱାସ ପ୍ରମାଣିତ ହୋଇଛି । ଉତ୍ତରାଖଣ୍ଡ ବିକାଶର ନୂତନ ରେକର୍ଡ ସୃଷ୍ଟି କରୁଛି ଏବଂ ନୂଆ ମାଇଲଖୁଣ୍ଟ ହାସଲ କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କ ଅନୁଯାୟୀ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି । ସେ ଆହୁରିମଧ୍ୟ କହିଛନ୍ତି ଯେ ଉତ୍ତରାଖଣ୍ଡକୁ ‘ଇଜ୍ ଅଫ୍ ଡୁଇଂ ବିଜିନେସ୍’ ବର୍ଗରେ ‘ଆଚିଭର୍ସ’ ଏବଂ ଷ୍ଟାର୍ଟଅପ୍ ବର୍ଗରେ ‘ଲିଡର୍’ ଭାବରେ ସ୍ଥାନିତ କରାଯାଇଛି । ସେ ସୂଚନା ଦେଇଛନ୍ତି ଯେ ରାଜ୍ୟର ଅଭିବୃଦ୍ଧି ହାର ୧.୨୫ ଗୁଣ ଏବଂ ଜିଏସ୍ଟି ସଂଗ୍ରହ ୧୪ ପ୍ରତିଶତ ବୃଦ୍ଧି ପାଇଛି, ମୁଣ୍ଡ ପିଛା ଆୟ ୨୦୧୪ରେ ୧.୨୫ ଲକ୍ଷରୁ ବାର୍ଷିକ ୨.୬୦ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ମୋଟ ଘରୋଇ ଉତ୍ପାଦ ୨୦୧୪ରେ ୧ ଲକ୍ଷ ୫୦ ହଜାର କୋଟିରୁ ବୃଦ୍ଧି ପାଇ ଆଜି ପ୍ରାୟ ୩ ଲକ୍ଷ ୫୦ ହଜାର କୋଟି ଟଙ୍କା ହୋଇଛି । ସେ କହିଛନ୍ତି ଯେ ଏହି ପରିସଂଖ୍ୟାନ ଯୁବପୀଢ଼ି ପାଇଁ ନୂଆ ସୁଯୋଗ, ଶିଳ୍ପ ଅଭିବୃଦ୍ଧି ଏବଂ ମହିଳା ଓ ଶିଶୁମାନଙ୍କ ଜୀବନକୁ ସହଜ କରିବାର ଏକ ସ୍ପଷ୍ଟ ସୂଚନା । ସେ ସୂଚନା ଦେଇଛନ୍ତି ଯେ ଟ୍ୟାପ ଜଳ କଭରେଜ ୨୦୧୪ରେ ୫% ପରିବାରରୁ ବୃଦ୍ଧି ପାଇ ଆଜି ୯୬ ପ୍ରତିଶତରୁ ଅଧିକ ହୋଇଛି ଏବଂ ଗ୍ରାମୀଣ ସଡକ ନିର୍ମାଣ ୬ ହଜାର କିଲୋମିଟରରୁ ୨୦ ହଜାର କିଲୋମିଟରକୁ ବୃଦ୍ଧି ପାଇଛି । ଲକ୍ଷ ଲକ୍ଷ ଶୌଚାଳୟ ନିର୍ମାଣ, ବିଦ୍ୟୁତ ଯୋଗାଣ, ଗ୍ୟାସ ସଂଯୋଗ, ଆୟୁଷ୍ମାନ ଯୋଜନା ଅଧିନରେ ମାଗଣା ଚିକିତ୍ସା ଉପରେ ସେ କହିଛନ୍ତି ଯେ, ସରକାର ସମାଜର ସମସ୍ତ ଗର୍ବର ଲୋକଙ୍କ ସହ ଛିଡା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଉତ୍ତରାଖଣ୍ଡ ରାଜ୍ୟକୁ ପ୍ରଦାନ କରାଯାଇଥିବା ଅନୁଦାନ ପ୍ରାୟ ଦ୍ୱିଗୁଣିତ ହୋଇଛି ଏବଂ ଏଆଇଆଇଏମ୍ଏସ୍, ଡ୍ରୋନ୍ ପ୍ରୟୋଗ ଅନୁସନ୍ଧାନ କେନ୍ଦ୍ର, ଉଦ୍ଧାମ ସିଂହ ନଗରରେ କ୍ଷୁଦ୍ର ଶିଳ୍ପ ଟାଉନ୍ସିପ୍ ପାଇଁ ଉପଗ୍ରହ କେନ୍ଦ୍ର ପ୍ରତିଷ୍ଠା କରିବାର ସଫଳତାକୁ ତାଲିକାଭୁକ୍ତ କରିଛନ୍ତି । ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଚାଲିଛି ଏବଂ ସଂଯୋଗୀକରଣ ପ୍ରକଳ୍ପଗୁଡିକ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ ହେଉଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୬ ସୁଦ୍ଧା ଋଷିକେଶ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ଉତ୍ତରାଖଣ୍ଡର ୧୧ଟି ରେଳ ଷ୍ଟେସନକୁ ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଉଛି ଏବଂ ଏହି ଏକ୍ସପ୍ରେସ୍ୱେ କାର୍ଯ୍ୟ ଶେଷ ହେବା ପରେ ଦିଲ୍ଲୀ ଓ ଡେହରାଡୁନ୍ ମଧ୍ୟରେ ଯାତ୍ରା ସମୟ ୨.୫ ଘଣ୍ଟାକୁ ହ୍ରାସ ପାଇବ । ଏହି ବିକାଶ ମଧ୍ୟ ସ୍ଥାନାନ୍ତରଣ ଉପରେ ରୋକ ଲଗାଇଛି ବୋଲି ସେ କହିଛନ୍ତି । ବିକାଶ ସହିତ ସରକାର ଐତିହ୍ୟ ସଂରକ୍ଷଣରେ ମଧ୍ୟ ନିୟୋଜିତ ଥିବା ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ କେଦାରନାଥ ମନ୍ଦିରର ଏକ ବିଶାଳ ତଥା ଐଶ୍ୱରୀୟ ପୁନଃନିର୍ମାଣ କାର୍ଯ୍ୟ ଚାଲିଛି । ବଦ୍ରିନାଥ ଧାମରେ ବିକାଶ କାର୍ଯ୍ୟର ଦ୍ରୁତ ଅଗ୍ରଗତି ବିଷୟରେ ସେ ଉଲ୍ଲେଖ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ, ମାନସଖଣ୍ଡ ମନ୍ଦିରର ମିଶନ ମାଲା ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୬ଟି ପ୍ରାଚୀନ ମନ୍ଦିରର ବିକାଶ କରାଯାଉଛି । ଶ୍ରୀ ମୋଦୀ ଜୋର ଦେଇ କହିଛନ୍ତି, “ସବୁ ପାଣିପାଣ ସ୍ଥିତିରେ ବ୍ୟବହୃତ ହୋଇପାରୁଥିବା ରାସ୍ତା ଚାରିଧାମ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିଦେଇଛି ।” ସେ କହିଛନ୍ତି ଯେ ପର୍ବତ ମାଲା ଯୋଜନା ଅନ୍ତର୍ଗତ ରୋପୱେ ଦ୍ୱାରା ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନଗୁଡିକୁ ସଂଯୋଗ କରାଯାଉଛି । ମାନା ଗ୍ରାମରୁ ‘ଭାଇବ୍ରାଣ୍ଟ୍ ଭିଲେଜ’ ଯୋଜନା ଆରମ୍ଭ କରାଯାଇଛି ବୋଲି ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ, ସରକାର ସୀମାନ୍ତବର୍ତ୍ତୀ ଗ୍ରାମଗୁଡିକୁ ଦେଶର ପ୍ରଥମ ଗ୍ରାମ ବୋଲି ବିବେଚନା କରନ୍ତି ଏବଂ ପୂର୍ବରୁ ଏହାକୁ ଶେଷ ଗ୍ରାମ କୁହାଯାଉଥିଲା । ଭାଇବ୍ରାଣ୍ଟ ଭିଲେଜ ଯୋଜନା ଅଧିନରେ ୨୫ ଟି ଗ୍ରାମର ବିକାଶ କରଯାଉଛି ଏବଂ ଏହି ଉଦ୍ୟମ ଦ୍ୱାରା ଉତ୍ତରାଖଣ୍ଡରେ ପର୍ଯ୍ୟଟନ କ୍ଷେତ୍ର ସହ ଜଡିତ ସୁଯୋଗ ବୃଦ୍ଧି ପାଇ ଏଠାକାର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ବଢ଼ଛି । ଏକ ରିପୋର୍ଟକୁ ଦର୍ଶାଇ ଶ୍ରୀ ମୋଦୀ କହିଛନ୍ତି ଯେ ଚଳିତ ବର୍ଷ ୬ କୋଟି ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀ ଉତ୍ତରାଖଣ୍ଡ ପରିଦର୍ଶନ କରିଛନ୍ତି । ସେ ଆହୁରିମଧ୍ୟ କହିଛନ୍ତି ଯେ ଗତ ବର୍ଷ ୫୪ ଲକ୍ଷ ଲୋକ ଚାରିଧାମ ଯାତ୍ରାରେ ଯାଇଥିଲେ । ୨୦୧୪ ପୂର୍ବରୁ ଏହି ସଂଖ୍ୟା୨୪ ଲକ୍ଷ ଥିଲା, ଯାହା ହୋଟେଲ, ହୋମ୍ଷ୍ଟେ, ଟ୍ରାନ୍ସପୋର୍ଟ ଏଜେଣ୍ଟ, କ୍ୟାବ୍ ଡ୍ରାଇଭର୍ମାନଙ୍କ ପାଇଁ ଲାଭଦାୟକ ଥିଲା । ଗତ କିଛି ବର୍ଷ ମଧ୍ୟରେ ୫୦୦୦ରୁ ଅଧିକ ହୋମଗାର୍ଡ ପଞ୍ଜିକୃତ ହୋଇଛନ୍ତି । ଉତ୍ତରାଖଣ୍ଡର ନିଷ୍ପତ୍ତି ଏବଂ ନୀତି ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରୁଛି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ସମାନ ନାଗରିକ ସଂହିତାର କାର୍ଯ୍ୟକାରିତା ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାର ଚର୍ଚ୍ଚା ସମଗ୍ର ଦେଶରେ ହେଉଛି ଏବଂ ଯୁବପୀଢ଼ିଙ୍କ ସୁରକ୍ଷା ପାଇଁ ନକଲି-ବିରୋଧି ଆଇନ୍ ମଧ୍ୟ ପ୍ରଣୟନ କରାଯାଇଛି । ରାଜ୍ୟରେ ନିଯୁକ୍ତି ସ୍ୱଚ୍ଛତା ସହ ଚାଲିଛି । ପ୍ରଧାନମନ୍ତ୍ରୀ ୯ଟି ଅନୁରୋଧ ତାଲିକାଭୁକ୍ତ କରିଛନ୍ତି, ସେଥିରୁ ଉତ୍ତରାଖଣ୍ଡର ଲୋକଙ୍କ ପାଇଁ ୫ଟି ଏବଂ ରାଜ୍ୟ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ୪ଟି ରହିଛି । ସେ ଘରୱାଲି, କୁମାଓନି ଏବଂ ଜୈନସାରୀ ପରି ଭାଷା ସଂରକ୍ଷର ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଭବିଷ୍ୟତ ପୀଢ଼ିକୁ ଏହି ଭାଷା ଶିକ୍ଷା ଦେବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ । ଦ୍ୱିତୀୟ, ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡିକୁ ମୁକାବିଲା କରିବା ପାଇଁ ସେ ସମସ୍ତଙ୍କୁ ‘ଏକ୍ ପେଡ୍ ମାଁ କେ ନାମ୍’ ଅଭିଯାନକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ତୃତୀୟ, ସେ ଜଳ ସଂସ୍ଥାଗୁଡିକୁ ସଂରକ୍ଷଣ କରିବାକୁ ଏବଂ ଜଳ ପରିମଳ ସହ ଜଡିତ ଅଭିଯାନକୁ ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ଚତୁର୍ଥ, ସେ ନାଗରିକମାନଙ୍କୁ ସେମାନଙ୍କର ତୃଣମୂଳ ସହିତ ଜଡିତ ରହିବା ଏବଂ ଗ୍ରାମାଭିମୂଖୀ ହେବା ଉପରେ ଜୋର ଦେଇଥିଲେ । ପଞ୍ଚମ, ସେ ରାଜ୍ୟରେ ପାରମ୍ପରିକ ଘର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାକୁ ଗୃହରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ସେମାନଙ୍କ ପାଇଁ ୪ଟି ଅନୁରୋଧ ତାଲିକାଭୁକ୍ତ କରିଛନ୍ତି । ସେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକରୁ ନିବୃତ୍ତ ରହିବାକୁ, ‘ଭୋକାଲଖ ଫର୍ ଲୋକାଲ୍’ର ମନ୍ତ୍ର ମନେ ରଖିବାକୁ ତଥା ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ଉପରେ ମୋଟ୍ ଖର୍ଚ୍ଚର ଅତି କମ୍ରେ ୫ ପ୍ରତିଶତ ଖର୍ଚ୍ଚ କରିବାକୁ, ଟ୍ରାଫିକ ନିୟମ ପାଳନ କରିବାକୁ ଏବଂ ଶେଷରେ ତୀର୍ଥସ୍ଥଳ ଏବଂ ଧାର୍ମିକ ସ୍ଥାନଗୁଡିକର ଶୋଭା ବଜାୟ ରଖିବାକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ଏହି ୯ ଅନୁରୋଧ ଉତ୍ତରାଖଣ୍ଡର ଦେବ ଭୂମି ପରିଚୟକୁ ଦୃଢ଼ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ସମ୍ବୋଧନ ସମାପ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ସଂକଳ୍ପ ପୂରଣ କରିବାରେ ଉତ୍ତରାଖଣ୍ଡ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।
Read More »ଆସିଫା ଇଣ୍ଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହ ମିଶି ୱେଭ୍ସ ଆୱାର୍ଡ ଅଫ୍ ଏକ୍ସିଲେନ୍ସ ଶୁଭାରମ୍ଭ କରିବ
ଇନ୍ଦୋର, ଭାରତ : ଆସୋସିଏସନ୍ ଇଣ୍ଟରନ୍ୟାସନାଲ ଡୁ ଫିଲ୍ମ ଡି’ଆନିମେସନ, ଏକ ଅନ୍ତର୍ଜାତୀୟ ଆନିମେଟେଡ ଫିଲ୍ମ ଆସୋସିଏସନ ଯାହା 1960 ମସିହାରୁ ଏକ ଅଣଲାଭକାରୀ ଅନୁଷ୍ଠାନ ଏବଂ ଚଳଚ୍ଚିତ୍ର ଆନିମେସନକୁ ଏକ କଳା ଏବଂ ଯୋଗାଯୋଗ ମାଧ୍ୟମ ଭାବରେ ପ୍ରୋତ୍ସାହିତ କରେ। ଆନିମେସନ୍ ର ପ୍ରୋତ୍ସାହନ ପାଇଁ ସମର୍ପିତ ୟୁନେସ୍କୋ ସମର୍ଥିତ ଏକ ପ୍ରମୁଖ ଅନୁଷ୍ଠାନ ଆସିଫା ଇଣ୍ଡିଆ ଆନିମେସନ୍ ର ପ୍ରୋତ୍ସାହନ ପାଇଁ ଭାରତରେ ଏହାର 25ତମ ବର୍ଷ ପୂର୍ତ୍ତି ଅବସରରେ …
Read More »‘5-ଜି’ର ଦ୍ରୁତ କାର୍ଯ୍ୟକାରିତା ଭାରତକୁ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା କରିଛି
5-ଜି’ର ଦ୍ରୁତ କାର୍ଯ୍ୟକାରିତା ଏବଂ ଗ୍ରହଣୀୟତା ସହିତ ଭାରତ ଏକ ପରିବର୍ତ୍ତନକାରୀ ଡିଜିଟାଲ ବିପ୍ଳବର ଦ୍ୱାରଦେଶରେ ଛିଡ଼ା ହୋଇଛି। ୨୦୩୦ ସୁଦ୍ଧା ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା 5-ଜି ସେବା ବ୍ୟବହାର କରୁଥିବେ ବୋଲି ଜିଏସଏମଏ ରିପୋର୍ଟରୁ ଜଣାପଡ଼ିଛି । ବ୍ୟାପକ ସରକାରୀ ପ୍ରୟାସ, ଭିତ୍ତିଭୂମିରେ ନିବେଶ ଏବଂ ନୀତିଗତ ସଂସ୍କାର 5-ଜିର ଗ୍ରହଣୀୟତାକୁ ତ୍ୱରାନ୍ୱିତ କରିବ। ଏହି ପରିବର୍ତ୍ତନ ଭାରତକୁ ଏକ ଡିଜିଟାଲ-ପ୍ରଥମ ରାଷ୍ଟ୍ରରେ ପରିଣତ କରିବା ସହିତ ମୋବାଇଲ ପ୍ରଯୁକ୍ତିକୁ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି ଓ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇପାରିବ। 5-ଜି ପ୍ରଯୁକ୍ତି ୨୦୨୩ରୁ ୨୦୪୦ ମଧ୍ୟରେ ଭାରତୀୟ ଅର୍ଥବ୍ୟବସ୍ଥାରେ ପ୍ରାୟ ୩୬.୪ ଲକ୍ଷ କୋଟି ଟଙ୍କାର ଯୋଗଦାନ ଦେବ ଏବଂ ଏହା ୨୦୨୪୦ ସୁଦ୍ଧା ଦେଶର ଜିଡିପିରେ ୦.୬% ପ୍ରତିଶତରୁ ଅଧିକ ଅଂଶ ହାସଲ କରିବ। ଉତ୍ପାଦନ, ଖୁଚୁରା ବ୍ୟବସାୟ, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରଗୁଡିକ 5-ଜି ଦ୍ୱାରା ଉପକୃତ ହେବେ, ଯାହା ନୂତନ ପରିଚାଳନା ମଡେଲ, ଉନ୍ନତ ଦକ୍ଷତା ଓ ସ୍ମାର୍ଟ ସିଟି ଏବଂ ଡିଜିଟାଲ ଗଭର୍ଣ୍ଣାନ୍ସ ଭଳି ଅଭିନବ ସେବାକୁ ସକ୍ଷମ କରିବ। 5-ଜିର ଦ୍ରୁତ କାର୍ଯ୍ୟକାରିତା ପାଇଁ ଭାରତ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱଦେଶୀ ଟେଲିକମ୍ ଷ୍ଟେକ୍ ପାଇଁ ଭାରତରାନ୍ ପ୍ରକଳ୍ପ ଅଧୀନରେ ଭାରତ ନିଜର ଓଆରଏଏନ୍ ଅନୁପାଳନକାରୀ 5-ଜି ଉପକରଣ ସମେତ 4-ଜି/5-ଜି ଟେଲିକମ୍ ଷ୍ଟେକକୁ ବିକଶିତ କରିଛି। ଏହି ସ୍ଥାନୀୟ ଭିତ୍ତିଭୂମି ବିଦେଶୀ ଜ୍ଞାନକୌଶଳ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହା ଏକ ବିଶ୍ୱ ଟେଲିକମ୍ …
Read More »‘‘ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଯୋଜନା’’ ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଶ୍ରୀ ଜେ ପି ନଡ୍ଡା
କେନ୍ଦ୍ର ରାସାୟନିକ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଚିକିତ୍ସା ଉପକରଣ ଶିଳ୍ପକୁ ସୁଦୃଢ଼ କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ରସାୟନ ଓ ସାର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା ପଟେଲ ଏବଂ ଔଷଧ ବିଭାଗର ସଚିବ ଶ୍ରୀ ଅରୁଣିଷ ଚାୱଲାଙ୍କ ସମେତ ବିଭାଗର …
Read More »