शुक्रवार, नवंबर 22 2024 | 02:39:36 PM
Breaking News
Home / Choose Language / Odia / ଚତୁର୍ଥ ସିଓଡିଆରଆର କର୍ମଶାଳାରେ ‘‘ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲଓଏଫ୍) ବିପଦ ହ୍ରାସ ପାଇଁ ରଣନୀତି’’ ଉପରେ ଉଦଯାପନୀ ଅଭିଭାଷଣ ପ୍ରଦାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ‘‘କେବଳ ବିପତ୍ତି ମୁକାବିଲା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା’ ଏବଂ ଜିଏଲଓଏଫ୍ ବିପଦ ଭଳି ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଉପରେ ଜୋର ଦେଲେ ଡକ୍ଟର ମିଶ୍ର

ଚତୁର୍ଥ ସିଓଡିଆରଆର କର୍ମଶାଳାରେ ‘‘ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା (ଜିଏଲଓଏଫ୍) ବିପଦ ହ୍ରାସ ପାଇଁ ରଣନୀତି’’ ଉପରେ ଉଦଯାପନୀ ଅଭିଭାଷଣ ପ୍ରଦାନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ‘‘କେବଳ ବିପତ୍ତି ମୁକାବିଲା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା’ ଏବଂ ଜିଏଲଓଏଫ୍ ବିପଦ ଭଳି ଆହ୍ୱାନର ମୁକାବିଲା ପାଇଁ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ବ ଉପରେ ଜୋର ଦେଲେ ଡକ୍ଟର ମିଶ୍ର

Follow us on:

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି. କେ. ମିଶ୍ର ଆମ ଜନସମୁଦାୟ ପାଇଁ ଏକ ସୁରକ୍ଷିତ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ହିମବାହ ହ୍ରଦ ସହିତ ଜଡିତ ବିପଦକୁ ହ୍ରାସ କରିବା ଉପରେ ଆଲୋକପାତ କରିଛନ୍ତି। ଡ. ମିଶ୍ର ଆଜି ଏଠାରେ ଜିଏଲ୍ଓଏଫ୍ (ଗ୍ଲେସିଆଲ୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ ବା ହିମବାହ ହ୍ରଦ ବିସ୍ଫୋରଣ ବନ୍ୟା) ବିପଦ ହ୍ରାସ ପାଇଁ ରଣନୀତି ଉପରେ ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର୍) ର ଚତୁର୍ଥ କର୍ମଶାଳା ଅବସରରେ ବକ୍ତବ୍ୟ ରଖିଛନ୍ତି। ଏହି କର୍ମଶାଳାର ଆୟୋଜନ ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ଏବଂ ଜଳ ସମ୍ପଦ ବିଭାଗକୁ ପ୍ରଶଂସା କରି ସେ ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଏବଂ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ, ବିଶେଷ କରି ଭାରତର ଅଭିଜ୍ଞତା, ଅଭାବ ଅସୁବିଧା ଏବଂ ଆହ୍ୱାନର ମୁକାବିଲା ଉପରେ ସେ ଜୋର ଦେଇଥିଲେ । ଡକ୍ଟର ମିଶ୍ର କହିଥିଲେ ଯେ ସିକିମର ହିମବାହ ହ୍ରଦ ବିସ୍ଫୋରଣ ଜନିତ ବନ୍ୟା ବିପତ୍ତି ଉପରେ ଆଲୋଚନା ଏହି ଆହ୍ୱାନର ବ୍ୟାପକତା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ବାସ୍ତବରେ, ଦକ୍ଷିଣ ଲୋନାକ ଜିଏଲଓଏଫ ଆମ ସମସ୍ତଙ୍କ ପାଇଁ ଏକ ଜାଗ୍ରତ ଆହ୍ୱାନ ଥିଲା। ହିମବାହ ହ୍ରଦଗୁଡ଼ିକ ସହ ଜଡ଼ିତ ବିପଦଗୁଡ଼ିକର ମୁକାବିଲା ପାଇଁ ପ୍ରଭାବଶାଳୀ ରଣନୀତିର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉକ୍ତିକୁ ଉଦ୍ଧୃତ କରି ସେ କହିଥିଲେ, ‘‘ବିପର୍ଯ୍ୟୟ ବିପଦ ହ୍ରାସ କେବଳ ବିପର୍ଯ୍ୟୟକୁ ମୁକାବିଲା କରିବା ନୁହେଁ ବରଂ ସହନଶୀଳ ପଦକ୍ଷେପ ବିକଶିତ କରିବା ଉପରେ ଆଧାରିତ’’। ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱକୁ ଦୋହରାଇ ଡକ୍ଟର ମିଶ୍ର କହିଥିଲେ ଯେ “ବିପର୍ଯ୍ୟୟ ମୁକାବିଲା କରିବାର ସର୍ବୋତ୍ତମ ଉପାୟ ହେଉଛି ସେଗୁଡ଼ିକୁ ରୋକିବା”, ଯାହା ଆମକୁ ସ୍ମରଣ କରାଇ ଦେଇଥିଲା ଯେ ଆମ ଜନ ସମାଜର ସୁରକ୍ଷା ପାଇଁ ସକ୍ରିୟ ପଦକ୍ଷେପ ଆବଶ୍ୟକ। ଆହୁରି, ଜିଏଲ୍ଓଏଫ୍ ବିପଦ ଭଳି ବୈଶ୍ୱିକ ଆହ୍ୱାନର ମୁକାବିଲା କରିବାରେ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ, ‘‘ଏକ ସୁରକ୍ଷିତ ବିଶ୍ୱ ସୃଷ୍ଟି କରିବା ପାଇଁ ଆମକୁ ସୀମା ଏବଂ ଶୃଙ୍ଖଳା ନିର୍ବିଶେଷରେ ମିଳିତ ଭାବେ କାମ କରିବାକୁ ପଡ଼ିବ”।

ଆନ୍ତର୍ଜାତୀୟ ସହଯୋଗ ପରିପ୍ରେକ୍ଷୀରେ, ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ପ୍ରତିବଦ୍ଧତା ଜାତୀୟ ସୀମା ବାହାରେ ପ୍ରସାରିତ; ତେଣୁ ଭୁଟାନ, ନେପାଳ, ପେରୁ, ସ୍ୱିଜରଲ୍ୟାଣ୍ଡ ଏବଂ ତାଜିକିସ୍ତାନ ଭଳି ଦେଶର ଜିଏଲ୍ଓଏଫ୍ ବିଶେଷଜ୍ଞଙ୍କ ସହ ଜଡ଼ିତ ହେବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଉଜାଗର କରିଛି। ସେ ଦୋହରାଇଥିଲେ ଯେ ମୁକାବିଲା ରଣନୀତି ବିଷୟରେ ଆମର ବୁଝାମଣାକୁ ବୃଦ୍ଧି କରିବା ପାଇଁ ଏଭଳି ସହଯୋଗ ଗୁରୁତ୍ୱପୂର୍ଣ୍ଣ।

ଡକ୍ଟର ମିଶ୍ର ଦେଶ ତଥା ବିଦେଶର ବିଶେଷଜ୍ଞମାନଙ୍କ ଉଲ୍ଲେଖନୀୟ ଯୋଗଦାନ ଉପରେ ଆଲୋକପାତ କରିଥିଲେ, ଯେଉଁମାନେ ଆମର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବୁଝାମଣାକୁ ସମୃଦ୍ଧ କରିଛନ୍ତି। ନିଜ ବିଚାରର ଏକ ଢାଞ୍ଚା ପ୍ରସ୍ତୁତ କରି ଡକ୍ଟର ମିଶ୍ର, ହିମବାହ ହ୍ରଦଗୁଡ଼ିକର ସଂଖ୍ୟା ଏବଂ ସେଗୁଡ଼ିକର ବିପଦ କାରକ ଦୃଷ୍ଟିରୁ ନିର୍ଦ୍ଧାରିତ ସମସ୍ୟାର ପରିମାଣକୁ ନେଇ ଦ୍ୱନ୍ଦ୍ୱ ଭଳି ଆହ୍ୱାନଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଦକ୍ଷିଣ ଲୋନାକ ହ୍ରଦରୁ ବିପଦକୁ ହ୍ରାସ କରିବା ପାଇଁ ପୂର୍ବରୁ କରାଯାଇଥିବା ପ୍ରୟାସ ସଫଳ ହୋଇନଥିଲା । ଯୋଜନାଗୁଡ଼ିକ ମୁଖ୍ୟତଃ ବୈଜ୍ଞାନିକ ବିପଦର ଆକଳନ ଏବଂ ହ୍ରଦର ଆକାର ବୃଦ୍ଧିର ଭୌଗୋଳିକ-ସ୍ଥାନିକ ନିରୀକ୍ଷଣ ମଧ୍ୟରେ ସୀମିତ ଥିଲା। ଅନ୍ୟପକ୍ଷରେ ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ମଧ୍ୟରେ ଦାୟିତ୍ୱ ବିସ୍ତାର କରାଯାଇଥିଲା, ଯାହା ଭୂମିକାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।

ଏହି ଆହ୍ୱାନର ଜବାବ ସମ୍ପର୍କରେ ଡକ୍ଟର ମିଶ୍ର ଜୋର ଦେଇ କହିଥିଲେ ଯେ ଭାରତ ସରକାର ବିପର୍ଯ୍ୟୟ ବିପଦ ହ୍ରାସ କମିଟି (ସିଓଡିଆରଆର) ନାମରେ ଏକ ସମନ୍ୱୟ ମଞ୍ଚ ଆରମ୍ଭ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ମଞ୍ଚ ଆମକୁ ନିୟମିତ ବିଚାରବିମର୍ଶ ପରେ ଏକାଧିକ ବୈଠକ ଆୟୋଜନ କରିବାରେ ସକ୍ଷମ କରିଛି; ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ରୀୟ ବୈଜ୍ଞାନିକ ଏଜେନ୍ସି ଓ ରାଜ୍ୟମାନଙ୍କ ମଧ୍ୟରେ ନୂତନ ଯୋଗାଯୋଗ; ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଠାରୁ ପର୍ଯ୍ୟାପ୍ତ ସମର୍ଥନ ସୁନିଶ୍ଚିତ କରିବା ସହିତ ରାଜ୍ୟମାନଙ୍କୁ ପ୍ରାଥମିକ ଦାୟିତ୍ୱ ସ୍ପଷ୍ଟ ଭାବରେ ପ୍ରଦାନ କରିଛି। ଏହି ତ୍ରୀମୁଖୀ ଦୃଷ୍ଟିକୋଣ-ମୂଲ୍ୟାଙ୍କନ, ତଦାରଖ ଏବଂ ପ୍ରଶମନ ମାଧ୍ୟମରେ ସେ ସକାରାତ୍ମକ ଆଶା ବ୍ୟକ୍ତ କରି କହିଥିଲେ, ଭାରତ ଏ ଦିଗରେ ଯଥେଷ୍ଟ ଅଗ୍ରଗତି କରିଛି।

ଡକ୍ଟର ମିଶ୍ର କହିଥିଲେ ଯେ ଆମର ସମନ୍ୱିତ ପ୍ରୟାସ ଫଳରେ ସର୍ବେକ୍ଷଣ କରାଯାଇଥିବା ମୋଟ 7,500ଟି ଉଚ୍ଚ ବିପଦପୂର୍ଣ୍ଣ ହିମବାହ ହ୍ରଦ ମଧ୍ୟରୁ ପ୍ରାୟ 200ଟିର ଏକ ଗତିଶୀଳ ତାଲିକା ପ୍ରସ୍ତୁତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପୁନରାବୃତ୍ତି ପ୍ରକ୍ରିୟା ଆମକୁ ବିପଦ ସ୍ତର ଉପରେ ଆଧାର କରି ଏହି ହ୍ରଦଗୁଡ଼ିକୁ ପ୍ରଭାବୀ ଢଙ୍ଗରେ ବର୍ଗୀକୃତ କରିବାକୁ ଅନୁମତି ଦେଇଛି। ସେ ଉଲ୍ଲେଖ କରିଥିଲେ ଯେ 2024 ଗ୍ରୀଷ୍ମ ଋତୁରେ ସମସ୍ତ ‘ଏ’ ବର୍ଗର ହ୍ରଦଗୁଡ଼ିକର ଆକଳନ କରିବା ଲାଗି ଅଭିଯାନ ଚଳାଇବା ନିମନ୍ତେ ରାଜ୍ୟଗୁଡ଼ିକୁ ପ୍ରୋତ୍ସାହିତ କରାଯାଇଥିଲା, ଯାହାଦ୍ୱାରା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ଭବ ହୋଇପାରିଥିଲା।

ଡକ୍ଟର ମିଶ୍ର ସିକିମର 40ଟି ନିର୍ଦ୍ଦିଷ୍ଟ ହ୍ରଦ ମଧ୍ୟରୁ 18ଟି ପରିଦର୍ଶନ କରିଥିବା ଦଳ ବିଷୟରେ ବିଶେଷ ଭାବେ ଉଲ୍ଲେଖ କରିଥିଲେ, ଯେଉଁଥିରେ ସିଡବ୍ଲୁସି, ଜିଏସଆଇ, ସିଡିଏସି, ସେନା, ଆଇଟିବିପି ଏବଂ ସ୍ଥାନୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରତିନିଧିତ୍ୱ ରହିଥିଲା। ସେ କହିଥିଲେ ଯେ ସିକିମର ପାଞ୍ଚଟି ହ୍ରଦରେ ପ୍ରଶମନ ପଦକ୍ଷେପ ପାଇଁ ଯୋଜନା ଆରମ୍ଭ କରାଯାଇଛି। ଚାରୋଟି ରାଜ୍ୟ ପାଇଁ 150 କୋଟି ଟଙ୍କା ଆବଣ୍ଟନ ସହିତ ଜାତୀୟ ଜିଏଲଓଏଫ୍ ବିପଦ ପ୍ରଶମନ କାର୍ଯ୍ୟକ୍ରମ ନିମନ୍ତେ ଭାରତ ସରକାରଙ୍କ ଅନୁଦାନ ଦ୍ୱାରା ଏହା ସମର୍ଥିତ ହେବ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି ଯେ କେନ୍ଦ୍ରୀୟ ବୈଜ୍ଞାନିକ ଅନୁଷ୍ଠାନଗୁଡ଼ିକର ନିରନ୍ତର ସମର୍ଥନ ସହିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହିମପର୍ବତ ଏବଂ ହିମବାହ ହ୍ରଦ ସମ୍ବନ୍ଧୀୟ ତଦାରଖ ଏବଂ ପ୍ରଶମନ ପ୍ରୟାସର ନେତୃତ୍ୱ ନେବା ଆବଶ୍ୟକ। ସେ କହିଥିଲେ ଯେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏସଡିଏମ୍ଏ) ଗୁଡ଼ିକୁ ସୁଦୃଢ଼ କରିବା ପ୍ରଭାବୀ ଢଙ୍ଗରେ ମୁକାବିଲା କରିବା ଲାଗି ଆମର କ୍ଷମତାକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ପ୍ରଭାବିତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଜିଏଲଓଏଫ୍ ବିପଦ ହ୍ରାସ ପାଇଁ ଏକ ଉତ୍ସର୍ଗୀକୃତ ଆର୍ଥିକ ୱିଣ୍ଡୋ ରଖିବା ପାଇଁ ଅଭିନବ ଉପାୟ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ଉପରେ ସେ ଆଲୋକପାତ କରିଥିଲେ। ଏହି ପଦକ୍ଷେପ ଆମର ଜଳ ସୁରକ୍ଷାକୁ ସୁରକ୍ଷିତ ରଖିବାରେ ସହାୟକ ହେବ କାରଣ ଆମର ହିମପର୍ବତଗୁଡ଼ିକର ସ୍ୱାସ୍ଥ୍ୟ ବାସ୍ତବରେ ଏହାର କେନ୍ଦ୍ରରେ ରହିଛି।

ଏହି ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ର ସଦସ୍ୟଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ଏବଂ ବକ୍ତାମାନେ ଉପସ୍ଥିତ ଥିଲେ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ କଲେ ଅଂଶଗ୍ରହଣ

ବୀର ଗାଥା ୪.୦ ପ୍ରକଳ୍ପରେ ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧.୭୬ କୋଟିରୁ ଅଧିକ ସ୍କୁଲ ଛାତ୍ରଛାତ୍ରୀ …