रविवार, नवंबर 17 2024 | 09:55:51 AM
Breaking News
Home / Choose Language / Odia / ‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

‘ବିକଶିତ ଭାରତ ୨୦୪୭’ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

Follow us on:

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ‘ବିକଶିତ ଭାରତ -୨୦୪୭’ ସମ୍ପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ଏବଂ ସଚେନତତା କାର୍ଯ୍ୟକ୍ରମ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ ଉଦଘାଟିତ ହୋଇଯାଇଛି । ଦୀର୍ଘ ଆଠ ଦିନବ୍ୟାପୀ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଭାରତକୁ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ଓ ବିଶ୍ୱର ପ୍ରମୁଖ ସମୃଦ୍ଧଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳିବା ପାଇଁ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ସେ କହିଥିଲେ, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ଏବଂ ଉଚ୍ଚ ଚିନ୍ତାଧାରା ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢ଼ି ତୋଳୁଛି । ତାଙ୍କ ନେତୃତ୍ୱରେ ଭାରତ ଅନେକ ସ୍ୱପ୍ନକୁ ଆଜି ବାସ୍ତବତାର ରୂପ ଦେଇପାରିଛି । ବିଶ୍ୱ ଦରବାରରେ ଭାରତକୁ ଏକ ନୂତନ ପରିଚୟ ମିଳିପାରିଛି ବୋଲି ଶ୍ରୀ ମହତାବ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏବଂ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଏବଂ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଯୋଗଦେଇ ଏହି ପ୍ରଦର୍ଶନୀର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଅଧିକରୁ ଅଧିକ ଲୋକ ଏହାକୁ ବୁଲି ଦେଖିବା ସହ କେନ୍ଦ୍ର ସରକାରଙ୍କ ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱରର ନିର୍ଦ୍ଦେଶକ ଡକ୍ଟର ଗିରିଶ ଚନ୍ଦ୍ର ଦାଶ ଓ ପତ୍ର ସୂଚନା କାର୍ଯ୍ୟାଳୟର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଉପସ୍ଥିତ ଥିଲେ । କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭୁବନେଶ୍ୱର କ୍ଷେତ୍ର ପ୍ରଦର୍ଶନୀ ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏହି ପ୍ରଦର୍ଶନୀରେ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିବା ବେଳେ ବାଲିଯାତ୍ରା ବୁଲିବାକୁ ଆସୁଥିବା ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ସଚେତନ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ପାଇପାରିବେ । ଆଠ ଦିନବ୍ୟାପୀ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପ୍ରଦର୍ଶନୀ ମଞ୍ଚରେ ବିଭିନ୍ନ ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆଲୋଚନାଚକ୍ର ଏବଂ ପ୍ରତିଯୋଗିତା ଆୟୋଜନ ମୁଖ୍ୟ ଆକର୍ଷଣ ହେବ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ପ୍ରସ୍ଥାନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତି

ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତ ପାଇଁ ମୁଁ ଏବେ ବିମାନରେ ଚଢ଼ିବାକୁ ଯାଉଛି । ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ଏହା ମୋର ପ୍ରଥମ ନାଇଜେରିଆ ଗସ୍ତ, ଯିଏକି ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଘନିଷ୍ଠ ସହଯୋଗୀ । ଆମର ରଣନୀତିକ ସହଭାଗିତା ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ମୋର ଗସ୍ତ ଏକ ସୁଯୋଗ । ନାଇଜେରିଆରୁ ହିନ୍ଦୀରେ ମୋତେ ସ୍ୱାଗତମ ବାର୍ତ୍ତା ପଠାଇଥିବା ଭାରତୀୟ ସମୁଦାୟ ଓ ବନ୍ଧୁମାନଙ୍କୁ ଭେଟିବାକୁ ମଧ୍ୟ ମୁଁ ବ୍ୟଗ୍ରତାର ସହ ଅପେକ୍ଷା କରି ରହିଛି । ବ୍ରାଜିଲରେ ମୁଁ ୧୯ ତମ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ଯୋଗ ଦେବି । ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି-୨୦କୁ ଜନସାଧାରଣଙ୍କ ଜି-୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା । ଚଳିତ ବର୍ଷ ବ୍ରାଜିଲ ଏହେି ପରମ୍ପରାକୁ ଆଗକୁ ନେବ । ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ମୁଁ ଅପେକ୍ଷା କରି ରହିଛି । ଅନ୍ୟାନ୍ୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବାକୁ ମଧ୍ୟ ଏହି ସୁଯୋଗର ମୁଁ ସଦ୍‌ବ୍ୟବହାର କରିବି । ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋର ଗୁୟାନା ଗସ୍ତ ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଗୁୟାନା ଗସ୍ତ ହେବ । ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଆମର ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଆମେ ଭାବ ବିନିମୟ କରିବୁ । ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ମୁଁ ସମ୍ମାନ ଜଣାଇବି ଏବଂ ଲୋକତନ୍ତ୍ରର ସାଥୀ ଭାବେ ସଂସଦରେ ମୁଁ ଉଦବୋଧନ ଦେବି । ଏହି ଗସ୍ତ ଅବସରରେ ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀ ପାଇଁ ମୁଁ ନାରିବିୟନ ସହଯୋଗୀ ଦେଶର ନେତୃବୃନ୍ଦଙ୍କ ସହ ଯୋଗ ଦେବି । ସୁଖ ଦୁଃଖ ସମୟରେ ଆମେ ଏକାଠି ହୋଇ ରହିଛୁ । ଶିଖର ସମ୍ମିଳନୀ ଆମକୁ ଐତିହାସିକ ସମ୍ପର୍କର ନବୀକରଣ ପାଇଁ ଏବଂ ନୂତନ କ୍ଷେତ୍ରକୁ ଆମ ସହଯୋଗକୁ ସମ୍ପ୍ରସାରିତ କରିବାକୁ ସୁଯୋଗ ଦେବ ।