सोमवार, नवंबर 25 2024 | 03:30:01 AM
Breaking News
Home / Choose Language / Odia / ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ

ଭାରତ ଅଟା ଏବଂ ଭାରତ ଚାଉଳର ଦ୍ୱିତୀୟ ପର୍ଯ୍ୟାୟ ଖୁଚୁରା ବିକ୍ରିର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ

Follow us on:

କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଏଲ ବର୍ମାଙ୍କ ଉପସ୍ଥିତିରେ ଏନସିସିଏଫ, ନାଫେଡ ଏବଂ କେନ୍ଦ୍ରୀୟ ଭଣ୍ଡାରର ମୋବାଇଲ ଭ୍ୟାନକୁ ପତାକା ଦେଖାଇ ଭାରତ ଅଟା ଏବଂ ଭାରତ ଚାଉଳର ଖୁଚୁରା ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି ।

ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାହକଙ୍କୁ ଅଟା କିଲୋ ପିଛା ସର୍ବାଧିକ ୩୦ ଟଙ୍କା ଏବଂ ଭାରତ ଚାଉଳ କିଲୋ ପିଛା ସର୍ବାଧିକ ୩୪ ଟଙ୍କାରେ ଉପଲବ୍ଧ କରାଯାଉଛି। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଯୋଶୀ କହିଥିଲେ ଯେ ଉପଭୋକ୍ତାଙ୍କୁ ରିହାତି ମୂଲ୍ୟରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବା ଦିଗରେ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି। ଭାରତ ବ୍ରାଣ୍ଡ ଅଧୀନରେ ଚାଉଳ, ଅଟା ଓ ଡାଲି ଭଳି ମୌଳିକ ଖାଦ୍ୟ ସାମଗ୍ରୀର ଖୁଚୁରା ବିକ୍ରି ମାଧ୍ୟମରେ ସିଧାସଳଖ ସ୍ଥିର ମୂଲ୍ୟ ବ୍ୟବସ୍ଥା ବଜାୟ ରଖିବାରେ ସହାୟକ ହୋଇଛି।

ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ପର୍ଯ୍ୟାୟରେ ଖୁଚୁରା ବିକ୍ରି ପାଇଁ ୩.୬୯ ଲକ୍ଷ ମେଟ୍ରିକ ଟନ୍‍ ଗହମ ଓ ୨.୯୧ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଉପଲବ୍ଧ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୫.୨୦ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଅଟା ଓ ୧୪.୫୮ ଲକ୍ଷ ମେଟ୍ରିକ ଟନ୍‍ ଭାରତ ଚାଉଳ ସାଧାରଣ ଉପଭୋକ୍ତାଙ୍କୁ ରିହାତି ଦରରେ ଉପଲବ୍ଧ କରାଯାଇଥିଲା।

କେନ୍ଦ୍ରୀୟ ଭଣ୍ଡାର, ନାଫେଡ୍ ଏବଂ ଏନସିସିଏଫ ଏବଂ ଇ-କମର୍ସ/ବିଗ୍ ଚେନ୍ ରିଟେଲରଙ୍କ ଷ୍ଟୋର ଏବଂ ମୋବାଇଲ ଭ୍ୟାନ୍ ରେ ଭାରତ ଅଟା ଏବଂ ଭାରତ ଚାଉଳ ଉପଲବ୍ଧ ହେବ। ଦ୍ବିତୀୟ ପର୍ଯ୍ୟାୟରେ ‘ଭାରତ’ ବ୍ରାଣ୍ଡ୍‍ ଅଟା ଏବଂ ଚାଉଳ ୫ କେଜି ଓ ୧୦ କେଜି ବ୍ୟାଗରେ ବିକ୍ରି ହେବ।

ପଞ୍ଜାବରେ ଧାନ କ୍ରୟ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପଞ୍ଜାବରେ ୧୮୪ ଲକ୍ଷ ମେଟ୍ରିକ ଟନ୍‍ ଧାର୍ଯ୍ୟ କ୍ରୟ ଆକଳନ ହାସଲ କରିବା ଏବଂ କୃଷକମାନଙ୍କ ଦ୍ୱାରା ମଣ୍ଡିକୁ ଅଣାଯାଇଥିବା ପ୍ରତ୍ୟେକ ଶସ୍ୟ କିଣିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ୨୦୨୪ ନଭେମ୍ବର ୪ତାରିଖରେ ପଞ୍ଜାବ ମଣ୍ଡିରେ ସମୁଦାୟ ୧୦୪.୬୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ପହଞ୍ଚିଥିବା ବେଳେ ସେଥିରୁ ୯୮.୪୨ ଲକ୍ଷ ମେଟ୍ରିକ୍ ଟନ୍ ଧାନ ରାଜ୍ୟ ଏଜେନ୍ସି ଓ ଏଫସିଆଇ କ୍ରୟ କରିଛନ୍ତି। ଗ୍ରେଡ୍ ‘ଏ’ ଧାନ ପାଇଁ ଭାରତ ସରକାର ସ୍ଥିର କରିଥିବା ଏମ୍ଏସପି ୨୩୨୦/- ଟଙ୍କାରେ ଧାନ କିଣାଯାଉଛି। ଚଳିତ କେଏମ୍ଏସ୍ ୨୦୨୪-୨୫ରେ ଆଜି ସୁଦ୍ଧା ଭାରତ ସରକାର କିଣିଥିବା ମୋଟ ଧାନର ମୂଲ୍ୟ ୨୦,୫୫୭ କୋଟି ଟଙ୍କା। ଏହାଦ୍ୱାରା ୫.୩୮ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ଏବଂ ଏମଏସପି ରାଶି ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ପ୍ରଧାନମନ୍ତ୍ରୀଙ୍କୁ ଗୁୟାନାର ଅର୍ଡର୍ ଅଫ୍ ଏକ୍ସଲେନ୍ସରେ ସମ୍ମାନିତ କରାଗଲା

ଗୁୟାନାର ରାଷ୍ଟ୍ରପତି ଆଜି ଷ୍ଟେଟ୍ ହାଉସ୍‌ରେ ଆୟୋଜିତ ଏକ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ “ଦ ଅଡର୍ ଅଫ୍ ଏକ୍ସଲେନ୍ସ” ପ୍ରଦାନ କରିଛନ୍ତି। ଜଣେ ଦୂରଦର୍ଶୀ ରାଜନେତା ରୂପରେ ବିଶ୍ୱ ମଞ୍ଚରେ ବିକାଶଶୀଳ ରାଷ୍ଟ୍ରଙ୍କ ଦାବି ଉଠାଇବା, ବିଶ୍ୱ ସମୁଦାୟ ପାଇଁ ଅତୁଳନୀୟ ସେବା ତଥା ଭାରତ-ଗୁୟାନାର ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ତାଙ୍କର ପ୍ରତିବଦ୍ଧତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ପୁରସ୍କାର ଗ୍ରହଣ କରିବାବେଳେ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ଭାରତର ଲୋକମାନଙ୍କୁ ତଥା ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ଗଭୀର ଐତିହାସିକ ସମ୍ପର୍କକୁ ଉତ୍ସର୍ଗ କରିଥିଲେ । ସେ କହିଥିଲେ ଯେ ତାଙ୍କ ଗସ୍ତ ଭାରତ-ଗୁୟାନାର ବନ୍ଧୁତାକୁ ଗଭୀର କରିବା ଦିଗରେ ଭାରତର ନିରନ୍ତର ପ୍ରତିବଦ୍ଧତାର ପ୍ରମାଣ । ଗୁୟାନାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇବାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚତୁର୍ଥ ବିଦେଶୀ ନେତା ।