बुधवार, अक्तूबर 30 2024 | 11:07:00 AM
Breaking News
Home / Choose Language / Odia / ଆଜି ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

ଆଜି ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ

Follow us on:

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଶସ୍ୟ ଅବଶିଷ୍ଟାଂଶ ଜାଳିବା ପରିଚାଳନା ସମସ୍ୟାର ସମାଧାନ ପାଇଁ ଆଜି ଏକ ଆନ୍ତଃ-ମନ୍ତ୍ରଣାଳୟ ବୈଠକ ଡକାଯାଇଛି। ଏହି ବୈଠକରେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରାଜ୍ୟର କୃଷି ମନ୍ତ୍ରୀ, ଏନସିଟି ଦିଲ୍ଲୀର ପରିବେଶ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ମନ୍ତ୍ରୀ ଏବଂ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ଦିଲ୍ଲୀ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ କୃଷି ଓ କୃଷକ କଲ୍ୟାଣ ବିଭାଗ (ଡିଏଆଣ୍ଡଏଫଡବ୍ଲୁ), ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର), ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଦିଲ୍ଲୀ ଏବଂ ଏନସିଆରରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଇତ୍ୟାଦିର ସଦସ୍ୟମାନେ ଯୋଗ ଦେଇଥିଲେ।

ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ଏନସିଟି ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା ରୋକିବା ପାଇଁ ସେମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଏବଂ କୃଷକମାନଙ୍କୁ ଧାନ ଫସଲର ଅବଶିଷ୍ଟାଂଶକୁ ନପୋଡ଼ି ପରିଚାଳନା କରିବାରେ ସହାୟତା କରିବା ପାଇଁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ହରିୟାଣା ସରକାର କୃଷକମାନଙ୍କୁ ରାଜ୍ୟ ଦ୍ୱାରା ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ବିଷୟରେ ଅବଗତ କରାଇଥିଲେ ଯେଉଁଥିରେ ପାନିପତଠାରେ ୨ଜି ଇଥାନଲ ପ୍ଲାଣ୍ଟ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଦ୍ୱାରା ଚିହ୍ନଟ ହୋଇଥିବା କ୍ଲଷ୍ଟରରେ ଫସଲ ଅବଶିଷ୍ଟ ଅଂଶ ପରିଚାଳନା ପାଇଁ ଏକର ପିଛା ୧୦୦୦/- ଟଙ୍କା ପ୍ରୋତ୍ସାହନ, ଅତିରିକ୍ତ ଟପ୍ ଅପ୍ / ମେଟ୍ରିକ୍ ଟନ୍ ବ୍ୟତୀତ ଅତିରିକ୍ତ ଟପ୍ ଅପ୍ ଅନ୍ତର୍ଭୁକ୍ତ। ଧାନ ନଡ଼ାର ସାଧାରଣ ନିର୍ଦ୍ଧାରିତ ଦର ୨୫୦୦ ଟଙ୍କା, ଧାନ ନଡ଼ା ର ବ୍ୟବହାର ପାଇଁ ଗୋଶାଳାକୁ ଏକର ପିଛା ସର୍ବାଧିକ ୫୦୦ ଟଙ୍କା ପରିବହନ ଶୁଳ୍କ, ଅନ୍ୟ ଫସଲରେ ଧାନର ବିବିଧତା ପାଇଁ ମେରା ପାଣି ମେରି ବିରାସତ (ଏମପିଏମଭି) କାର୍ଯ୍ୟକ୍ରମ ଅଧୀନରେ ଏକର ପିଛା ୭୦୦୦ ଟଙ୍କା ଅନୁଦାନ, ଧାନର ପ୍ରତ୍ୟକ୍ଷ ବିହନ (ଡିଏସଆର) ପାଇଁ ଏକର ପିଛା ୪୦୦୦ ଟଙ୍କା ପ୍ରୋତ୍ସାହନ ଘୋଷଣା ଅନ୍ତର୍ଭୁକ୍ତ।

ଗତ ବର୍ଷ ୨୦୨୩ ତୁଳନାରେ ଚଳିତ ବର୍ଷ ପଞ୍ଜାବରେ ୩୫%, ହରିୟାଣାରେ ୨୧% କମ୍ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା କାର୍ଯ୍ୟ କରାଯାଇଛି। ଭବିଷ୍ୟତରେ ଯେଉଁ ସବୁ ହଟସ୍ପଟ୍ ଜିଲ୍ଲାରେ ଶସ୍ୟ ଅବଶିଷ୍ଟାଂଶକୁ ପୋଡ଼ିବାର ସମ୍ଭାବନା ରହିଛି, ସେହି ଜିଲ୍ଲାଗୁଡ଼ିକୁ ଚିହ୍ନଟ କରି ସମସ୍ତ ଆବଶ୍ୟକ ସମ୍ବଳ ନିୟୋଜିତ କରି ପରିସ୍ଥିତିର ରଣନୈତିକ ଯୋଜନା ଓ ମୁକାବିଲା କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ଶସ୍ୟ ଅବଶିଷ୍ଟାଂଶ ପରିଚାଳନା ଉପରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ଭାରତ ସରକାର ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀର ଏନସିଟି ରାଜ୍ୟଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି । ଚଳିତ ବର୍ଷ, ବର୍ତ୍ତମାନ ସୁଦ୍ଧା ମୋଟ ୬୦୦.୦୦ କୋଟି ଟଙ୍କା ଆବଣ୍ଟନ ମଧ୍ୟରୁ ୨୭୫.୦୦ କୋଟି ଟଙ୍କାର ପାଣ୍ଠି ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ କୃଷକ, ସମବାୟ ସମିତି, କୃଷକ ଉତ୍ପାଦକ ସଂଗଠନ ଏବଂ ପଞ୍ଚାୟତଗୁଡ଼ିକୁ ଆର୍ଥିକ ସହାୟତା ମାଧ୍ୟମରେ ଇନ୍-ସିଟୁ ଏବଂ ଏକ୍ସ-ସିଟୁ ଫସଲ ଅବଶିଷ୍ଟ ପରିଚାଳନା ମେସିନ୍ ବ୍ୟବହାରକୁ ପ୍ରୋତ୍ସାହିତ କରାଯାଇଛି। ଏହି ଯୋଜନାରେ ବିଭିନ୍ନ ରାଜ୍ୟ ଏଜେନ୍ସି ଏବଂ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଅଧୀନରେ ଥିବା ୩ଟି ଏଟିଏଆରଆଇ ଏବଂ ୬୦ ଟି କୃଷି ବିଜ୍ଞାନ କେନ୍ଦ୍ର (କେଭିକେ) ମାଧ୍ୟମରେ ଫସଲ ପରିଚାଳନା ଉପରେ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି । ଜୈବ ବିଶୋଧନର ଉପକାରିତାକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଧୀନରେ ବ୍ୟବସ୍ଥା କରାଯାଇଛି ଏବଂ କୃଷକମାନଙ୍କ କ୍ଷେତରେ ଏହି ଜ୍ଞାନକୌଶଳର ବ୍ୟାପକ ପ୍ରଦର୍ଶନ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଧାନ ନଡ଼ାର ଦକ୍ଷ ଏକ୍ସ-ସିଟୁ ପରିଚାଳନା କୁ ସକ୍ଷମ କରିବା ଉଦ୍ଦେଶ୍ୟରେ ଧାନ ନଡ଼ା ଯୋଗାଣ ଶୃଙ୍ଖଳା ପାଇଁ ଟେକ୍ନୋ-ବାଣିଜ୍ୟିକ ପ୍ରକଳ୍ପ ସ୍ଥାପନ କରିବା ର ବ୍ୟବସ୍ଥା କରାଯାଇଛି | ଧାନ ନଡ଼ା ବ୍ୟବହାର କରୁଥିବା ହିତାଧିକାରୀ/ ଏଗ୍ରିଗେଟର ଏବଂ ଶିଳ୍ପଗୁଡିକର ଆର୍ଥିକ ଅବଦାନରେ ନମନୀୟତା ସହିତ ଧାନ ନଡ଼ା ଯୋଗାଣ ଶୃଙ୍ଖଳା ପାଇଁ ବୈଷୟିକ ବାଣିଜ୍ୟିକ ପ୍ରକଳ୍ପ ସ୍ଥାପନ କରିବାର ବ୍ୟବସ୍ଥା କରାଯାଇଛି। ସରକାର ୧.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଯନ୍ତ୍ରପାତିର ପୁଞ୍ଜି ଖର୍ଚ୍ଚ ଉପରେ ୬୫% ହାରରେ ଆର୍ଥିକ ସହାୟତା ପ୍ରଦାନ କରନ୍ତି ଏବଂ ଏହି ହସ୍ତକ୍ଷେପ ର ଉଦ୍ଦେଶ୍ୟ ବାୟୋମାସ୍ ଶକ୍ତି ଉତ୍ପାଦନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ବିଭିନ୍ନ ଶେଷ ଉପଭୋକ୍ତା ଉଦ୍ୟୋଗପାଇଁ ଧାନ ନଡ଼ାର ଏକ ସୁଦୃଢ଼ ଯୋଗାଣ ଶୃଙ୍ଖଳା ପ୍ରତିଷ୍ଠା କରିବା ।

ଆଗାମୀ ଋତୁରେ ଧାନ ନଡ଼ା ପୋଡ଼ିବାର ପ୍ରଭାବଶାଳୀ ନିୟନ୍ତ୍ରଣ ପାଇଁ ରାଜ୍ୟଗୁଡ଼ିକ ମାଇକ୍ରୋ ସ୍ତରରେ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିସାରିଛନ୍ତି ଏବଂ ଏହି ଯୋଜନାଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବାର ସମୟ ଆସିଛି। ବର୍ତ୍ତମାନ ସୁଦ୍ଧା ଯୋଗାଇ ଦିଆଯାଇଥିବା ୩.୦୦ ଲକ୍ଷରୁ ଅଧିକ ମେସିନର ପ୍ରଭାବଶାଳୀ ଉପଯୋଗ ସୁନିଶ୍ଚିତ କରିବା ପାଇଁ ରାଜ୍ୟସ୍ତରରେ ଏକ ଉପଯୁକ୍ତ ବ୍ୟବସ୍ଥା ହେବା ଜରୁରୀ। ସିଆରଏମ ମେସିନ୍ ସହ ବାୟୋ-ଡିପ୍ଲୋମିଟରରର ବ୍ୟାପକ ବ୍ୟବହାର ମଧ୍ୟ ଫଳପ୍ରଦ ଭାବରେ ନଡ଼ାର ବିଶୋଧନକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ। ଇଲେକ୍ଟ୍ରୋନିକ୍ / ପ୍ରିଣ୍ଟ ମିଡିଆ, ସୋସିଆଲ ମିଡିଆ ତଥା କିଷାନ ମେଳା ମାଧ୍ୟମରେ କୃଷକମାନଙ୍କୁ ବ୍ୟାପକ ସଚେତନତା ପାଇଁ ଆଇଇସି କାର୍ଯ୍ୟକଳାପ, ପ୍ରକାଶନ, ସେମିନାର, ଏହି କ୍ଷେତ୍ରରେ ସମସ୍ତ ଅଂଶୀଦାରଙ୍କ ସମ୍ପୃକ୍ତି ସହିତ ପରାମର୍ଶ ଗ୍ରହଣ କରାଯିବା ଉଚିତ । କ୍ଷୁଦ୍ର ଜମି ଧାରଣ ଥିବା କୃଷକମାନଙ୍କୁ ଏହି ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଇପାରିବ। କଷ୍ଟମ୍ ହାୟରିଂ ସେଣ୍ଟର ଏବଂ ରାଜ୍ୟଗୁଡ଼ିକର ଲାଭ ଏହି କୃଷକମାନଙ୍କୁ ବଜାର ଦରଠାରୁ କମ୍ ଦରରେ ଭଡ଼ା ଭିତ୍ତିରେ ମେସିନ୍ ମିଳିବା ସୁନିଶ୍ଚିତ କରିବା ଉଚିତ୍ । ଫସଲ ବିବିଧତା କାର୍ଯ୍ୟକ୍ରମ ଅଧୀନରେ ଅଧିକ କ୍ଷେତ୍ରକୁ ଅଣାଯାଇପାରିବ ଏବଂ ଧାନ ଫସଲ ବଦଳରେ ବିକଳ୍ପ ଫସଲ ଗ୍ରହଣ କରାଯାଇପାରିବ । ଧାନ ନଡ଼ା, ଆଖୁ ବର୍ଜ୍ୟ, ଶିଳ୍ପ ବର୍ଜ୍ୟବସ୍ତୁ ଇତ୍ୟାଦି ଯେକୌଣସି ବର୍ଜ୍ୟବସ୍ତୁ ଜଳିବା ଦ୍ୱାରା ଭାରତରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି ଏବଂ ବିଶେଷ କରି ଦିଲ୍ଲୀରେ ଏହି ସମସ୍ୟା ତୀବ୍ର ହେବା ଫଳରେ ମାନବ ସ୍ୱାସ୍ଥ୍ୟ ଖରାପ ହେଉଛି। ତେଣୁ ରାଜ୍ୟସ୍ତରରେ ମିଶନ ମୋଡରେ ମିଳିତ ପ୍ରୟାସ ଗ୍ରହଣ କରାଯାଇ ଚାଷ ଜମିରେ ହିଁ ଧାନ ନଡ଼ାର ଉପଯୋଗ କରାଯାଇପାରିବ । ପୂର୍ବରୁ ଅନୁରୋଧ କରାଯାଇଥିବା ଉପରୋକ୍ତ ଢାଞ୍ଚାରେ ଥିବା ସମସ୍ତ କାର୍ଯ୍ୟକୁ ଯଦି ରାଜ୍ୟସ୍ତରରେ ସାମଗ୍ରିକ ଢଙ୍ଗରେ ଗ୍ରହଣ କରାଯାଏ, ତେବେ ଫସଲ ଅବଶିଷ୍ଟାଂଶକୁ ପୋଡ଼ିବା କୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇପାରିବ ।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ତଥା କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଧାନ ଫସଲ ଅବଶିଷ୍ଟାଂଶ ପୋଡ଼ିବା ଘଟଣାକୁ ହ୍ରାସ କରିବା ଦିଗରେ ରାଜ୍ୟ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ମିଶନ ଜିରୋ ପୋଡ଼ିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଆପଣ ଯଦି ମୋତେ ପଚାରନ୍ତି ଯେ, ମୋ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ କ’ଣ ଥିଲା, ତେବେ ମୋର ଅନେକ କଥା ମନେପଡ଼େ । କିନ୍ତୁ, ତନ୍ମଧ୍ୟରୁ ଗୋଟିଏ ମୁହୂର୍ତ୍ତ ହେଉଛି ସବୁଠାରୁ ବିଶିଷ୍ଟ, ସେହି କ୍ଷଣଟି ଥିଲା – ଯେତେବେଳେ ଗତବର୍ଷ ନଭେମ୍ବର ୧୫ ତାରିଖ ଦିନ ମୁଁ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ଝାଡ଼ଖଣ୍ଡର ଉଲିଆତୁ ଗାଁକୁ ଯାଇଥିଲି । ଏହି ଯାତ୍ରା ମୋତେ ବହୁମାତ୍ରାରେ ପ୍ରଭାବିତ କରିଥିଲା । ଏହି ପବିତ୍ର ଭୂମିର ମାଟିକୁ ମସ୍ତକରେ ଲଗାଇବାର ସୌଭାଗ୍ୟ ପ୍ରାପ୍ତ କରିବାରେ ମୁଁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ସେତେବେଳେ ମୁଁ କେବଳ ଯେ ସ୍ୱାଧୀନତା ସଂଗ୍ରାମର ଶକ୍ତିକୁ ଅନୁଭବ କଲି ତା’ ନୁହେଁ, ବରଂ ଏହି ଭୂମିର ଶକ୍ତି ସହ ଜଡ଼ିତ ହେବାର ସୁଯୋଗ ମଧ୍ୟ ମିଳିଲା । ମୁଁ ଏ କଥା ଅନୁଭବ କଲି ଯେ, କିଭଳି ଗୋଟିଏ ସଂକଳ୍ପକୁ ସମ୍ପୂର୍ଣ୍ଣ କରିବାର ସାହସ ଦେଶର କୋଟି କୋଟି ଲୋକଙ୍କ ଭାଗ୍ୟକୁ ବଦଳାଇ ଦେଇପାରେ । ବନ୍ଧୁଗଣ, ଭାରତ ପ୍ରତ୍ୟେକ ଯୁଗରେ କିଛି ନା କିଛି ଆହ୍ୱାନର ସମ୍ମୁଖୀନ ହୋଇଛି ଏବଂ ପ୍ରତ୍ୟେକ ଯୁଗରେ ଏଭଳି ଅସାଧାରଣ ଭାରତବାସୀ ଜନ୍ମଗ୍ରହଣ କଲେ, ଯିଏ ଏହି ଆହ୍ୱାନଗୁଡ଼ିକର ମୁକାବିଲା କଲେ । ଆଜିର ‘ମନ୍ କି ବାତ୍’ରେ ମୁଁ ସାହସ ଏବଂ ଦୂରଦୃଷ୍ଟିସମ୍ପନ୍ନ ସେହିଭଳି ଦୁଇଜଣ ମହାନାୟକଙ୍କ ବିଷୟରେ ଆଲୋଚନା କରିବି । ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ଦେଶ ସ୍ଥିର କରିଛି । ଅକ୍ଟୋବର ୩୧ ତାରିଖରୁ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହା ପରେ ନଭେମ୍ବର ୧୫ ତାରିଖଠାରୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ତମ ଜୟନ୍ତୀ ବର୍ଷ ଆରମ୍ଭ ହେବ । ଏହି ଦୁଇ ମହାପୁରୁଷ ଭିନ୍ନ ଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଉଭୟଙ୍କ ଦୂରଦୃଷ୍ଟି ସମାନ ଥିଲା – “ଦେଶର ଏକତା” । ବନ୍ଧୁଗଣ, ବିଗତ ବର୍ଷମାନଙ୍କରେ ଦେଶର ଏଭଳି ମହାନ ନାୟକ-ନାୟିକାମାନଙ୍କ ଜୟନ୍ତୀକୁ ନୂତନ ଉଦ୍ଦୀପନା ସହ ପାଳନ କରି ନୂତନ ପିଢ଼ିକୁ ନୂତନ ପ୍ରେରଣା ମିଳିଛି । ଆପଣମାନଙ୍କର ମନେଥିବ, ଆମେ ଯେତେବେଳେ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିଥିଲୁ, ସେତେବେଳେ କେତେ ବିଶେଷ ଆୟୋଜନ ହୋଇଥିଲା । ନ୍ୟୁୟର୍କର ଟାଇମ୍ସ ସ୍କୋୟାର ଠାରୁ ଆରମ୍ଭ କରି ଆଫ୍ରିକାର ଛୋଟିଆ ଗାଁ ପର୍ଯ୍ୟନ୍ତ ବିଶ୍ୱବାସୀ ଭାରତର ସତ୍ୟ ଏବଂ ଅହିଂସାର ବାର୍ତ୍ତାକୁ ହୃଦୟଙ୍ଗମ କଲେ, ଏ ସମ୍ପର୍କରେ ଜାଣିଲେ ଏବଂ ଏହାକୁ ଅନୁସରଣ କଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କମାନଙ୍କ ଯାଏଁ, ଭାରତୀୟଙ୍କଠାରୁ ବିଦେଶୀ ଯାଏଁ, ପ୍ରତ୍ୟେକେ ଗାନ୍ଧିଜୀଙ୍କ ଉପଦେଶକୁ ନୂତନ ସନ୍ଦର୍ଭରେ ଗ୍ରହଣ କଲେ । ନୂତନ ବୈଶ୍ୱିକ ପରିସ୍ଥିତିରେ ସେ ସମ୍ପର୍କରେ ଜ୍ଞାନଲାଭ କଲେ । ଯେତେବେଳେ ଆମେ ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ କଲୁ, ସେତେବେଳେ ଦେଶର ଯୁବବର୍ଗ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଶକ୍ତିକୁ ନୂତନ ଭାବେ ପରିଭାଷିତ କଲେ । ଏହି ଯୋଜନାଗୁଡ଼ିକ ଆମକୁ ଏହି ଅନୁଭୂତି ପ୍ରଦାନ କଲେ ଯେ, ଆମ ମହାପୁରୁଷଗଣ ଅତୀତ ଗର୍ଭରେ ବିଲୀନ ହୋଇଯାଆନ୍ତି ନାହିଁ । ବରଂ ସେମାନଙ୍କ ଜୀବନ ଆମର ବର୍ତ୍ତମାନକୁ ଭବିଷ୍ୟତର ପଥ ପ୍ରଦର୍ଶିତ କରେ । ବନ୍ଧୁଗଣ, ଯଦିଓ ସରକାର ଏହି ମହାପୁରୁଷମାନଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଜାତୀୟ ସ୍ତରରେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି, କିନ୍ତୁ ଆପଣମାନଙ୍କ ସହଭାଗିତା ହିଁ ଏହି ଅଭିଯାନରେ ପ୍ରାଣସଂଚାର କରିବ, ଏହାକୁ ଜୀବନ୍ତ କରିବ । ଏହି ଅଭିଯାନରେ ଅଂଶଗ୍ରହଣ କରିବା ପାଇଁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି । ଲୌହମାନବ ସର୍ଦ୍ଦାର ପଟେଲଙ୍କ ସମ୍ପର୍କରେ ଆପଣଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ #Sardar150ରେ ଶେୟାର କରନ୍ତୁ ଏବଂ ଧରତୀ-ଆବା ବିର୍ସା ମୁଣ୍ଡାଙ୍କ ପ୍ରେରଣାକୁ #BirsaMunda150 ଜରିଆରେ ବିଶ୍ୱବାସୀଙ୍କ ସମ୍ମୁଖକୁ ଆଣନ୍ତୁ । ଆସନ୍ତୁ, ଏକାଠି ମିଶି ଏହି ଉତ୍ସବକୁ ଭାରତର ବିବିଧତାରେ ଏକତାର ଉତ୍ସବରେ ପରିଣତ କରିବା । ଏହାକୁ ପରମ୍ପରାରୁ ବିକାଶର ଉତ୍ସବରେ ପରିଣତ କରିବା । ମୋର ପ୍ରିୟ ଦେଶବାସୀଗଣ, ଆପଣମାନଙ୍କୁ ସେ ଦିନ ନିଶ୍ଚୟ ମନେଥିବ, ଯେତେବେଳେ ଛୋଟା ଭୀମର ପ୍ରସାରଣ ଟିଭି ପରଦାରେ ଆରମ୍ଭ ହୋଇଥିଲା । ପିଲାମାନେ ତ ଏହା କେବେ ବି ଭୁଲିପାରିନଥିବେ । ଛୋଟା ଭୀମକୁ ନେଇ କେତେ ଉତ୍ସାହ ଥିଲା !! ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଢୋଲକପୁରର ଢୋଲ କେବଳ ଭାରତ ନୁହେଁ, ବରଂ ଅନ୍ୟ ଦେଶର ପିଲାମାନଙ୍କ ପାଇଁ ମଧ୍ୟ ଆକର୍ଷଣ ସାଜିଛି । ସେହିପରି ଆମର ଅନ୍ୟାନ୍ୟ ଆନିମେଟେଡ୍ ସିରିଆଲ୍ କ୍ରିଷ୍ଣା, ହନୁମାନ, ମୋଟୁ-ପତଲୁକୁ ପସନ୍ଦ କରୁଥିବା ଦର୍ଶକ ମଧ୍ୟ ସାରା ବିଶ୍ୱରେ ରହିଛନ୍ତି । ଭାରତର ଆନିମେଶନ୍ ଚରିତ୍ର, ଏଠାକାର ଆନିମେଶନ୍ ଚଳଚ୍ଚିତ୍ର ଏହାର ବିଷୟବସ୍ତୁ ଏବଂ ସୃଜନଶୀଳତା ଯୋଗୁଁ ସାରାବିଶ୍ୱରେ ଆଦର ଲାଭ କରୁଛି । ଆପଣମାନେ ଦେଖିଥିବେ ଯେ ସ୍ମାର୍ଟଫୋନ ଠାରୁ ଆରମ୍ଭ କରି ସିନେମା ପରଦା ଯାଏଁ, ଗେମିଂ କନ୍ସୋଲରୁ ଆରମ୍ଭ କରି ଭର୍ଚୁଆଲ ରିଆଲିଟି ଯାଏଁ – ସବୁଠି ଆନିମେଶନ୍ ରହିଛି । ଆନିମେଶନ୍ ଦୁନିଆରେ ଭାରତ ନୂତନ ବିପ୍ଳବ ସୃଷ୍ଟି କରିବା ମାର୍ଗରେ ଅଗ୍ରସର ହେଉଛି । ଭାରତର ଗେମିଂ ସ୍ପେସ୍ ମଧ୍ୟ ଦ୍ରୁତଗତିରେ ବିସ୍ତାର ଲାଭ କରିଚାଲିଛି । ଭାରତୀୟ ଖେଳ ମଧ୍ୟ ଆଜିକାଲି ସାରା ବିଶ୍ୱରେ ଲୋକପ୍ରିୟ ହେବାରେ ଲାଗିଛି । କିଛିମାସ ପୂର୍ବରୁ ମୁଁ ଭାରତର ଅଗ୍ରଣୀ ଗେମରମାନଙ୍କ ସହିତ ସାକ୍ଷାତ କରିଥିଲି । ସେତେବେଳେ ମୋତେ ଭାରତୀୟ ଖେଳର ଆଶ୍ଚର୍ଯ୍ୟଜନକ ସୃଜନଶୀଳତା ଏବଂ ଗୁଣବତ୍ତାକୁ ବୁଝିବାର ସୁଯୋଗ ମିଳିଥିଲା । ପ୍ରକୃତରେ, ଦେଶରେ ସୃଜନଶୀଳ ଶକ୍ତିର ଗୋଟିଏ ପ୍ରବାହ ପ୍ରବାହିତ ହେଉଛି । ଆନିମେଶନ୍ ଦୁନିଆରେ ମେଡ୍ ଇନ୍ ଇଣ୍ଡିଆ କିମ୍ବା ମେଡ୍ ବାୟ ଇଣ୍ଡିଆନ୍ସ ବ୍ୟାପକ ଭାବେ ଦୃଷ୍ଟିଗୋଚର ହେଉଛି । ଆପଣମାନେ ଏକଥା ଜାଣି ଖୁସିହେବେ ଯେ, ଆଜି ଭାରତର ପ୍ରତିଭାଶାଳୀମାନେ ବିଦେଶୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି । ଏବେକାର ସ୍ପାଇଡରମ୍ୟାନ୍ ହେଉ କିମ୍ବା ଟ୍ରାନ୍ସଫର୍ମର୍ସ ହେଉ, ଏହି ଦୁଇ ଚଳଚ୍ଚିତ୍ରରେ ଲୋକେ ହରିନାରାୟଣ ରାଜୀବଙ୍କ ଅବଦାନକୁ ବହୁ ପ୍ରଶଂସା କରିଛନ୍ତି । ଭାରତର ଆନିମେଶନ୍ ଷ୍ଟୁଡିଓ ଡିଜ୍ନୀ ଓ ୱାର୍ଣ୍ଣର୍ ବ୍ରଦର୍ସ ଭଳି ବିଶ୍ୱର ସୁପ୍ରସିଦ୍ଧ ପ୍ରଡକ୍ସନ କମ୍ପାନୀ ସହ କାମ କରୁଛନ୍ତି । ବନ୍ଧୁଗଣ, ଆଜି ଆମ ଯୁବବର୍ଗ ଆମ ସଂସ୍କୃତିର ଝଲକ ରହିଥିବା Original ଇଣ୍ଡିଆନ୍ କଂଟେଂଟ୍ ପ୍ରସ୍ତୁତ କରୁଛନ୍ତି । ଯାହାକୁ ସମଗ୍ର ବିଶ୍ୱବାସୀ ଦେଖୁଛନ୍ତି । ଆନିମେଶନ୍ ସେକ୍ଟର ଆଜି ଏଭଳି ଗୋଟିଏ ଶିଳ୍ପରେ ପରିଣତ ହୋଇଛି, ଯାହା ଅନ୍ୟ ଶିଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଛି । ଯେମିତିକି, ଆଜିକାଲି ଭିଆର୍ ଟୁରିଜିମ୍ ବହୁତ ଖ୍ୟାତି ଅର୍ଜନ କରିବାରେ ଲାଗିଛି । ଆପଣ ଭର୍ଚୁଆଲ୍ ଟୁର୍ ବା ଆଭାସୀ ପର୍ଯ୍ୟଟନ ମାଧ୍ୟମରେ ଅଜନ୍ତାର ଗୁମ୍ଫାକୁ ଦେଖିପାରିବେ, କୋଣାର୍କ ମନ୍ଦିର ପରିସରରେ ଭ୍ରମଣ କରିପାରନ୍ତି କିମ୍ବା ବାରାଣସୀର ଘାଟର ଆନନ୍ଦକୁ ଅନୁଭବ କରିପାରନ୍ତି । ଏସବୁ ଭିଆର ଆନିମେଶନ୍ ଭାରତର କ୍ରିଏଟର୍ସମାନେ ପ୍ରସ୍ତୁତ କରିଛନ୍ତି । ଭିଆର ଜରିଆରେ ଏହି ସ୍ଥାନଗୁଡ଼ିକୁ ଦେଖିବା ପରେ ଅନେକ ଲୋକ ବାସ୍ତବରେ ଏହି ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି । ଅର୍ଥାତ, ପର୍ଯ୍ୟଟନ ସ୍ଥଳର ଆଭାସୀ ପରିଦର୍ଶନ ଲୋକଙ୍କ ମନରେ ସେହି ସ୍ଥାନ ପରିଦର୍ଶନର ଆଗ୍ରହ ସୃଷ୍ଟି କରିବାର ଏକ ମାଧ୍ୟମ ପାଲଟିଛି । ଆଜି ଏହି କ୍ଷେତ୍ରରେ ଆନିମେଟରମାନଙ୍କ ସହିତ କଥାକାର, ଲେଖକ, ପ୍ରଚ୍ଛଦପଟ ସ୍ୱର ବିଶେଷଜ୍ଞ, ସଙ୍ଗୀତଜ୍ଞ, Game Developers, ଆଭାସୀ ବାସ୍ତବିକତା ବିଶେଷଜ୍ଞମାନଙ୍କ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି । ତେଣୁ, ନିଜର ସୃଜନଶୀଳତାର ବିକାଶ ପାଇଁ ମୁଁ ଭାରତୀୟ ଯୁବବର୍ଗଙ୍କୁ ଆହ୍ୱାନ କରୁଛି । କିଏ ଜାଣେ, ବିଶ୍ୱର ପରବର୍ତ୍ତୀ ସୁପରହିଟ୍ ଆନିମେଶନ୍ ଆପଣଙ୍କ କମ୍ପ୍ୟୁଟରରୁ ସୃଷ୍ଟି ହୋଇପାରେ! ହୁଏତ ପରବର୍ତ୍ତୀ ଭାଇରାଲ୍ ଗେମ୍ ଆପଣଙ୍କ ସୃଜନ ହୋଇପାରେ! ଶିକ୍ଷାତ୍ମକ ଆନିମେଶନରେ ଆପଣଙ୍କ ନବସୃଜନ ବଡ଼ ସଫଳତା ଲାଭ କରିପାରେ । ଚଳିତ ଅକ୍ଟୋବର ୨୮ ତାରିଖ, ଅର୍ଥାତ୍ ଆସନ୍ତା କାଲି ବିଶ୍ୱ ଆନିମେଶନ୍ ଦିବସ ମଧ୍ୟ ପାଳିତ ହେବାକୁ ଯାଉଛି । ଆସନ୍ତୁ, ଆମେ ସମସ୍ତେ ଭାରତକୁ ଗ୍ଲୋବାଲ୍ ଆନିମେଶନ୍ ପାୱାର ହାଉସରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରିବା । ମୋର ପ୍ରିୟ ଦେଶବାସୀଗଣ, ସଫଳତାର ମନ୍ତ୍ର ପ୍ରଦାନ କରି ସ୍ୱାମୀ ବିବେକାନନ୍ଦ ଥରେ କହିଥିଲେ – କୌଣସି ଏକ ବିଚାରଧାରା (ବା ଆଇଡିଆ) ଗ୍ରହଣ କରନ୍ତୁ । ସେହି ବିଚାରଧାରାକୁ ନିଜ ଜୀବନରେ ସମାହିତ କରିଦିଅନ୍ତୁ । ସଦାସର୍ବଦା ସେ ବିଷୟରେ ଚିନ୍ତା କରନ୍ତୁ, ତାହାର ସ୍ୱପ୍ନ ଦେଖନ୍ତୁ ତାହାକୁ ନିଜ ଜୀବନର ଅଙ୍ଗ କରିନିଅନ୍ତୁ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ମଧ୍ୟ ସଫଳତାର ଏହି ମନ୍ତ୍ରକୁ ନେଇ ଆଗେଇ ଚାଲିଛି । ଏହି ଅଭିଯାନ ଆମ ସାମୂହିକ ଚେତନାର ଅଂଶ ପାଲଟିଯାଇଛି । ନିରନ୍ତର ଭାବେ, ପ୍ରତିମୁହୂର୍ତ୍ତରେ ଏହା ଆମ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି । ଆତ୍ମନିର୍ଭରତା କେବଳ ଆମର ନୀତି ନୁହେଁ, ଆମର Passionରେ ପରିଣତ ହୋଇସାରିଲାଣି । ବେଶୀ ନୁହେଁ, ମାତ୍ର ୧୦ ବର୍ଷ ପୂର୍ବ କଥା । ସେତେବେଳେ ଯଦି କେହି କହୁଥିଲା ଯେ, କୌଣସି ଜଟିଳ କାରିଗରୀ କୌଶଳକୁ ଭାରତରେ ବିକଶିତ କରାଯାଉ, ଏକଥା ଉପରେ କିଛି ଲୋକ ବିଶ୍ୱାସ କରୁନଥିଲେ ତ କିଛି ଏହାକୁ ପରିହାସ କରୁଥିଲେ । କିନ୍ତୁ ଆଜି ସେହି ଲୋକେ ଦେଶର ସଫଳତାକୁ ଦେଖି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି । ଆତ୍ମନିର୍ଭର ହୋଇଚାଲିଛି ଭାରତ, ପ୍ରତ୍ୟେକ କ୍ଷେତ୍ରରେ କରିଚାଲିଛି ଚମତ୍କାର ପ୍ରଦର୍ଶନ । ଆପଣମାନେ ଚିନ୍ତା କରନ୍ତୁ, ଦିନେ ମୋବାଇଲ୍ ଫୋନ୍ ଆମଦାନୀ କରୁଥିବା ଭାରତ, ଆଜି, ବିଶ୍ୱର ଦ୍ୱିତୀୟ ସର୍ବବୃହତ ଉତ୍ପାଦନକାରୀ ହୋଇଯାଇଛି । ଦିନେ, ବିଶ୍ୱରେ ସର୍ବାଧିକ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରୁଥିବା ଭାରତ, ଆଜି ୮୫ଟି ଦେଶକୁ ରପ୍ତାନୀ ମଧ୍ୟ କରୁଛି । ମହାକାଶ ବିଜ୍ଞାନରେ ଭାରତ ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିପାରିଥିବା ପ୍ରଥମ ଦେଶ ହୋଇଯାଇଛି । ଆଉ ଗୋଟିଏ କଥା ତ ମୋତେ ସବୁଠୁ ଭଲ ଲାଗେ ଯେ, ଆତ୍ମନିର୍ଭରଶୀଳତାର ଏହି ଅଭିଯାନ, ଏବେ କେବଳ ସରକାରୀ ଅଭିଯାନ ହୋଇ ରହିନାହିଁ, ଏବେ ଆତ୍ମନିର୍ଭର ଭାରତ ଅଭିଯାନ, ଗୋଟିଏ ଜନଆନ୍ଦୋଳନରେ ପରିଣତ ହୋଇଛି । ପ୍ରତ୍ୟେକ କ୍ଷେତ୍ରରେ ଏହା ସଫଳତା ଲାଭ କରିଚାଲିଛି । ଯେମିତିକି ଚଳିତ ମାସରେ ଲଦ୍ଦାଖର ହାନଲେରେ ଆମେ ଏସିଆର ସବୁଠାରୁ ବଡ଼ ଇମେଜିଂ ଟେଲିସ୍କୋପ MACE ବା ଚିତ୍ର-ଉତ୍ତୋଳନକାରୀ ଦୂରବୀକ୍ଷଣ ଯନ୍ତ୍ର ମଧ୍ୟ ଉଦଘାଟନ କରିଛୁ । ଏହା ୪୩୦୦ ମିଟର ଉଚ୍ଚତାରେ ଅବସ୍ଥିତ । ଏହାର ବିଶେଷତ୍ୱ କ’ଣ – ଜାଣିଛନ୍ତି କି ? ଏହା ଭାରତରେ ନିର୍ମିତ । ଚିନ୍ତା କରନ୍ତୁ, ଯେଉଁଠି ତାପମାତ୍ରା ମାଇନସ୍ ୩୦ ଡିଗ୍ରୀ, ଯେଉଁଠି ଅମ୍ଳଜାନର ଅଭାବ ରହିଛି, ସେଠାରେ ଆମର ବୈଜ୍ଞାନିକ ଏବଂ ସ୍ଥାନୀୟ ଉଦ୍ୟୋଗଗୁଡ଼ିକ ତାହା କରିଦେଖାଇଛନ୍ତି, ଯାହା ଏସିଆର କୌଣସି ଦେଶ କରିନାହାନ୍ତି । ହାନଲେର ଦୂରବୀକ୍ଷଣ ଯନ୍ତ୍ର ହୁଏତ ଦୂର ଦୁନିଆକୁ ଦେଖୁଛି, କିନ୍ତୁ ଆମକୁ ଦର୍ଶାଉଛି – ଆତ୍ମନିର୍ଭର ଭାରତର ଶକ୍ତି । ବନ୍ଧୁଗଣ, ମୁଁ ଚାହୁଁଚି ଯେ ଆପଣ ମଧ୍ୟ ଗୋଟିଏ କାମ ନିଶ୍ଚିତ ଭାବେ କରନ୍ତୁ । ଆତ୍ମନିର୍ଭର ଭାରତର ଅଧିକରୁ ଅଧିକ ଉଦାହରଣ, ଏବଂ ଏଭଳି ପ୍ରୟାସଗୁଡ଼ିକ ସମ୍ପର୍କରେ ଶେୟାର୍‌ କରନ୍ତୁ । ନିଜ ନିଜ ଆଖପାଖରେ କ’ଣ ସବୁ ନୂଆ Innovation ଦେଖୁଛନ୍ତି, କେଉଁ ସ୍ଥାନୀୟ ଷ୍ଟାର୍ଟଅପ୍‌ ଆପଣଙ୍କୁ ସବୁଠୁ ବେଶୀ ପ୍ରଭାବିତ କରିଛି, ଏହି ତଥ୍ୟକୁ #AatmanirbharInnovation ସହ ସାମାଜିକ ଗଣମାଧ୍ୟମରେ ଲେଖନ୍ତୁ ଏବଂ ଆତ୍ମନିର୍ଭର ଭାରତର ଉତ୍ସବ ପାଳନ କରନ୍ତୁ । ଏ ପାର୍ବଣ ଋତୁରେ ତ ଆମେ ସମସ୍ତେ ଆତ୍ମନିର୍ଭର ଭାରତର ଏହି ଅଭିଯାନକୁ ଅଧିକ ମଜଭୁତ କରିଥାଉ । ଆମେ ଭୋକାଲ୍‌ ଫର୍‌ ଲୋକାଲ୍‌ ମନ୍ତ୍ର ସହିତ ନିଜର କିଣାକିଣି କରିଥାଉ । ଏହା ହେଉଛି ନୂଆ ଭାରତ, ଯେଉଁଠି ଅସମ୍ଭବ ହେଉଛି କେବଳ ଏକ ଆହ୍ୱାନ, ଯେଉଁଠି ମେକ୍‌ ଇନ୍‌ ଇଣ୍ଡିଆ ଏବେ ମେକ୍‌ ଫର୍‌ ଦି ୱାର୍ଲଡ ହୋଇଯାଇଛି, ଯେଉଁଠି ପ୍ରତ୍ୟେକ ନାଗରିକ ଜଣେ ଜଣେ Innovator, ଯେଉଁଠି ପ୍ରତ୍ୟେକ ଆହ୍ୱାନ ଏକ ସୁଯୋଗ । ଆମକୁ କେବଳ ଯେ ଭାରତକୁ ଆତ୍ମନିର୍ଭର କରିବାର ନାହିଁ, ବରଂ ନିଜ ଦେଶକୁ ଉଦ୍ଭାବନର ବିଶ୍ୱଶକ୍ତି ଭାବେ ମଜଭୁତ କରିବାର ଅଛି । ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣଙ୍କୁ ଏକ ଅଡିଓ ଶୁଣାଉଛି । ଟ୍ରାନ୍ସକ୍ରିପ୍‌ସନ ଅଡିଓ ବାଇଟ୍‌ ଠକ କଲର୍‌ ୧ : ହେଲୋ ପୀଡ଼ିତ : ସାର୍‌ ନମସ୍ତେ ସାର୍‌ …