गुरुवार, दिसंबर 05 2024 | 01:05:36 AM
Breaking News
Home / Choose Language / Odia (page 9)

Odia

Odia

ଛଟ୍ ମହାପର୍ବର ରୀତିନୀତି ଦେଶବାସୀଙ୍କୁ ନୂତନ ଶକ୍ତି ଓ ଉତ୍ସାହରେ ଭରି ଦେଇଥାଏ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳ ଅର୍ଘ୍ୟର ପବିତ୍ର ପର୍ବ ଛଟ୍ ପୂଜା ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ, ଏହି ମହାପର୍ବର ଚାରି ଦିନିଆ ରୀତିନୀତି ନାଗରିକମାନଙ୍କୁ ନୂତନ ଶକ୍ତି ଏବଂ ଉତ୍ସାହରେ ଭରି ଦେଇଥାଏ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଛଟ୍ ମହାପର୍ବର ଚାରି ଦିନିଆ ରୀତିନୀତିରେ ପ୍ରକୃତି ଏବଂ ସଂସ୍କୃତିର ଯେଉଁ ଝଲକ ଦେଖିବାକୁ ମିଳିଛି, ତାହା …

Read More »

ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କୁ ସାକ୍ଷାତ କରିଛନ୍ତି । ସମାଜ ସେବା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି : “ଧୁଲେରେ ଜୈନାଚାର୍ଯ୍ୟ ରତ୍ନସୁନ୍ଦରସୁରୀଶ୍ୱରଜୀ ମହାରାଜ ସାହେବଙ୍କ ସହ ସାକ୍ଷାତ କଲି । ସମାଜ ସେବା ଏବଂ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଯୋଗଦାନ ପ୍ରଶଂସନୀୟ ଅଟେ …

Read More »

ଜନ୍ମ ଦିନରେ ଏଲ କେ ଆଡଭାନୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀ ଏଲ କେ ଆଡଭାନୀଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଏଲ କେ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀ ଦେଶର ସର୍ବାଧିକ ପ୍ରଶଂସନୀୟ ରାଷ୍ଟ୍ରନେତା ଭାବେ ଦର୍ଶାଇବା ସହ ସେ ଭାରତର ବିକାଶକୁ ଆଗେଇ ନେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା କହିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଶ୍ରୀ ଏଲ କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା …

Read More »

ଛଠ୍ ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୁଭେଚ୍ଛା

ଆଜି ଛଠ୍ ର ପବିତ୍ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: “ଛଠ୍ ର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ମୁହୂର୍ତ୍ତ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ସଂଯମ, ସଂକଳ୍ପ ଓ ସମର୍ପଣର ପ୍ରତୀକ ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ନେଇ …

Read More »

ୱାନ ରାଙ୍କ ୱାନ ପେନ୍‌ସନ୍ (ଓଆର୍‌ଓପି) ଯୋଜନା ଭେଟେରାନ ଓ ପୂର୍ବତନ ସେନା କର୍ମଚାରୀଙ୍କ ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି : ପ୍ରଧାନମନ୍ତ୍ରୀ

ୱାନ୍ ରାଙ୍କ ୱାନ୍ ପେନ୍‌ସନ୍ (ଓଆର୍‌ଓପି) ଯୋଜନାର ଦଶ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଯୋଜନା ଆମର ଭେଟେରାନ ଏବଂ ପୂର୍ବତନ ସେନା କର୍ମଚାରୀମାନଙ୍କର ସାହସ ଏବଂ ବଳିଦାନ ପ୍ରତି ଏକ ଶ୍ରଦ୍ଧାଞ୍ଜଳି, ଯେଉଁମାନେ ଆମ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୀର୍ଘ ଦିନରୁ କରାଯାଉଥିବା ଦାବିକୁ ପୂରଣ …

Read More »

ଆଜି ନୂଆଦିଲ୍ଲୀରେ ଦୁଇ ଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୪’ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ଆତଙ୍କବାଦ ବିରୋଧୀ ସମ୍ମିଳନୀ-୨୦୨୪‘ର ଉଦ୍ ଘାଟନୀ ଅଧିବେଶନରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଉଦବୋଧନ ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏନଆଇଏର ନୀତି ଉନ୍ମୋଚନ କରିଥିଲେ, ୟୁଏପିଏ ତଦନ୍ତ ପାଇଁ ଏସଓପି ଜାରି କରିଥିଲେ ଏବଂ ଏନଆଇଏରୁ ୧୧ ଜଣ ପଦକ ବିଜେତାଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ (ଆଇବି)ର ନିର୍ଦ୍ଦେଶକ ତପନ କୁମାର …

Read More »

ଆଇଏଫଏଫଆଇ ୨୦୨୪ : ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ରେ ପ୍ରଦର୍ଶିତ ହେବ ୬ଟି ଚଳଚ୍ଚିତ୍ର

ଫିଲ୍ମ ବଜାର ୬ଟି ବିଶେଷ କାଳ୍ପନିକ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛି ଯାହା ଚଳିତ ବର୍ଷ ଆଇଏଫଏଫଆଇରେ ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ପାଇଁ ଆନୁଷ୍ଠାନିକ ଚୟନରେ ସ୍ଥାନ ପାଇଛି । ମନୋନୀତ ଚଳଚ୍ଚିତ୍ରଗୁଡ଼ିକ ହେଲା: ୧. ତ୍ରିବେଣୀ ରାୟ (ନେପାଳୀ) ଙ୍କ ଦ୍ୱାରା ସେପ୍ ଅଫ୍ ମୋମୋଜ୍ ୨. ଶକ୍ତିଧର ବୀର (ବଙ୍ଗଳା) ଙ୍କ ଗଙ୍ଗଶାଲିକ (ଗଙ୍ଗଶାଲିକ – ରିଭର ବାର୍ଡ) ୩. ମୋହନ କୁମାର ଭଲାସାଲା (ତେଲୁଗୁ) ଙ୍କ ୟେରା ମନ୍ଦରାମ (ଦ ରେଡ୍ ହିବିସ୍କସ୍) ୪. ରିଦମ ଜାନଭେ (ଗଦି, …

Read More »

ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ

ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ …

Read More »

ଭୁବନେଶ୍ୱରରେ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରର ବାପୁଜୀ ନଗର, ନୟାପଲ୍ଲୀ, ଜନପଥ, ରାମ ମନ୍ଦିର, ଖଣ୍ଡଗିରି, ଭୌମନଗର ମୁଖ୍ୟ ଡାକ ଘର, ଝାରପଡ଼ା ଆଦି ସ୍ଥାନରେ ଡିଜିଟାଲ ଜୀବନ ପ୍ରମାଣପତ୍ର (ଡିଏଲସି) ଶିବିର ଆୟୋଜନ କରାଯାଇଥିଲା। ପେନସନ ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲଙ୍କ ସମେତ ବ୍ୟାଙ୍କ ଅଫ୍‌ ବରୋଦା, ଆଇପିପିବି, ୟୁଆଇଡିଏଆଇର ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କ ପେନସନଭୋଗୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ପେନସନଭୋଗୀମାନଙ୍କୁ ଡିଏଲସି ପାଇଁ ସହାୟତା କରିଥିଲେ ଏବଂ ଫେସ୍‌ ଅଥେଟିକେସନ୍‌ ପଦ୍ଧତି ସମ୍ପର୍କରେ ସଚେତନ କରାଇଥିଲେ। ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରଚାରପ୍ରସାର ଓ ସଚେତନତା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଅନ୍ୟପକ୍ଷରେ ଆସନ୍ତାକାଲି ପୁରୀ ସହରର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଶିବିର ଆୟୋଜନ କରାଯିବ। ଏହି ଶିବିର ବ୍ୟାଙ୍କ ବରୋଦା ସ୍ବର୍ଗଦ୍ବାର, ପୁରୀ ଶାଖା ଏବଂ ମୁଖ୍ୟ ଡାକ ଘର, କଚେରୀ ଛକ ପୁରୀ ଠାରେ ଆୟୋଜନ କରାଯିବ। ବିଭାଗର ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଅନୀଲ ବଂଶଲ ଶିବିର ପରିଦର୍ଶନ କରି ଡିଜିଟାଲ ମାଧ୍ୟମରେ ଜୀବନପ୍ରମାଣପତ୍ର ଦାଖଲ କରିବାରେ ପେନସନଭୋଗୀଙ୍କୁ ସହାୟତା ଯୋଗାଇ ଦେବେ। ଏହି ଶିବିରଗୁଡ଼ିକରେ ଆବଶ୍ୟକସ୍ଥଳେ, ପେନସନଭୋଗୀମାନଙ୍କୁ ସେମାନଙ୍କର ଆଧାର ରେକର୍ଡ ଅପଡେଟ୍ କରିବା ଏବଂ ଯେକୌଣସି ବୈଷୟିକ ସମସ୍ୟାର ସମାଧାନ କରିବାରେ ୟୁଆଇଡିଏଆଇ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ । ଏଥିପୂର୍ବରୁ ପେନସନଭୋଗୀମାନଙ୍କୁ ପେନସନ ବିତରଣ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା, ଯାହା ବୟସ୍କ ବ୍ୟକ୍ତିଙ୍କ ପାଇଁ ଅନେକ ସମୟରେ ଆହ୍ୱାନପୂର୍ଣ୍ଣ ଥିଲା …

Read More »

ଆସନ୍ତାକାଲି ଭୁବନେଶ୍ୱରରେ ହେବ ସ୍ୱତନ୍ତ୍ର ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (ଡିଓପିପିଡବ୍ଲୁ) ପକ୍ଷରୁ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି ବା ଚେହେରା ପ୍ରମାଣିକରଣ ପ୍ରଯୁକ୍ତି ମାଧ୍ୟମରେ ପେନସନଭୋଗୀଙ୍କ ନିମନ୍ତେ ଜୀବନ ପ୍ରମାଣପତ୍ର ଦାଖଲକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ଚଳିତ ମାସ ଏହି ବିଭାଗ ଦେଶବ୍ୟାପୀ ଡିଜିଟାଲ ଲାଇଫ ସାର୍ଟିଫିକେଟ୍‌ (ଡିଏଲସି) ଅଭିଯାନ 3.0 ଆୟୋଜନ କରୁଛି। ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଜୀବନପ୍ରମାଣପତ୍ର ଦାଖଲ ଶିବିର ଆୟୋଜନ କରାଯାଉଥିବା ବେଳେ ପେନସନଭୋଗୀମାନେ ଆଣ୍ଡ୍ରଏଡ ସ୍ମାର୍ଟଫୋନରେ ଆଧାର ଭିତ୍ତିକ ପ୍ରମାଣୀକରଣ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ। ଆସନ୍ତାକାଲି, ଅର୍ଥାତ୍‌ ୭ ନଭେମ୍ବରରେ ଭୁବନେଶ୍ୱର ସହରର ବିଭିନ୍ନ …

Read More »