बुधवार, नवंबर 06 2024 | 02:42:09 AM
Breaking News
Home / Choose Language / Odia / ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ

ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ଅନୁଷ୍ଠିତ

Follow us on:

ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ବା ମକ୍‌ ଡ୍ରିଲ୍‌ ଆୟୋଜିତ ହୋଇଯାଇଛି । ସୁନାମି ମୁକାବିଲା ନିମନ୍ତେ ଛାୟା ଅଭ୍ୟାସ ପୁରୀ ଜିଲ୍ଲାର ନରସିଂହପାଟଣାରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦିଉ ଓ ଦାମନ ଓ ଗୁଜରାଟ ଆଦିର ସବୁ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାବ୍ୟତୀତ ନୌସେନା, ତଟରକ୍ଷୀ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ଆଣବିକ ଶକ୍ତି କେନ୍ଦ୍ର, ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଯବାନମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ।

‘ଜାତୀୟ ସୁନାମି ଛାୟା ଅଭ୍ୟାସ’ ପାଇଁ ଗ୍ରହଣ କରାଯାଇଥିବା ପରିଦୃଶ୍ୟରେ, ‘‘ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ (ଯେଉଁଠାରେ ୨୦୦୪ ସୁନାମି ଘଟିଥିଲା) ୯.୩ ତୀବ୍ରତାର ଭୂମିକମ୍ପ ସହିତ ଏକ ଘଟଣାର ଅନୁକରଣ କରାଯାଇଥିଲା। ଘଟଣାକ୍ରମ ଅନୁଯାୟୀ, ସମୁଦ୍ର-ପ୍ରଶସ୍ତ ସୁନାମି ଆସୁଛି। ଯେଉଁଥିରେ ଏକ ତୀବ୍ର ତରଙ୍ଗ ଭାରତର ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟରେ ଅଧିକ ଉଚ୍ଚତାର ଢେଉ ସୃଷ୍ଟି କରୁଛି।’’ ୫ ନଭେମ୍ବର ୨୦୨୪ ପୂର୍ବାହ୍ନ ସାଢ଼େ ୯ଟାରୁ ସାଢ଼େ ଗୋଟାଏ ମଧ୍ୟରେ ଏହି ଅଭ୍ୟାସ କରାଯାଇଥିଲା। ସୁନାମି ସମ୍ପର୍କରେ ସୂଚନା ଦେବା ଲାଗି ଇନକୋଇସ୍ ଏହାର ପଞ୍ଜୀକୃତ ଯୋଗାଯୋଗ ଇମେଲ, ଫ୍ୟାକ୍ସ, ଏସଏମଏସ ଏବଂ ୱେବ୍ ଜରିଆରେ ୭ଟି ସୁନାମି ବୁଲେଟିନ୍ ପ୍ରସ୍ତୁତ କରିଥିଲା ଏବଂ ଜାରି କରିଥିଲା। ଜନସାଧାରଣ ଯେପରି ଭୟଭୀତ ନ ହୁଅନ୍ତି ସେଥିପ୍ରତି ଯତ୍ନ ଦିଆଯାଇଥିଲା।

ୟୁଏନଏସସିଏପି (ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ କମିଶନ ଫର ଏସିଆ ଆଣ୍ଡ୍ ଦି ପ୍ୟାସିଫିକ୍)ର ସୁନାମି, ବିପର୍ଯ୍ୟୟ ଓ ଜଳବାୟୁ ମୁକାବିଲା ପ୍ରସ୍ତୁତି ନିମନ୍ତେ ଗଠିତ ଟ୍ରଷ୍ଟ ପାଣ୍ଠି ପରାମର୍ଶଦାତା ପରିଷଦ (ବିଭିନ୍ନ ଦେଶର ୧୦ ଜଣିଆ ଟିମ୍) ଏବଂ ଇନକୋଇସ୍ ଅଧିକାରୀମାନେ ପୁରୀ ଜିଲ୍ଲାର ନରସିଂହପାଟଣା ଗ୍ରାମ ପରିଦର୍ଶନ କରିଥିଲେ ଏବଂ ମକ୍ ଅଭ୍ୟାସ ଦେଖିଥିଲେ।

ପୂର୍ବରୁ ଏହି ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ପାଇଁ ଇନକୋଇସ୍ ୨୦୨୪ ସେପ୍ଟେମ୍ବର ୨୫-୨୬ରେ ଏକ ପ୍ରଶିକ୍ଷଣ କର୍ମଶାଳା ଏବଂ ଟେବୁଲ-ଟପ୍ ଅଭ୍ୟାସ ଆୟୋଜନ କରିଥିଲା, ଯାହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟର ଅଂଶୀଦାରମାନେ ସେମାନଙ୍କର ଏସଓପିକୁ ସୁବ୍ୟବସ୍ଥିତ କରିପାରିବେ । ସୁନାମି ମୁକାବିଲା ଅଭ୍ୟାସ ଆୟୋଜନ ନେଇ ଏକ  ବିସ୍ତୃତ ବୁଲେଟିନ୍ ଏବଂ ମତାମତ ଫର୍ମ କୁ ନେଇ ଏକ ମାନୁଆଲ୍ ମଧ୍ୟ ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ହାଇଦ୍ରାବାଦସ୍ଥିତ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ଅଧୀନରେ ଥିବା ଇଣ୍ଡିଆନ୍ ସୁନାମି ଆର୍ଲି ୱାର୍ଣ୍ଣିଂ ସେଣ୍ଟର (ଆଇଟିଇଡବ୍ଲ୍ୟୁସି) ସୁନାମି ଜନିତ ଭୂମିକମ୍ପ ଘଟିବାର ୧୦ ମିନିଟ୍ ମଧ୍ୟରେ ଏହାକୁ ଆକଳନ କରିବାରେ ସକ୍ଷମ । ଏହା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ସମ୍ବେଦନଶୀଳ ଜନସମୁଦାୟକୁ ଠିକ୍ ସମୟରେ ସୁନାମି ସତର୍କତା ଜାରି କରିବାରେ ମଧ୍ୟ ସମର୍ଥ। ଜନସାଧାରଣଙ୍କୁ ସଚେତନ କରି ବିପଦ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନକଲେ ଚେତାବନୀ ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିଯିବ। ସୁନାମି ସଚେତନତା ଏବଂ ପ୍ରସ୍ତୁତି କାର୍ଯ୍ୟକଳାପର ଏକ ଅଂଶ ଭାବରେ, ଇନକୋଇସ୍ ଦ୍ୱାରା ନିୟମିତ ସୁନାମି ମକ୍ ଅଭ୍ୟାସ, ଯୋଗାଯୋଗ ପରୀକ୍ଷା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) କର୍ମଶାଳା ଆୟୋଜନ କରାଯାଉଛି। ଯାହା ଦ୍ୱାରା ସୁନାମି ଚେତାବନୀ ପାଇଁ  ପ୍ରସ୍ତୁତିରେ ଉନ୍ନତି ଆସିବା ଏବଂ ମୁକାବିଲା ପାଇଁ ମାର୍ଗଦର୍ଶିକାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ । ଇନକୋଇସ୍ ଉପକୂଳବର୍ତ୍ତୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୟୁନେସ୍କୋ-ଆଇଓସି ସୁନାମି ମୁକାବିଲା ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ମଧ୍ୟ ସହାୟତା କରେ ଯାହା ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରଶମନ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ଅଟେ ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଭାଗ ନେଲେ ରାଷ୍ଟ୍ରପତି

ଭାରତର ରାଷ୍ଟ୍ରପ୍ରତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ନଭେମ୍ବର ୨୦୨୪) ନୂଆଦିଲ୍ଲୀରେ ଅନ୍ତର୍ଜାତୀୟ ବୌଦ୍ଧ ମହାସଂଘ ( ଆଇବିସି) ସହଯୋଗରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ହୋଇଥିବା ପ୍ରଥମ ଏସୀୟ ବୌଦ୍ଧ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ହେଉଛି ଧର୍ମର ଭୂମି । ପ୍ରତ୍ୟେକ ଯୁଗରେ, ଭାରତରେ ମହାନ ଗୁରୁ ଏବଂ ରହସ୍ୟବାଦୀ, ଦର୍ଶକ ଏବଂ ସାଧକ ରହିଆସିଛନ୍ତି, ଯେଉଁମାନେ ମାନବିକତା ଭିତରେ ଶାନ୍ତି ଏବଂ ବାହାରେ ସଦ୍ଭାବ ଖୋଜିବାର ମାର୍ଗ ଦେଖାଇଛନ୍ତି। ଏହି ପଥପ୍ରଦର୍ଶକମାନଙ୍କ ମଧ୍ୟରେ ବୁଦ୍ଧଙ୍କ ସ୍ଥାନ ଅଦ୍ୱିତୀୟ । ବୋଦ୍ଧଗୟା ସ୍ଥିତ ବୋଧି ଗଛ ତଳେ ସିଦ୍ଧାର୍ଥ ଗୌତମଙ୍କ ଜ୍ଞାନ ପ୍ରାପ୍ତି ଇତିହାସରେ ଅଦ୍ୱିତୀୟ ଘଟଣା । ସେ କେବଳ ମଣିଷ ମନର କାର୍ଯ୍ୟ ବିଷୟରେ ତୁଳନାତ୍ମକ ଭାବରେ ସମୃଦ୍ଧ ଜ୍ଞାନ ହାସଲ କରିନଥିଲେ, ବରଂ ଜନତାଙ୍କ କଲ୍ୟାଣ ପାଇଁ ସେ “ବହୁଜନ ସୁଖାୟ ବହୁଜନ ହିତାୟ ଚ” ଚିନ୍ତାଧାରା ସହିତ ସମସ୍ତ ଲୋକଙ୍କୁ ସାମିଲ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଋାଷ୍ଟ୍ରପତି କହିଛନ୍ତି ଯେ, ଶତାବ୍ଦୀ ଧରି ଭିନ୍ନ ଭିନ୍ନ ଅଭ୍ୟାସକାରୀମାନେ ବୁଦ୍ଧଙ୍କ ବକ୍ତବ୍ୟର ଭିନ୍ନ ଅର୍ଥ ବାହାର କରୁଥିଲେ ଏବଂ ଏହପରି ଭାବରେ ବିଭିନ୍ନ ସମ୍ପ୍ରଦାୟର ସୃଷ୍ଟି ହୋଇଥିଲା । ବ୍ୟାପକ ବର୍ଗୀକରଣରେ ଆଜି ଆମର ଥେରବାଦ, ମହାଯାନ ଏବଂ ବଜ୍ରଯାନ ପରମ୍ପରା ଅଛି, ସେମାନଙ୍କ ମଧ୍ୟରେ ଅନେକ ବିଦ୍ୟାଳୟ ଏବଂ ସମ୍ପ୍ରଦାୟ ରହିଛି । ଏହାଛଡା, ବୁଦ୍ଧ ଧର୍ମର ଏପରି ବିକାଶ ଇତିହାସର ବିଭିନ୍ନ ସମୟ ମଧ୍ୟରେ ଅନେକ ଦିଗରେ ହୋଇଥିଲା । ବିସ୍ତାରିତ ଭୌଗଳିକ କ୍ଷେତ୍ରରେ ଧମ୍ମର ଏହି ବିସ୍ତାର ଏକ ସମ୍ପ୍ରଦାୟ, ଏକ ବଡ ସଂଘର ନିର୍ମାଣ କଲା । ଏକ ଅର୍ଥରେ, ଭାରତ ଯାହା ବୁଦ୍ଧଙ୍କ ଜ୍ଞାନ ଭୂମି ଅଟେ ଏହାର କେନ୍ଦ୍ରରେ ରହିଛି । କିନ୍ତୁ ଭଗବାନଙ୍କ ବିଷୟରେ ଯାହା କୁହାଯାଇଛି, ତାହା ଏହି ବୃହତ ବୌଦ୍ଧ ସଂଗଠନ ବିଷୟରେ ମଧ୍ୟ ସତ୍ୟ : ଏହାର କେନ୍ଦ୍ର ସବୁ ସ୍ଥାନରେ ରହିଛି ଏବଂ ପରିଧି କୌଣସି ସ୍ଥାନରେ ନାହିଁ । ରାଷ୍ଟ୍ରପତି କହିଛନ୍ତି ଯେ ଆଜି ଯେତେବେଳେ ବିଶ୍ୱ ଅନେକ କ୍ଷେତ୍ରରେ ଅସ୍ତିତ୍ୱ ସଂକଟର ସମ୍ମୁଖୀନ ହେଉଛି, ଏହା ସମ୍ମୁଖରେ କେବଳ ବିବାଦ ନୁହେଁ, ବରଂ ଜଳବାୟୁ ସଂକଟ ମଧ୍ୟ ଦେଖାଦେଇଛି, ସେତେବେଳେ ଏକ ବୃହତ ବୌଦ୍ଧ ସମ୍ପ୍ରଦାୟକୁ ମାନବ ଜାତିକୁ କିଛି ଦେବାକୁ ପଡିବ । ବୌଦ୍ଧ ଧର୍ମର ବିଭିନ୍ନ ବିଦ୍ୟାଳୟ ସମଗ୍ର ବିଶ୍ୱକୁ ଦର୍ଶାଏ ଯେ କିପରି ସଂକୀର୍ଣ୍ଣ ସାମ୍ପ୍ରଦାୟିକତାକୁ ପ୍ରତିହତ କରାଯିବ । ସେମାନଙ୍କର ମୁଖ୍ୟ ବାର୍ତ୍ତା ଶାନ୍ତି ଏବ ଅହିଂସା  ଉପରେ କେନ୍ଦ୍ରୀତ । ଯଦି କୌଣସି ଗୋଟିଏ ଶବ୍ଦ ବୁଦ୍ଧ ଧମ୍ମକୁ ବ୍ୟକ୍ତ କରିପାରିବ, ତେବେ ତାହା ହେଉଛି, କରୁଣା କିମ୍ବା ଦୟା, ଯାହାର ଆବଶ୍ୟକତା ଆଜି ବିଶ୍ୱକୁ ସର୍ବାଧିକ ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ବୁଦ୍ଧଙ୍କ ଶିକ୍ଷାର ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ଏକ ବଡ ସାମୂହିକ ପ୍ରୟାସ ଅଟେ । ସେ ଖୁସିରେ କହିଛନ୍ତି ଯେ ଭାରତ ସରକାର ଅନ୍ୟ ଭାଷା ମଧ୍ୟରେ ପାଲି ଏବଂ ପ୍ରାକୃତକୁ ‘ଶାସ୍ତ୍ରୀୟ ଭାଷା’ ର ମାନ୍ୟତା ଦେଇଛନ୍ତି । ସେ କହିଛନ୍ତି ଯେ ପାଲି ଏବଂ ପ୍ରାକୃତ ଭାଷାକୁ ଏବେ ଆର୍ôଥକ ସହାୟତା ଦିଆଯିବ, ଯାହା ସେମାନଙ୍କର ସାହିତ୍ୟିକ ଭଣ୍ଡାରର ସଂରକ୍ଷଣ ତଥା ପୁନରୁତ୍ଥାନରେ ଯଥେଷ୍ଟ ସହାୟକ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ଆମକୁ ଏସିଆକୁ ମଜବୁତ କରିବା ପାଇଁ ବୁଦ୍ଧ ଧର୍ମର ଭୂମିକା ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପ୍ରକୃତରେ ବୁଦ୍ଧ ଧର୍ମ ଏସିଆ ଏବଂ ବିଶ୍ୱରେ ଶାନ୍ତି, ପ୍ରକୃତ ଶାନ୍ତି କିପରି ଆଣିପାରିବ ତାହା ଉପରେ ବିସ୍ତାର ଭାବରେ ଆଲୋଚନା କରିବାକୁ ପଡିବ । କେବଳ ଶାରୀରିକ ହିଂସା ନୁହେଁ ବରଂ ସମସ୍ତ ପ୍ରକାର ଲୋଭ ଏବଂ ଘୃଣାରୁ ମୁକ୍ତ ଶାନ୍ତି – ବୁଦ୍ଧଙ୍କ ଅନୁଯାୟୀ ଏହି ଦୁଇଟି ମାନସିକ ଶକ୍ତି ଆମର ସମସ୍ତ ଦୁଃଖର କାରଣ । ବୁଦ୍ଧଙ୍କ ଶିକ୍ଷାରେ ଆମର ସହଭାଗୀ ଐତିହ୍ୟକୁ ଆଧାର କରି ଏହି ସମ୍ମିଳନୀ ଆମର ସହଯୋଗକୁ ମଜବୁତ କରିବାରେ ବହୁ ଦୂର ଯିବ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ।