सोमवार, दिसंबर 23 2024 | 01:30:23 PM
Breaking News
Home / Tag Archives: PIB

Tag Archives: PIB

ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ : ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର

ମଣିଷ ଜୀବନରେ ସ୍ୱାଧୀନତାର ବିଶେଷ ଗୁରୁତ୍ୱ ରହିଛି । ସ୍ୱାଧୀନତାର ସହ ବଞ୍ଚିଲେ ମଣିଷ ଜୀବନର ପ୍ରକୃତ ଆନନ୍ଦ ଲାଭ କରିପାରିବ । ତେବେ ଦାୟିତ୍ୱ ବିନା ସ୍ୱାଧୀନତାର କୌଣସି ମୂଲ୍ୟ ନାହିଁ । ନିରଙ୍କୁଶ ସ୍ୱାଧୀନତା ଭିତରେ ବି ଦାୟିତ୍ୱବୋଧ ଥାଏ। ଅନୁରୂପ ଭାବେ ଗଣମାଧ୍ୟମ ପାଇଁ ସ୍ୱାଧୀନତା ଯେତିକି ଜରୁରୀ, ଦାୟିତ୍ୱବୋଧତା ମଧ୍ୟ ସମପରିମାଣରେ ଆବଶ୍ୟକ। ଆଜି ଏହା କହିଛନ୍ତି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଓଡ଼ିଶା ପ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର। ଭୁବନେଶ୍ୱର ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ମିଶ୍ର କହିଛନ୍ତି, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନରେ ସ୍ୱାଧୀନତାର ଜରୁରୀ ଆବଶ୍ୟକତା ଉପରେ ଦାର୍ଶନିକମାନେ ଆଲୋକପାତ କରିଛନ୍ତି । ‘ଗଣମାଧ୍ୟମର ପରିବର୍ତ୍ତନଶୀଳ ସ୍ୱରୂପ’ ଶୀର୍ଷକ ବିଷୟବସ୍ତୁ ଉପରେ ଅଭିଭାଷଣ ରଖି ସେ କହିଛନ୍ତି, ଗଣମାଧ୍ୟମ ପାଇଁ ମଧ୍ୟ ସ୍ୱାଧୀନତା ଜରୁରୀ। ତେବେ ଗଣମାଧ୍ୟମ ସରକାରଙ୍କ ସହ ରହିବା ଦରକାର ବୋଲି ସେ ନିବେଦନ କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି, ସରକାର ହେଉଛନ୍ତି ଜନସାଧାରଣଙ୍କ ଆଶା ଓ ଭରସାର ପ୍ରତୀକ। ତେଣୁ ଗଣମାଧ୍ୟମ ସରକାରଙ୍କ ସହ ରହି ମଧ୍ୟ ପରିବର୍ତ୍ତନର ବାହକ ହେବା ଆବଶ୍ୟକ । ସବୁ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ଜନସାଧାରଣଙ୍କ ଆଶାଆକାଂକ୍ଷାକୁ ପୂରଣ କରିବା ପାଇଁ କାମ କରିଥା’ନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଥିଲେ, ବିଗତ ଦଶନ୍ଧିରେ ଗଣମାଧ୍ୟମ ପରିଦୃଶ୍ୟରେ ଅନେକ ପରିବର୍ତ୍ତନ ଆଣିଛି । ମୂଦ୍ରିତ ଗଣମାଧ୍ୟମର କ୍ରମବିକାଶ ସହିତ ବୈଦ୍ୟୁତିକ ଗଣମାଧ୍ୟମର ଉଦ୍ଭବ ହୋଇଛି ଏବଂ ବର୍ତ୍ତମାନ ଆମେ ସମସ୍ତେ ଡିଜିଟାଲ ମିଡିଆର ଯୁଗରେ ପହଞ୍ଚିଛୁ । ଫଳରେ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିଛି । ସ୍ୱାଧୀନତା ପୂର୍ବ ଏବଂ ପରବର୍ତ୍ତୀ ସମୟ ତୁଳନାରେ ବର୍ତ୍ତମାନ ଗଣମାଧ୍ୟମର ଆକାର, ପ୍ରକୃତି ତଥା ପରିସର ବଦଳିଛି ଓ ବ୍ୟାପକ ହୋଇଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସରୋଜ ସାମଲ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହିତ ଭାରତୀୟ ଗଣତନ୍ତ୍ରରେ ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ ମତ ରଖିଥିଲେ। ସେ କହିଥିଲେ ସମ୍ବିଧାନ ଭାରତୀୟ ଗଣତନ୍ତ୍ରର ମୂଳପିଣ୍ଡ ଏବଂ ଏଥିରେ ସ୍ୱାଧୀନ ଭାବେ ମତ ରଖିବାର ଅଧିକାର ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହା ଜରିଆରେ ଗଣମାଧ୍ୟମକୁ ବି ସ୍ୱାଧୀନତା …

Read More »

ନୟାଗଡ଼ରେ ପିଆଇବି ପକ୍ଷରୁ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ନୟାଗଡ଼ ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ …

Read More »