ଭାରତ ସରକାରଙ୍କ ମତ୍ସ୍ୟଚାଷ, ପ୍ରାଣୀସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନ ମତ୍ସ୍ୟ ବିଭାଗ ମତ୍ସ୍ୟ ସମ୍ପଦ ସଂରକ୍ଷଣ ଏବଂ ସାମୁଦ୍ରିକ ମତ୍ସ୍ୟଚାଷର ସ୍ଥିରତା ପାଇଁ ପୂର୍ବ ଉପକୂଳ ସହିତ ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳରେ ଏପ୍ରିଲ ୧୫ ରୁ ଜୁନ୍ ୧୪ ପର୍ଯ୍ୟନ୍ତ ବାର୍ଷିକ ମାଛଧରା କାର୍ଯ୍ୟକଳାପ ଉପରେ ଏକସମାନ ନିଷେଧାଦେଶ ଲାଗୁ କରୁଛି । ଏହାବ୍ୟତୀତ, ଓଡ଼ିଶା ସରକାର ପ୍ରତିବର୍ଷ ନଭେମ୍ବର ୧ ରୁ ମେ ୩୧ ମଧ୍ୟରେ ଅଲିଭ୍ ରିଡଲେ କଇଁଛ ସଂରକ୍ଷଣ ପାଇଁ ଓଡ଼ିଶା ଉପକୂଳର ୧୨୦ କିଲୋମିଟର ଅଞ୍ଚଳରେ (ଗହିରମଥା ସାମୁଦ୍ରିକ ବନ୍ୟପ୍ରାଣୀ ଅଭୟାରଣ୍ୟ, ଦେବୀ ନଦୀ ମୁହାଣ, ଋଷିକୁଲ୍ୟା ନଦୀ ମୁହାଣ …
Read More »