सोमवार, नवंबर 25 2024 | 01:21:04 PM
Breaking News
Home / Choose Language / Odia / ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ

ସମ୍ବଲପୁର ପଡ଼ିଆବାହାଲରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ଉଦଘାଟିତ

Follow us on:

ସମ୍ବଲପୁରରେ ସ୍ୱାସ୍ଥ୍ୟସେବାକୁ ମଜଭୂତ୍ କରିବା ପାଇଁ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଭବନ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପଡ଼ିଆବାହାଲ ଠାରେ “ଆୟୁଷ୍ମାନ ଆରୋଗ୍ୟ ମନ୍ଦିର” ନାମରେ ନାମିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇବାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବଡ ଦାୟିତ୍ୱ ଅଛି । ସ୍ଥାନୀୟ ଅଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଲୋକାର୍ପିତ ହୋଇଥିବା ଏହି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦ୍ୱାରା ଅନେକ ଲୋକମାନେ ଉପକୃତ ହୋଇପାରିବେ । ଗରିବ ଓ ବଞ୍ଚିତ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ୱ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସବକା ସାଥ୍ – ସବକା ବିକାଶ’କୁ ପ୍ରାଥମିକତାରେ ରଖି ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଉଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗ୍ରାମାଞ୍ଚଳରେ ଆଶା ଦିଦିଙ୍କର ଭୂମିକାକୁ ପ୍ରଶଂସା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆମ ରାଜ୍ୟରେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ସମୟରେ ସାହାଯ୍ୟ ସହଯୋଗ ଯୋଗାଇ ଦେବା ଦିଗରେ ଆଶା ଦିଦିମାନେ ବଡ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି । ନିକଟରେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ସମୟରେ ବୟସ୍କା ମହିଳାଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ଆଣି ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । ଆଜି ଜନ୍ମ ନେଉଥିବା ପିଲା ୨୦୪୭ ବା ଆଉ ୨୪ ବର୍ଷ ପରେ ସମ୍ବଲପୁର ସମେତ ଦେଶର ଦାୟିତ୍ୱ ନେବ । ତେଣୁ ବର୍ତ୍ତମାନ ସମୟରୁ ସେମାନଙ୍କର ସୁରକ୍ଷା ଓ ଦାୟିତ୍ୱ ଆମକୁ ନେବାକୁ ହେବ । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବାରେ ସୁଧାର ଅଣାଯିବ । ଆଶା ଦିଦିଙ୍କ ସହଯୋଗରେ ହିଁ ଗର୍ଭବତୀ ମହିଳା, ଶିଶୁ ସ୍ୱାସ୍ଥ୍ୟାବସ୍ଥା ତଥା ସମ୍ବଲପୁର ଜିଲ୍ଲାର ସ୍ୱାସ୍ଥ୍ୟସେବାରେ ସୁଧାର ଆସିପାରିବ । ସେମାନଙ୍କ ଯୋଗଦାନ ବିନା ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ମଧ୍ୟ ଉପସ୍ଥିତ ଥିଲେ ।

मित्रों,
मातृभूमि समाचार का उद्देश्य मीडिया जगत का ऐसा उपकरण बनाना है, जिसके माध्यम से हम व्यवसायिक मीडिया जगत और पत्रकारिता के सिद्धांतों में समन्वय स्थापित कर सकें। इस उद्देश्य की पूर्ति के लिए हमें आपका सहयोग चाहिए है। कृपया इस हेतु हमें दान देकर सहयोग प्रदान करने की कृपा करें। हमें दान करने के लिए निम्न लिंक पर क्लिक करें -- Click Here


* 1 माह के लिए Rs 1000.00 / 1 वर्ष के लिए Rs 10,000.00

Contact us

Check Also

ଦ୍ୱିତୀୟ ଭାରତ-କାରିକମ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦଯାପନୀ ଭାଷଣ

ମାନ୍ୟବର, ଆପଣମାନେ ଦେଇଥିବା ମୂଲ୍ୟବାନ ପରାମର୍ଶ ଏବଂ ବ୍ୟକ୍ତ କରିଥିବା ସକାରାତ୍ମକ ଚିନ୍ତାଧାରା ମୁଁ ସ୍ୱାଗତ କରୁଛି । ଭାରତର ପ୍ରସ୍ତାବ ସହ ମୋର ଟିମ ଆପଣଙ୍କ ସହିତ ସମସ୍ତ ବିବରଣୀ ବାଣ୍ଟିବ ଏବଂ ଆମେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମସ୍ତ ବିଷୟ ଉପରେ ଆଗକୁ ବଢ଼ିବା । ମାନ୍ୟବର, ଭାରତ ଏବଂ କାରିକମ୍ ଦେଶ ମଧ୍ୟରେ ସମ୍ପର୍କ ଆମର ଅତୀତର ସହଭାଗୀ ଅନୁଭୂତି, ଆମ ବର୍ତ୍ତମାନର ଆବଶ୍ୟକତା ଏବଂ ଭବିଷ୍ୟତ ପାଇଁ ଆମର ସହଭାଗୀ ଆକାଂକ୍ଷା ଉପରେ ଆଧାରିତ । ଏହି ସମ୍ପର୍କକୁ ନୂତନ ଉଚ୍ଚତାକୁ ନେବାକୁ ଭାରତ ସମ୍ପୂର୍ଣ୍ଣ ପ୍ରତିବଦ୍ଧ । ଆମର ସମସ୍ତ ପ୍ରୟାସରେ, ଆମେ ଗ୍ଲୋବାଲ୍ ସାଉଥର ଚିନ୍ତା ଏବଂ ଏହାର ପ୍ରାଥମିକତା ଉପରେ ଧ୍ୟାନ କେନ୍ଦ୍ରୀତ କରିଛୁ। ଭାରତର ଅଧ୍ୟକ୍ଷତାରେ ଗତ ବର୍ଷ ଅନୁଷ୍ଠିତ ଜି-୨୦ ଗ୍ଲୋବାଲ୍ ସାଉଥର ସ୍ୱର ଭାବରେ ଉଭା ହୋଇଥିଲା । ଗତକାଲି, ବ୍ରାଜିଲରେ ମଧ୍ୟ ମୁଁ ବିଶ୍ୱ ସମୁଦାୟକୁ ଗ୍ଲୋବାଲ୍ ସାଉଥର ଦେଶଗୁଡିକୁ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲି । ମୁଁ ଖୁସି ଯେ ଭାରତ ଏବଂ ଆମର ସମସ୍ତ କାରିକମ୍ ବନ୍ଧୁମାନେ ସହମତ ଅଛନ୍ତି ଯେ ବିଶ୍ୱ ଅନୁଷ୍ଠାନରେ ସଂସ୍କାର ଆବଶ୍ୟକ । ସେମାନେ ଆଜିର ଦୁନିଆ ଏବଂ ଆଜିର ସମାଜ ଅନୁଯାୟୀ ନିଜକୁ ଗଢ଼ିବାର ଆବଶ୍ୟକତା ରହିଛି। ଏହା ହେଉଛି ସମୟର ଆବଶ୍ୟକତା । ଏହାକୁ ଏକ ବାସ୍ତବତାରେ ପରିଣତ କରିବାକୁ, କାରିକମ୍‌ର ସମର୍ଥନ ସହିତ ଘନିଷ୍ଠ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମାନ୍ୟବର, ଆଜି ଆମର ବୈଠକରେ ନିଆଯାଇଥିବା ନିଷ୍ପତ୍ତି, ପ୍ରତ୍ୟେକ କ୍ଷେତ୍ରରେ ଆମ ସହଯୋଗରେ ନୂତନ ଦିଗ ସଂଯୋଗ କରିବ । ଏହାକୁ କାର୍ଯ୍ୟକାରୀ କରିବାରେ ଭାରତ-କାରିକମ୍ ଯୁଗ୍ମ ଆୟୋଗ ଏବଂ ମିଳିତ କାର୍ଯ୍ୟ ଗୋଷ୍ଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆମର ସକାରାତ୍ମକ ସହଯୋଗକୁ ଆଗକୁ ନେବାକୁ, ତୃତୀୟ କାରିକମ୍ ସମ୍ମିଳନୀ ଭାରତରେ ଆୟୋଜନ କରିବାକୁ ମୁଁ ପ୍ରସ୍ତାବ ଦେଇଛି । ମୁଁ ପୁଣି ଥରେ ରାଷ୍ଟ୍ରପତି ଇରଫାନ୍ ଅଲି, ପ୍ରଧାନମନ୍ତ୍ରୀ ଡିକନ୍ ମିଶେଲ୍‌, କାରିକମ୍ ସଚିବାଳୟ ଓ ଆପଣ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ।